ଏଇ ଭାରତରେ

ପ୍ଲାଷ୍ଟିକ ଓ ରବର ବର୍ଜ୍ୟରୁ ଜୋତା ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅକ୍ଷୟ ଭାବେ । ପ୍ଲାଷ୍ଟିକ ଓ ରବର ବର୍ଜ୍ୟରୁ ସେ ଏକ ପ୍ରକାର ମଜଭୁତ କନା ତିଆରି କରି ସେଥିରେ ଜୋତା କରୁଛନ୍ତି। ଅକ୍ଷୟଙ୍କ ବୟସ ଏବେ ୨୪। ସେ ଏମ୍‌ବିଏ ଡିଗ୍ରୀ କରୁଥିବାବେଳେ ତାଙ୍କ ମନରେ ଏଭଳି ଭାବନା ଆସିଥିଲା। ଏହା ପରେ ଦୁଇ ବର୍ଷ ସେ ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ମଜଭୁତ କନା ତିଆରି କରିବାର ଟେକ୍‌ନିକ ପାଇବା ଲାଗି ଲାଗିପଡ଼ିଥିଲେ। ଏଭଳି କନାରୁ କିଭଳି ଜୋତା ପ୍ରସ୍ତୁତ କରାଯାଇପାରିବ ସେ ସମ୍ପର୍କରେ ମୁମ୍ବାଇ ଯାଇ ସେଠାକାର ଜୋତା ତିଆରି କରୁଥିବା କାରିଗରଙ୍କ ସାହାଯ୍ୟ ନେଇଥିଲେ। ପାରମ୍ପରିକ ଚମଡ଼ା ପରିବର୍ତ୍ତେ ଜୋତା ତିଆରି କରିବାରେ ସେ ସଫଳ ହେବାପରେ ୨୦୨୧ରେ ଏହାକୁ ‘ଥାଏଲେ’ ଅର୍ଥାତ୍‌ ପ୍ଲାଷ୍ଟିକ ବ୍ୟାଗ୍‌ ବ୍ରାଣ୍ଡରେ ଉପତ୍ାଦନ ଆରମ୍ଭ କଲେ। ଅକ୍ଷୟ ବର୍ଜ୍ୟ ମ୍ୟାନେଜମେଣ୍ଟ ପ୍ଲାଣ୍ଟରୁ ପ୍ଲାଷ୍ଟିକ ଓ ରବର ସଂଗ୍ରହ କରୁଛନ୍ତି। ହଳେ ଜୋତା ଲାଗି ୧୦ଟି ପ୍ଲାଷ୍ଟିକ ବ୍ୟାଗ,୧୫ ପ୍ଲାଷ୍ଟିକ ବୋତଲ ଦରାକର ହେଉଛି। ଏବେ ସୁଦ୍ଧା ସେ ୫୦,୦୦୦ ପ୍ଲାଷ୍ଟିକ ବ୍ୟାଗ ଓ ୪୮,୦୦୦ ଅଦରକାରୀ ପ୍ଲାଷ୍ଟିକ ବୋତଲ ଅପ୍‌ସାଇକେଲ କରିସାରିଲେଣି। ଭାରତ ବ୍ୟତୀତ ଦୁବାଇ, ୟୁରୋପ, ଆମେରିକା ଏବଂ ଅଷ୍ଟ୍ରେଲିଆରେ ଏହାର ମାର୍କେଟିଂ ପାଇଁ ସେ ଯୋଜନା କରିଛନ୍ତି।