ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ କରିଛି। ଆଦିବାସୀଙ୍କ ଦ୍ୱାରା ପରିଚାଳିତ ଟାମ୍ସ କମ୍ପାନୀ ଏହି ଘାସରୁ ଏକ ପ୍ରକାର ଜାଳେଣି ଇନ୍ଧନ ପ୍ରସ୍ତୁତ କରୁଛି। ଏହି ଘାସକୁ ସଂଗ୍ରହ କରାଯାଇ ସେଥିରୁ ବ୍ରିକେଟ୍ସ ବା ଇଟାଖଣ୍ଡଭଳି ଜାଳେଣି ପଦାର୍ଥ ତିଆରି କରାଯାଉଛି। ଏହି କାର୍ଯ୍ୟରେ ପାଖାପାଖି ୪୩୦ ଆଦିବାସୀଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଜାଳେଣି ପ୍ରସ୍ତୁତ କରାଯାଉଥିବା ଗୋଟିଏ ୟୁନିଟରେ ପାଖାପାଖି ୧୦ ଜଣ ଲୋକ କାମ କରୁଛନ୍ତି। ଟାମ୍ସ ଏବେ ୭୫ ଆଦିବାସୀ ଗାଁରେ କାର୍ଯ୍ୟ କରୁଛି। ଲାଟାନା ଘାସ ୧,୪୦୮ ବର୍ଗକିଲୋମିଟର ବ୍ୟାପି ସତ୍ୟମଙ୍ଗଳମ୍‌ ଜଙ୍ଗଲର ୪୦ ପ୍ରତିଶତ କ୍ଷେତ୍ରକୁ ଆଚ୍ଛାଦିତ କରି ରଖିଛି। ଏହି କମ୍ପାନୀ ମେ ୨୦୨୪ରେ ତାହାର କାର୍ଯ୍ୟ ଆରମ୍ଭ କରି ଏବେସୁଦ୍ଧା ୧୫୦ ଏକରରୁ ଘାସ ସଫା କରି ସେଥିରୁ ୮୦୮ ଟନ ଲାଣ୍ଟନା ବ୍ରିକେଟ୍ସ ପ୍ରସ୍ତୁତ କରିସାରିଲାଣି।

Dharitri – Odisha’s No.1 Odia Daily

Share