ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ ଏସିଆକୁ ରତ୍ପାନି କରାଯାଉଥିଲା। ଅରୁଣାଚଳପ୍ରଦେଶ ତାଓ୍ବାଙ୍ଗ ଜିଲାର ଏହି ଛୋଟ ଗାଁର ନାମ ମୁକ୍ତୋ । ସମୁଦ୍ର ପତନର ୧୦,୦୦୦ ଫୁଟ୍‌ ଉପରେ ଥିବା ଏହି ଗାଁରେ ମୋନାପା ସମ୍ପ୍ରଦାୟ ଲୋକେ ରହନ୍ତି। ସେମାନେ ୧୦୦୦ ବର୍ଷର ହାତ ତିଆରି କାଗଜର କଳାକୌଶଳକୁ ବଞ୍ଚାଇ ରଖିଛନ୍ତି। ଏହି କାଗଜ ଏବେକାର କାଗଜ ଭଳି ନୁହଁ, ଏଥିରେ ବୌଦ୍ଧ ଧର୍ମଶାସ୍ତ୍ର ଲେଖାଯାଇଛି । ପାହାଡିଆ ଜଳବାୟୁରେ ଏହା ଅନେକ ବର୍ଷ ଧରି ଅକ୍ଷୁଣ୍ଣ ରହିଛି। ଏହି କାଗଜର ନାମ ମନ ଶୁଗୁ, କାରଣ ଏହା ଶୁଗୁ ସେଙ୍ଗ୍‌ ଜାତୀୟ ଘାସରୁ ପ୍ରସ୍ତୁତ କରାଯାଉଛି। ମୁକ୍ତୋ ଗାଁର ପ୍ରତ୍ୟେକ ପରିବାର ଏହିି ଘାସରୁ କାଗଜ ପ୍ରସ୍ତୁତ କରୁଥିଲେ। ହେଲେ ଏବେ ଆଧୁନିକ ପଦ୍ଧତିରେ କାଗଜ ଉତ୍ପାଦନ ହେବା ପରେ ଅନେକ ଏହି କଳାରୁ ଦୂରେଇ ଗଲେଣି। ତେବେ ଏହି କାଗଜ ତିଆରି କଳାକୁ ବଞ୍ଚାଇ ରଖିବା ଲାଗି ମୋନାପାରେ ଏକ କାଗଜ ତିଆରି କେନ୍ଦ୍ର କରାଯାଇଛି,ଯେଉଁଠି ମହିଳାମାନେ ଶୁଗୁ ସେଙ୍ଗ୍‌ ଘାସରୁ କାଗଜ ପ୍ରସ୍ତୁତ କରୁଛନ୍ତି।

Dharitri – Odisha’s No.1 Odia Daily

Share