ଏଇ ଭାରତରେ

ନୂଆବସ୍ତ୍ର ପିନ୍ଧି, ମିଠେଇ ଖାଇ ବାଣ ଫୁଟାଇ ଦୀପାବଳି ପାଳନ କରାଯିବାର ପରମ୍ପରା ରହିଛି। କିନ୍ତୁ ଏଥର ଗ୍ରୀନ୍‌ ଦୀପାବଳି ପାଳନ କରିବାର ସୁଯୋଗ ଦେଇଛି ଗ୍ରାମାର୍ଟ ପ୍ରୋଜେକ୍ଟ। ଏହା ମାଧ୍ୟମରେ ମଧ୍ୟପ୍ରଦେଶ ସୌସାର ତହସିଲ ଅନ୍ତର୍ଗତ ପରଦସିଂ ଗାଁ ମହିଳାମାନେ ସିଡ୍‌ କ୍ରାକର( ମଞ୍ଜିରେ ତିଆରି ବାଣ) ଓ ସିଡ୍‌ ସୁଇଟ୍‌( ମଞ୍ଜିରେ ତିଆରି ମିଠେଇ) ପ୍ରସ୍ତୁତ କରିଛନ୍ତିି। ଏଥିରେ ନିଆଁ ଲଗାଇ ଫୁଟାଇପାରିବେନି କି ମିଠେଇକୁ ଖାଇହେବନି। ବରଂ ଦୀପାବଳିରେ ପ୍ରଦୂଷଣ ଦୂର କରିବା ସହ ଗଛ ଉତାରିବା ଲାଗି ଏହା ପ୍ରସ୍ତୁତ କରାଯାଇଛି। ଅଦରକାରୀ କାଗଜରେ ମଞ୍ଜିକୁ ବାନ୍ଧି ଅବିକଳ ବାଣ ଓ ମିଠେଇ ତିଆରି କରିଛନ୍ତି ମହିଳାମାନେ। ପିଆଜ ମଞ୍ଜିରେ ଚକ୍ରି, ରୋଜଲି (ଏକପ୍ରକାର ଫୁଲ) ମଞ୍ଜିରୁ ବମ୍‌ ବାଣ ତିଆରି ହୋଇଛି। ଏହି କାମରେ ପରଦସିଂ ଗାରଁ ପାଖାପାଖି ୫୦ଟି ପରିବାର ଲାଗିଛନ୍ତି। ଏହି ଦୀପାବଳିରେ ବାଣକୁ ମାଟିରେ ପୋତିି ପାଣି ଦେବେ ଓ ସେଥିରୁ ଗଛ ହେବ। ମଞ୍ଜିରେ ତିଆରି ଲଡ଼ୁକୁ ଦୀପାବଳିରେ କୁଣ୍ଡ କିମ୍ବା ମାଟିରେ ଲଗାଇ ଗଛ ଉତାରିବେ। ବିଲାତି ଓ ମୂଳା ଗଛ ଏଥିରୁ ବାହାରିବ। ମଞ୍ଜିରୁ ପ୍ରସ୍ତୁତ କୁକିଜ୍‌କୁ ଲଗାଇଲେ ବାଇଗଣ କିମ୍ବା ପୁରୁଣି ଶାଗ ଗଛ ଉଠିବ। ମଞ୍ଜିରୁ ପ୍ରସ୍ତୁତ ବର୍ଫିରୁ ବାହାରିବ ଭେଣ୍ଡି କିମ୍ବା ଖଡାଶାଗ ଗଛ। ଏହାକୁ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି କରାଯାଉଛି। ବାଣ ସହ ଲଡୁକୁ ଲଗାଇବା ଲାଗି ନଡିଆ କତାର କୁଣ୍ଡ ମଧ୍ୟ ମିଳୁଛି।