ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ପାଖାପାଖି ୩୦୦ ପିଲାଙ୍କୁ ପଢ଼ାଉଛନ୍ତି। ପ୍ରବାସୀ ଶ୍ରମିକ ପିଲାଙ୍କ ବ୍ୟତୀତ ସେ ଅନ୍ୟ ଅଭିଭାବକଙ୍କଠାରୁ ମାସିକ ୬୦୦ଟଙ୍କା ନେଉଛନ୍ତି, ଯାହାକୁ ସେ ସଫେଇ କାର୍ଯ୍ୟ ଲଗାଉଛନ୍ତି ଏବଂ ପିଲାଙ୍କୁ ପଢ଼ାଉଥିବା ପୁରୁଣା ଛାତ୍ରଙ୍କୁ ଦେଉଛନ୍ତି। ସେଥିରୁ ବି ଲାଇବ୍ରେରି ପାଇଁ ଘରଭଡ଼ା ଦେଉଛନ୍ତି,ଯେଉଁଠି ସମସ୍ତେ ମାଗଣାରେ ପଢ଼ୁଛନ୍ତି। ବିନୟ ପ୍ରତି ରବିବାର ୪୦-୫୦ ପିଲାଙ୍କୁ ନେଇ ପାର୍କ ଓ ସାର୍ବଜନୀନ ସ୍ଥାନ ସଫା କରୁଛନ୍ତି। ଏହି କାମ ସେ ୨୦୧୮ରୁ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୨୫୦ରୁ ଊର୍ଦ୍ଧ୍ୱ ପାର୍କ, ରାସ୍ତା ଓ ସାର୍ବଜନୀନ ସ୍ଥାନ ସଫା କରିସାରିଲେଣି। ବିନୟଙ୍କ ସଫେଇ ଟିମ୍‌ରେ ୧୬୦୦ ପିଲା ସାମିଲ ହୋଇଗଲେଣି। ନିକଟରେ ଗଣେଶ ପୂଜା ପରେ ମୁନାକ୍‌ କେନାଲରୁ ବିସର୍ଜନ ପରେ ୨୫୦୦ ମୂର୍ତ୍ତି ସଫା କରିଛନ୍ତି। ବିନୟ ମଧ୍ୟ ବୃକ୍ଷରୋପଣ କରୁଛନ୍ତି। ସ୍ବସ୍ତି ଦାସ ସେବା ସମିତି ଗଠନ କରି ତା’ ମାଧ୍ୟମରେ ସେ ଏହିସବୁ କାର୍ଯ୍ୟ ପରିଚାଳନା କରୁଛନ୍ତି।

Dharitri – Odisha’s No.1, Most Trusted Odia Daily

Share