ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩ ବର୍ଷୀୟ ଆକାଶ ଯାଦବ ଓ ତାଙ୍କ ସାଙ୍ଗମାନେ ଗଙ୍ଗାନଦୀର ଘାଟଗୁଡ଼ିକୁ ସଫା କରିବାରେ ଲାଗିଛନ୍ତି। ସେମାନେ ‘କ୍ଲିନଅପ୍ ପଟଓ୍ବାଇ’ ଅଭିଯାନ ଆରମ୍ଭ କରିଛନ୍ତି। ଆକାଶଙ୍କ ଟିମ୍ରେ ଏବେ ୧୫ ଜଣ ଅଛନ୍ତି। ସେମାନେ ଗଙ୍ଗାର ୪ଟି ଘାଟକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିପାରିଛନ୍ତି। ସେମାନେ ଘାଟରୁ ୧ ଟନ୍ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟ ସଫା କରିଛନ୍ତି। କେବଳ ଏତିକି ନୁହେଁ, ଏହି ଟିମ୍ ଅନେକ ପୁଷ୍କରିଣୀର ପୁନରୁଦ୍ଧାର କରିବା ସହ ୧,୦୦୦ ଗଛ ମଧ୍ୟ ଲଗାଇସାରିଲେଣି। ଅଶୋକ ଓ ତାଙ୍କ ସାଙ୍ଗ ରୋହନ ଯାଦବ ପ୍ରଥମେ ଗଙ୍ଗାଘାଟର ପ୍ରଦୂଷଣକୁ ଦେଖି ସୋସିଆଲ ମିଡିଆରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହେବା ପରେ ସପ୍ତାହନ୍ତରେ ଦୁଇ ସାଙ୍ଗ ଗାର୍ବେଜ ବ୍ୟାଗ ଧରି ଘାଟ ଓ ଆଖପାଖ ରାସ୍ତାରୁ ବର୍ଜ୍ୟ ଗୋଟାଇବା ଆରମ୍ଭ କରିଦେଲେ। ପରେ ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ସ୍ଥାନୀୟ ଯୁବକମାନେ ସାମିଲ ହୋଇଥିଲେ। ଏବେ ଆକାଶଙ୍କ ୧୫ ଜଣିଆ ଟିମ୍ କେବଳ ଘାଟ ନୁହେଁ, ପାର୍କିଂ ସ୍ଥାନ,ମାକେର୍ର୍ଟ ଓ ସର୍ବସାଧାରଣ ସ୍ଥାନଗୁଡ଼ିକୁ ସଫା କରୁଛନ୍ତି । ଏହି କାର୍ଯ୍ୟରେ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଯାଇଛନ୍ତି।