ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି ଗଠନ କରିଛନ୍ତି ଏବଂ ତାହା ମାଧ୍ୟମରେ ଏକ ବର୍ଜ୍ୟ ଶୂନ୍ୟ ଅଞ୍ଚଳ ଗଠନ କରିପାରିଛନ୍ତି। ପ୍ରତିଦିନ ଏହିସବୁ ଆପାର୍ଟମେଣ୍ଟରୁ ୮୦୦ କେ.ଜି. ବର୍ଜ୍ୟ ବାହାରିଥାଏ। ଏ ସବୁକୁ ଠୁଳ ହେବାକୁ ନ ଦେଇ ସୋସାଇଟି ପକ୍ଷରୁ ବର୍ଜ୍ୟକୁ ପୃଥକ କରାଯାଏ। ପରେ ଶୁଖିଲା ବର୍ଜ୍ୟକୁ ରିସାଇକ୍ଲିଂ ପାଇଁ ପଠାଯାଉଥିବାବେଳେ ଅନ୍ୟ ବର୍ଜ୍ୟରୁ ଖତ ପ୍ରସ୍ତୁତ କରାଯାଉଛି। ମେଡିକାଲ ଓ ସାନିଟାରି ବର୍ଜ୍ୟକୁ ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରାଯାଏ। ସୋସାଇଟି ତରଫରୁ ପ୍ରସ୍ତୁତ କରାଯାଉଥିବା ଖତକୁ କୃଷକଙ୍କୁ ଦିଆଯାଉଛି। ବଡ଼କଥା ହେଉଛି ପ୍ରତିଦିନ ପାଖାପାଖି ୬ ଲକ୍ଷ ଲିଟର ବ୍ୟବହୃତ ପାଣିକୁ ରିସାଇକ୍ଲିଂ କରାଯାଇ ବିଭିନ୍ନ କାମରେ ଲଗାଯାଉଛି। ଏହାସହ ରିସାଇକ୍ଲିଂ ହେଉଥିବା ସାମଗ୍ରୀ ଯଥା କାଡର୍ର୍ବୋର୍ଡ ଓ ଇଲେକ୍ଟ୍ରୋନିକ୍ସ ଜିନିଷଗୁଡ଼ିକ ବିକ୍ରି କରାଯାଇ ସୋସାଇଟି ପାଇଁ ପାଣ୍ଠି ଯୋଗାଡ଼ କରାଯାଇପାରୁଛି।