ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହେଲାଣି। ଏହାର ମୁକାବିଲା ପାଇଁ ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲା ଅନ୍ତର୍ଗତ ଗାଁ ଓ୍ବାଦ୍‌ଜି ଏକ ନୂତନ ଜ୍ଞାନକୌଶଳ ଆପଣାଇଛି। ଏହିି ଗାଁରେ ପ୍ରତିଦିନ ବାୟୁରୁ ୫୦୦ ଲିଟର ପିଇବା ପାଣି ସଂଗ୍ରହ କରୁଛନ୍ତି। ମେଘଦୂତ ଟେକ୍‌ନୋଲୋଜି (ଆଟ୍‌ମୋସ୍ଫିୟରିକ ଓ୍ବାଟର ଜେନେରେଶନ ଟେକ୍‌ନୋଲୋଜି) ବ୍ୟବହାର କରି ଏଠାରେ ବାୟୁର ଜଳୀୟକଣାକୁ ପାଣିରେ ପରିଣତ କରାଯାଉଛି। ଏହାଦ୍ୱାରା ଗାଁରେ ପାନୀୟ ଜଳ ସମସ୍ୟା କେତେକାଂଶରେ ଦୂର ହୋଇପାରିଛି। ଓ୍ବାଦ୍‌ଜିରେ ପାଖାପାଖି ୨,୦୦୦ ଲୋକ ରହନ୍ତି। ସମୟଥିଲା ଗ୍ରାମବାସୀ ୧.୫ କିଲୋମିଟର ଦୂରକୁ ପାନୀୟ ଜଳ ପାଇଁ ଯାଉଥିଲେ। ଏବେ ସେମାନେ ଟ୍ୟୁବ୍‌ଓ୍ବେଲ ଉପରେ ଆଉ ନିର୍ଭର କରିବାକୁ ପଡୁନାହିଁ, କାରଣ ପାନୀୟ ଜଳ ପାଇଁ ସେମାନଙ୍କୁ ଏକ ବିକଳ୍ପ ପଦ୍ଧତି ମିଳିଯାଇଛି। ଉଲ୍ଲେଖନୀୟ ଘଟଣା ହେଉଛି, ଏଭଳି ଟେକ୍‌ନୋଲୋଜି ବ୍ୟବହାର କରିବାରେ ମହାରାଷ୍ଟ୍ରର ପ୍ରଥମ ଗାଁ ହେଉଛି ଓ୍ବାଦ୍‌ଜି।

Dharitri – Odisha’s No.1 Odia Daily