ଏଇ ଭାରତରେ

ପରିବେଶକୁ ପ୍ଲାଷ୍ଟିକ ବର୍ଜ୍ୟମୁକ୍ତ କରିବା ଲାଗି ଭାରତରେ ଯେଉଁ କେତେଜଣ ଉଦ୍ୟମ କରୁଛନ୍ତି ସେମାନଙ୍କ ମଧ୍ୟରେ କପିଳ ଭାଟିଆ ଅନ୍ୟତମ। ସେ ପ୍ଲାଷ୍ଟିକ୍‌ ବୋତଲକୁ ରିସାଇକ୍ଲିଂ କରି ସେଥିରୁ ପୋଷାକ ପ୍ରସ୍ତୁତ କରୁଛନ୍ତି। କପିଳ ୨୦୨୧ରେ ମୁମ୍ବାଇରେ ୟୁନିରେକ୍‌ ଷ୍ଟାର୍ଟ ଅପ୍‌ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହା କରୁଛନ୍ତି। ପ୍ରତ୍ୟେକ ଆଇଟମ୍‌ରେ ୧୨ଟି ୧ଲିଟିରିଆ ପ୍ଲାଷ୍ଟିକ ବୋତଲ ରିସାଇକେଲ ହେଉଛି। କପିଳ ପ୍ରଥମ ଅର୍ଡରରେ ୫୦୦ ଟି-ଶାର୍ଟ ତିଆରି କରିଥିଲେ। ଏବେ ପ୍ରତି ୬ ମାସରେ ୧୦,୦୦୦ ପୋଷାକ ସେ ବିକ୍ରି କରୁଛନ୍ତି ଓ ଏଥିରେ ୧,୨୦,୦୦୦ ବର୍ଜ୍ୟ ବୋତଲ ରିସାଇକେଲ ହେଉଛି। ଟି-ଶାର୍ଟ ବ୍ୟତୀତ ପ୍ଲାଷ୍ଟିକ ବର୍ଜ୍ୟରୁ ଜ୍ୟାକେଟ, ବ୍ଲେଜର, ଟ୍ରାଉଜର ଆଦି ତିଆରି କରାଯାଉଛି। ଦିନକୁ ଏଭଳି ୮୦୦ ପୋଷାକ ହୋଇପାରୁଛି। ୟୁନିରେକ୍‌ ମାସକୁ ପାଖାପାଖି ୫,୦୦୦ ୟୁନିଟ ପାଇଁ ଅର୍ଡର ପାଉଛି। ଗତବର୍ଷ ୨.୫ ଟନ୍‌ରୁ ଅଧିକ ପ୍ଲାଷ୍ଟିକ ବୋତଲ ରିସାଇକେଲ କରାଯାଇଛି; ଯଦ୍ଦ୍ବାରା ପରିବେଶ ପ୍ରଦୂଷଣ ଅନେକାଂଶରେ ଦୂର ହେବା ସହ ୪୦,୦୦୦ କେଜି କାର୍ବନ ନିର୍ଗମନ ହ୍ରାସ କରାଯାଇପାରିଛି। କାତାର ବିଶ୍ୱକପ୍‌ ବେଳେ ସେ ୧୭ଟି ଦେଶର ପ୍ରତିନିଧିମାନଙ୍କ ପାଇଁ ଟି-ଶାର୍ଟ ମଧ୍ୟ ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri