ଏଇ ଭାରତରେ

କୋଭିଡ୍‌ ମହାମାରୀରେ ରୋଜଗାର ହରାଇଥିବା ଶ୍ରମିକ ତଥା ଅସହାୟମାନଙ୍କର ସାହାରା ପାଲଟିଛନ୍ତି ଅଙ୍କଶା ସାଡେକର। ପୁଣେରେ ରହନ୍ତି ସେ। ପୁରୁଷୋତ୍ତମ ମାଳତୀ ଫାଉଣ୍ଡେଶନ ପ୍ରତିଷ୍ଠା କରି ତା’ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଦେହଜୀବୀ, ରାସ୍ତା କଡ଼ରେ ରହୁଥିତ୍ବା ଲୋକ ଏବଂ ଅନ୍ୟ ଅଭାବୀମାନଙ୍କୁ ପ୍ରତିଦିନ ମାଗଣାରେ ୭,୦୦୦ ମିଲ୍‌ ଦେଉଛନ୍ତି। ନଭେମ୍ବର ୨୦୨୦ରେ ଜଣେ ଅସହାୟ ବ୍ୟକ୍ତି ଉପବାସ ରହିଥିତ୍ବା ସୋସିଆଲ ମିଡ଼ିଆରୁ ଜାଣି ତାଙ୍କୁ ମାଗଣାରେ ମିଲ୍‌ ଦେବା ଆରମ୍ଭ କରିଥିଲେ ଓ ପରେ ଏଥିତ୍ରେ ଅଧିକ ଅସହାୟଙ୍କୁ ସାମିଲ କଲେ। ମାଗଣାରେ ଦେଉଥିବା ମିଲ୍‌ ସଂଖ୍ୟା ଏବେ ବୃଦ୍ଧି ପାଇ ୭,୦୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨,୫୦୦ଜଣଙ୍କୁ ଦିନକୁ ତିନୋଟି ମିଲ୍‌ ସେ ଦେଉଛନ୍ତି। ପୁଣେରେ ତାଙ୍କ ସଂସ୍ଥା ୪୦ ଟଙ୍କା ମୂଲ୍ୟରେ ୮,୦୦୦ ମିଲ୍‌ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଉଛି ଏବଂ ଏଥିରୁ ଯାହା ଆୟ ହେଉଛି ସେଥିରୁ ମାଗଣାରେ ଖାଦ୍ୟ ଯୋଗାଇବା ଖର୍ଚ୍ଚ ଭରଣା କରାଯାଉଛି। ଏଥିପାଇଁ ଯାହା ଅଭାବ ପଡୁଛି ତାହା ଲୋକଙ୍କଠାରୁ ପ୍ରାପ୍ତ ଅନୁଦାନରେ ଭରଣା କରାଯାଉଛି। ଏବେ ତାଙ୍କ ପାଖକୁ ପ୍ରତିଦିନ ଅର୍ଡର ଆସିବାରେ ଲାଗିଛି ଓ ମିଲ୍‌ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅଙ୍କଶା ମଧ୍ୟ ୧,୦୦୦ ରାଶନ କିଟ୍‌ ବାଣ୍ଟିଛନ୍ତି। ସକାଳ ୯ଟାରୁ ଅର୍ଡର ପାଇଁ କଲ୍‌ ଓ ମେସେଜ୍‌ ସେ ରିସିଭ୍‌ କରିଥାନ୍ତି। ସନ୍ଧ୍ୟା ୫ଟାରୁ ରାତି ୧୦ଟା ମଧ୍ୟରେ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri