ଏଇ ଭାରତରେ

କୃଷକଙ୍କ ବିକାଶ ପାଇଁ ଆଇଆଇଟି ଖଡଗପୁରର ପୁରାତନ ଛାତ୍ରମାନଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେମାନେ ‘ଇକୋଜୋନ ସଲ୍ୟୁଶନ’ ଷ୍ଟାର୍ଟଅପ୍‌ ମାଧ୍ୟମରେ କୃଷକଙ୍କ ପାଇଁ ଏକ ପ୍ରକାର କ୍ଷୁଦ୍ର ଶୀତଳଭଣ୍ଡାର ନିର୍ମାଣ କରିଛନ୍ତି। ୨୦୧୦ରେ ଦେବେନ୍ଦ୍ର ଗୁପ୍ତା, ପ୍ରତୀକ ସିଘଂଲ ଏବଂ ବିବେକ ପାଣ୍ଡେ ଏହି ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ସେମାନେ ଶୀତଳଭଣ୍ଡାରର ନାମ ରଖିଛନ୍ତିି ଇକୋଫ୍ରୋଷ୍ଟ। ଏହା ସୌରଶକ୍ତିରେ ଚାଲୁଛି। ଏଥିରେ ଫଳ, ପନିପରିବା, ଫୁଲ ସତେଜ ରହୁଛି। ଏବେ ସୁଦ୍ଧା ଏମାନେ ୨୫୦ ଶୀତଳଭଣ୍ଡାର ନିର୍ମାଣ କରିସାରିଲେଣି। ୧୪,୦୦୦ ମେଟ୍ରିକ ଟନ୍‌ରୁ ଅଧିକ କୃଷି ଉପତ୍ାଦକୁ କ୍ଷତିରୁ ରକ୍ଷା କରିପାରିଛନ୍ତି। ମହାରାଷ୍ଟ୍ର, ତେଲଙ୍ଗାନା,ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ କର୍ନାଟକର ୭୨,୦୦୦ କୃଷକ ଏହାଦ୍ୱାରା ଉପକୃତ ହୋଇପାରିଛନ୍ତି। ଶୀତଳଭଣ୍ଡାରରେ ବିନା ବ୍ୟାଟେରିର ବ୍ୟାକ୍‌ଅପ ସିଷ୍ଟମ ରହିଛି। ପ୍ରତିକୂଳ ପରିବେଶରେ ଏହା ୩୦ ଘଣ୍ଟା ଯାଏ କୃଷି ଉପତ୍ାଦକୁ ସତେଜ ରଖିପାରୁଛି। ଏବେସୁଦ୍ଧା ଏମାନେ ୨୫୦ ଶୀତଳଭଣ୍ଡାର ନିର୍ମାଣ କରିସାରିଲେଣି।