ଏଇ ଭାରତରେ

ଆଭିଏଶନ କ୍ୟାରିୟର ଛାଡ଼ି ବଳାତ୍କାର ପୀଡ଼ିତାଙ୍କ ପାଇଁ ନ୍ୟାୟିକ ଲଢ଼େଇ କରୁଛନ୍ତି ଦିଲ୍ଲୀର ଯୋଗିତା ଭାୟାନା। ସେ ବିପର୍ଯ୍ୟୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ କିଙ୍ଗ୍‌ଫିଶର ଏୟାରଲାଇନରେ ଭଲ ଚାକିରି ପାଇଥିଲେ। ନିର୍ଭୟା ଘଟଣା ପରେ ସେ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇ ଚାକିରି ଛାଡ଼ିଥିଲେ। ପରେ ପିପୁଲ ଏଗ୍ନେଷ୍ଟ ରେପ୍‌ ଇନ୍‌ ଇଣ୍ଡିଆ(ପିଏଆର୍‌ଆଇ-ପରି) ସଂସ୍ଥା ଗଠନ କରି ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ପ୍ରାପ୍ତି ପାଇଁ ସହଯୋଗ କରୁଛନ୍ତି। ସେ ବହୁ ବଳାତ୍କାର ପୀଡ଼ିତାଙ୍କୁ ସାହାଯ୍ୟ କରିସାରିଲେଣି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଥଇଥାନ ମଧ୍ୟ କରିଛନ୍ତି। ଏହା ପୂର୍ବରୁ ଯୋଗିତା ଡାସ୍‌ ଚାରିଟେବ୍‌ଲ ଫାଉଣ୍ଡେଶନ ଗଠନ କରି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରୁଥିଲେ। ହେଲେ ନିର୍ଭୟା ଘଟଣା ପରେ ସେ ବିଭିନ୍ନ ଅଞ୍ଚଳର ବଳାତ୍କାର ପୀଡ଼ିତାଙ୍କ ପକ୍ଷରେ କୋର୍ଟରେ ସାକ୍ଷୀ ଭାବେ ଉପସ୍ଥିତ ରହୁଛନ୍ତି ଓ ସେମାନଙ୍କୁ କ୍ଷତିପୂରଣ ପାଇବାରେ ସାହାଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଆର୍ଥିକ ସ୍ତରରେ ଦୁର୍ବଳ ଥିବା ୧,୦୦୦ରୁ ଅଧିକ ମହିଳାଙ୍କୁ ‘ପରି’ ମାଧ୍ୟମରେ ଟ୍ୟାକ୍ସି ଡ୍ରାଇଭର ପ୍ରଶିକ୍ଷଣ ଦେଇ ଯୋଗିତା ସେମାନଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri