ଏଇ ଭାରତରେ

ଦୁଇ ମହିଳା ବନ୍ଧୁ ୩,୭୦୦ ମହିଳାଙ୍କୁ ଖେଳାଇ ସୁସ୍ଥ ଜୀବନର ମାର୍ଗଦର୍ଶନ କରିବା ଅନ୍ୟମାନଙ୍କ ପାଇଁ ନିଶ୍ଚିତଭାବେ ଏକ ପ୍ରେରଣା। ଫୁଟ୍‌ବଲ ଖେଳାଳି ତନ୍‌ଭି ହଂସ ଏବଂ ଫିଟ୍‌ନେସ କୋଚ୍‌ ଶ୍ୱେତା ସୁବ୍ବିହା ୨୦୧୭ରେ ‘ସିଷ୍ଟର୍ସ ଇନ୍‌ ସୁଇଟ୍‌’ ସଂସ୍ଥା ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ମହିଳାମାନଙ୍କୁ ଖେଳ ମାଧ୍ୟମରେ ଚାପମୁକ୍ତ କରି ସେମାନଙ୍କ ସହନଶୀଳତା ବୃଦ୍ଧି କରିବା ସହ ଆରାମ ଜୀବନ ଜିଇବା ଲାଗି ପ୍ରେରିତ କରୁଛନ୍ତି। ଉଭୟଙ୍କର ବେଙ୍ଗାଲୁରୁରେ ନାଇକ୍‌ କମର୍ସିଆଲ କ୍ୟାମ୍ପେନ୍‌ରେ ଦେଖା ହେବା ପରେ ଏହି କାର୍ଯ୍ୟ କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଦୁଇବନ୍ଧୁ ପ୍ରଥମେ ଦେଢ଼ ଘଣ୍ଟିଆ ସେସନ ଆରମ୍ଭ କରି ୩୦ରୁ ୪୦ ବର୍ଷ ବୟସ୍କା ୪ ଜଣ ମହିଳାଙ୍କୁ ଫିଟନେସ୍‌ ଟ୍ରେନିଂ ସହ ଖେଳାଇଥିଲେ। ଏବେ ତାଙ୍କ ଟିମ୍‌ରେ ୧୨ରୁ ଆରମ୍ଭ କରି ୬୫ ବର୍ଷ ବୟସର ପ୍ରାୟ ୩,୭୦୦ ମହିଳା ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବ୍ୟବସାୟୀ, ଗୃହିଣୀ, ସ୍କୁଲ ଓ କଲେଜ ଛାତ୍ରୀ। ସେମାନେ ମୁମ୍ବାଇ ବେଙ୍ଗାଲୁରୁରେ ଫୁଟବଲ, ବାସ୍କେଟବଲ, ବ୍ୟାଡ୍‌ମିଣ୍ଟନ ଏବଂ ରଉଗବୀ ଆଦି ଖେଳ କମ୍‌ ଦେୟରେ ଖେଳାଉଛନ୍ତି। ସେମାନେ ମଧ୍ୟ ସୁଇମିଂ ସେସନ ଆୟୋଜନ କରୁଛନ୍ତି। ମନସ୍ତତ୍ତ୍ୱବିତ୍‌ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା କାଉନସିଲିଂ କରାଉଛନ୍ତି। ଏବେ ତାଙ୍କ ଟିମ୍‌ରୁ ବହୁ ଛାତ୍ରୀ ରାଜ୍ୟ ଓ ଜାତୀୟ ସ୍ତରରେ ଫୁଟବଲ୍‌, ରଗ୍‌ବି ଆଦି ଖେଳରେ ପ୍ରତିନିଧିତ୍ୱ କରିସାରିଲେଣି।