ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌ ଗଁାରେ ଥିବା କେ.ଖେଲ୍‌ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏଭଳି ଚିନ୍ତାରୁ ମୁକ୍ତ ହୋଇପାରିଛି। ପିିଲାମାନେ ସ୍କୁଲରେ ବିଭିନ୍ନ ପ୍ରକାର ପରିବା ଉତ୍ପାଦନ କରୁଛନ୍ତି ଏବଂ ତାହା ରୋଷେଇ ହେଉଛି। ପିଲାମାନେ ଏହାକୁ ଖାଇବା ଯୋଗୁ ଅନେକାଂଶରେ ପୌଷ୍ଟିକ ଅଭାବ ଦୂର ହୋଇପାରୁଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଜୈବିକ ପଦ୍ଧତିରେ ଚାଷକରି ବିନ୍ସ, କଖାରୁ, କୋବି, ବିଭିନ୍ନ ପ୍ରକାର ଶାଗ ସହ ଡାଳିମ୍ବ, କମଳାଲେମ୍ବୁ ଉତ୍ପାଦନ କରୁଛନ୍ତି। ସେମାନେ ବିହନ ଲଗାଇବା, ଘାସ ବାଛିବା ଓ ଗଛରେ ପାଣି ଦେବାଠାରୁ ଆରମ୍ଭ କରି ଜୈବିକ ଖତ ଉତ୍ପାଦନ କରୁଛନ୍ତି। ୨୦୧୧ରେ ପ୍ରଥମେ ପରିବା ଚାଷ ସ୍କୁଲର ଛୋଟ ବଗିଚାରେ ଆରମ୍ଭ କରାଯାଇଥିଲା। ପରେ ଜୈବିକ ଚାଷ ପଦ୍ଧତି ସମ୍ପର୍କରେ ପିଲାଙ୍କୁ ଶିକ୍ଷା ଦିଆଗଲା ଓ ସେମାନେ ଏହି ଚାଷ କୌଶଳ ଅବଲମ୍ବନ କରି ସ୍କୁଲରେ ଖାଲିପଡ଼ିଥିବା ଜମିରେ ଅଧିକ ଚାଷ ଆରମ୍ଭ କରିଥିଲେ। ଏବେ ଏହି ଚାଷରେ ସ୍କୁଲର ୬୦ ଜଣ ପିଲା ଜଡ଼ିତ ରହି ସବୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

Dharitri – Odisha’s No.1 Odia Daily

Share