ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି। ହରେକାଲା ମାଙ୍ଗାଲୋରର ଏକ ବସ୍‌ଷ୍ଟାଣ୍ଡରେ କମଳା ଲେମ୍ବୁ ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିଲେ । ସେଥିରୁ ସେ ଅର୍ଥ ସଞ୍ଚୟ କରି ତାଙ୍କ ଗ୍ରାମର ପିଲାଙ୍କୁ ଶିକ୍ଷାଦେବାର ସ୍ବପ୍ନ ଦେଖିଥିତ୍ଲେ। ୨୦୦୦ରେ ତାଙ୍କ ଉଦ୍ୟମରେ ଗାଁରେ ପ୍ରଥମେ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରାଇଥିଲେ। ଏହା ପୂର୍ବରୁ ଦକ୍ଷିଣ କନ୍ନଡ ଜିଲାରେ ଥିବା ତାଙ୍କ ଗାଁରେ ଶିକ୍ଷାର ସୁବିଧା ନ ଥିଲା। ଫଳରେ ଇଚ୍ଛାଥିଲେ ବି ହରେକାଲା ଏବଂ ତାଙ୍କ ଭଳି ଅନେକ ପିଲା ପଢିପାରି ନ ଥିଲେ। ଅଧାରୁ ପାଠ ଛାଡ଼ି ସେ କମଳା ଲେମ୍ବୁ ବିକ୍ରି କରିବାକୁ ମାଙ୍ଗାଲୋର ଚାଲିଯାଇଥିଲେ। ଗାଁରେ ସ୍କୁଲ ପ୍ରତିଷ୍ଠା କରିବା ପଛରେ ମଧ୍ୟ ଏକ ରୋଚକ କାହାଣୀ ଅଛି। ସେ କମଳା ଲେମ୍ବୁ ବିକ୍ରି କରୁଥିବା ସମୟରେ ଥରେ ଜଣେ ବିଦେଶୀ ନାଗରିକ ତାଙ୍କ ପାଖକୁ ଆସି ଇଂଲିଶରେ ଲେମ୍ବୁର ମୂଲ୍ୟ ପଚାରନ୍ତେ ତାହା ହରେକାଲା ବୁଝିପାରି ନ ଥିଲେ ଏବଂ ସେହି ବ୍ୟକ୍ତି ଜଣକ ତାଙ୍କ ପାଖରୁ ଚାଲିଯାଇଥିଲେ। ସେହି ସମୟରେ ହରେକାଲା ଶିକ୍ଷାର ମହତ୍ତ୍ୱ ଉପଲବ୍ଧି କରିପାରିଥିଲେ। ଶିକ୍ଷା ଅଭାବରୁ ତାଙ୍କ ଭଳି ଅନ୍ୟମାନେ କିଭଳି ସମସ୍ୟାରେ ନ ପଡ଼ିବେ ସେଥିପାଇଁ ସେ ଗାଁରେ ସ୍କୁଲ ଖୋଲିବାକୁ ଯୋଜନା କରିଥିଲେ।

Dharitri – Odisha’s No.1 Odia Daily

Share