ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା ଗୋଲାପି ଗାଁ ଭାବେ ଜଣାଶୁଣା। ଏହି ଗାଁରେ କେହି ବିଦ୍ୟୁତ୍‌ ବିଲ୍‌ ବାବଦରେ ଦେୟ ଦେଉନାହାନ୍ତି। କାରଣ ସବୁ ପରିବାରରେ ସୌରଶକ୍ତି ଉତ୍ପାଦନ କରାଯାଇ ବ୍ୟବହାର ହେଉଛି। ଗାଁରେ କେହି ଏଲ୍‌ପିଜି ବ୍ୟବହାର କରୁନାହାନ୍ତି, କାରଣ ସବୁ ପରିବାରରେ ଗୋବରରୁ ବାୟୋଗ୍ୟାସ ଉତ୍ପାଦନ କରାଯାଉଛି। ଆଜକୁ ୨୦ ବର୍ଷରୁ ଅଧିକ ସମୟ ହେଲା ଏହି ଗାଁ ବିଦ୍ୟୁତ୍‌ କାଟ, ଏଲ୍‌ପିଜି ସଙ୍କଟ, ଜଳାଭାବ, ପ୍ରଦୂଷଣ ଓ ବର୍ଜ୍ୟ ସମସ୍ୟାରୁ ମୁକ୍ତ ହୋଇଯାଇଛି। ବର୍ଜ୍ୟମୁକ୍ତ ଏହି ଗାଁରେ ରହୁଛନ୍ତି ୮୦ ପରିବାର। ପରିବାରର ମହିଳାମାନେ ଏହିିସବୁ ପରିବେଶ ଉପଯୋଗୀ ବ୍ୟବସ୍ଥାରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି। ଗାଁର ସବୁ ପରିବାରରୁ ବର୍ଜ୍ୟ ସଂଗ୍ରହ କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସଂଗୃହୀତ ବର୍ଜ୍ୟରୁୁ ଖତ ପ୍ରସ୍ତୁତ କରାଯିବା ସହ ପ୍ଲାଷ୍ଟିକ ବର୍ଜ୍ୟକୁ ରିସାଇକେଲିଂ ସେଣ୍ଟରକୁ ପଠାଯାଉଛି।

Dharitri – Odisha’s No.1 Odia Daily