ଏଇ ଭାରତରେ

ଜଙ୍ଗଲ ଧ୍ୱଂସ ହେବା ଯୋଗୁ ହାତୀ ମଣିଷଙ୍କ ଲଢେଇ ଜାରି ରହିଛି। ଏଥିରେ ବହୁ ହାତୀ ମୃତ୍ୟୁମୁଖରେ ପଡୁଥିବାବେଳେ ଅନେକ ଧନ ଜୀବନ ନଷ୍ଟ ହେଉଛି। ଏହାକୁ ରୋକିବା ଲାଗି ବନବିଭାଗ ଲୋକମାନଙ୍କୁ ସଚେତନ କରୁଛି ସତ, କିନ୍ତୁ ବ୍ୟକ୍ତିଗତ ପ୍ରୟାସରେ ଏଭଳି ସଂଘଷର୍ର୍କୁ ରୋକିବାରେ ସଫଳତା ପାଉଛନ୍ତି ତାମିଲନାଡୁର ଆନନ୍ଦ କୁମାର। କୁମାର ଜଣେ ବନ୍ୟଜନ୍ତୁ ସଂରକ୍ଷକ। ସେ ମୋବାଇଲ ଫୋନ୍‌ ମାଧ୍ୟମରେ ତାମିଲନାଡୁର ବେଲପରାଇ ଅଞ୍ଚଳରେ ହାତୀଙ୍କୁ ବଞ୍ଚାଇବାରେ ଲାଗିଛନ୍ତି। କୁମାର ମୋବାଇଲରେ ହାତୀମାନଙ୍କ ଉପସ୍ଥିତି ଟ୍ରାକିଂ କରି ଲୋକମାନଙ୍କୁ ଅବଗତ କରୁଛନ୍ତି। ଫଳରେ ଲୋକମାନେ ହାତୀ ଆସିବା ପୂର୍ବରୁ ସତର୍କ ରହୁଛନ୍ତି ଓ ସେମାନଙ୍କ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ଏଡାଇ ଦେଇ ହେଉଛି। ସେ ଆବିଷ୍କାର କରିଥିବା ପଦ୍ଧତିରେ ସ୍ଥାନୀୟ ଅଞ୍ଚଳରେ ଟିଭିରେ ହାତୀ ଧୀରେ ଧୀରେ ଚାଲିବାର ଦୃଶ୍ୟ ନଜରକୁ ଆସିଥାଏ। ଏହାଦ୍ୱାରା ଲୋକେ ସତର୍କ ହୋଇଯାନ୍ତି ଓ କୌଣସି କାର୍ଯ୍ୟରେ ବାହାରକୁ ଯାଇ ନ ଥାନ୍ତି। ଯଦି କୌଣସି ଲୋକ ବାହାରେ ରହିଥାନ୍ତି ତେବେ ସେମାନଙ୍କୁ ହାତୀ ଉପସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ମୋବାଇଲ ଏସ୍‌ଏମ୍‌ଏସ୍‌ ସର୍ଭିସ ଆରମ୍ଭ କରିଛନ୍ତି କୁମାର। ହାତୀ ବିଚରଣ କରୁଥିବା ନିର୍ଦ୍ଦିଷ୍ଟ ଅଞ୍ଚଳର ବ୍ୟକ୍ତିମାନଙ୍କୁ ସେ ଇଂଲିଶ ଓ ତେଲୁଗୁରେ ମେସେଜ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri