ଏଇ ଭାରତରେ

କୀଟନାଶକ, ରାସାୟନିକ ସାର ଏବଂ ପ୍ଲାଷ୍ଟିିକ୍‌ ପ୍ରଭାବରେ ମୃତ୍ତିକା ପ୍ରଦୂଷିତ ହେବାରେ ଲାଗିଛି। ଏହାର ଉର୍ବରତା ମଧ୍ୟ ହ୍ରାସ ପାଇଚାଲିଛି। କେଉଁ ମୃତ୍ତିକାରେ କି ପ୍ରକାର ଚାଷ କରାଯିବ ତାହା ଚାଷୀ ଜାଣିବାକୁ ସକ୍ଷମ ହୋଇପାରୁ ନ ଥିବାରୁ ଉପତ୍ାଦନ କମିବା ସହ କ୍ଷତି ସହିବାକୁ ପଡ଼ୁଛି। ଏଣୁ ମୃତ୍ତିକା ସମସ୍ୟା ସମାଧନ କରିବା ଲାଗି ଦୁଇ କୃଷି ବିଜ୍ଞାନୀ ଏକ ପରୀକ୍ଷା ଯନ୍ତ୍ର ଉଦ୍ଭାବନ କରିଛନ୍ତି। ଏହାର ନାମ ରଖିଛନ୍ତି ‘ନ୍ୟୁଟ୍ରିସେନ୍ସ’। ଏହା ଏକ ପେପର ବେସ୍‌ଡ ସେନ୍‌ସର। ଦୁଇ ବିଜ୍ଞାନୀ ହେଲେ ଡ. ରାଜୁଲ ପାଟକର ଏବଂ ଡ. ମୁକୁଲ ସିଂ। ସେମାନେ ଉଦ୍ଭାବନ କରିଥିବା ନୂଆ ଯନ୍ତ୍ରରେ ମାତ୍ର ୫ ମିନିଟରେ ମାଟି ପରୀକ୍ଷା ହୋଇପାରୁଛି। ମାଟିରେ କେଉଁ ସାର କେତେ ପରିମାଣରେ ଦିଆଯିବ ତାହା ନିଶ୍ଚିତ କରାଯାଉଛି। ଭାରତରେ ୧୪ କୋଟି କୃଷକଙ୍କ ପାଇଁ ୩,୦୦୦ ମାଟି ପରୀକ୍ଷା କେନ୍ଦ୍ର ଥିବାବେଳେ ଏଭଳି ନୂଆ ପରୀକ୍ଷା ଯନ୍ତ୍ର ସମସ୍ୟା ଦୂର କରିବାରେ ସହାୟକ ହୋଇପାରିବ ବୋଲି କହନ୍ତି ରାଜୁଲ। ସେ ଏକ ଦଶନ୍ଧି ଧରି ଗବେଷଣା କରିବା ପରେ ୨୦୨୨ ପ୍ରାରମ୍ଭରେ ‘ନ୍ୟୁଟ୍ରିସେନ୍ସ’ର ପ୍ରତିକୃତି ପ୍ରସ୍ତୁତ କରିଥିଲେ। ଏବେ ସୁଦ୍ଧା ସେମାନେ ୨୦୦୦ ନ୍ୟୁଟ୍ରିସେନ୍ସ ବିକ୍ରି କରିସାରିଲେଣି।