ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର ସଂଗ୍ରହ କରି ସେଥିରୁ ପ୍ୟାକେଜିଂ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଅର୍ଦ୍ରାଙ୍କ ବୟସ ୨୯ । ସେ ୨୦୧୨ରେ ଗ୍ରୀନାମୋର କମ୍ପାନୀ ପ୍ରତିଷ୍ଠା କରି ଠିକ୍ ପ୍ଲାଷ୍ଟିକ ଭଳି ଦେଖାଯାଉଥିବା ପରିବେଶ ଉପଯୋଗୀ ବାୟୋପଲିମର ଉତ୍ପାଦନ କରୁଛନ୍ତି, ଯାହା ଖାଦ୍ୟ, ଔଷଧ ଏବଂ କସ୍ମେଟିକ ପ୍ୟାକେଜିଂରେ ବ୍ୟବହାର ହେଉଛି। ଏହି ପ୍ୟାକେଜିଂ ଉତ୍ପାଦ ବିଘଟନ ଯୋଗ୍ୟ ଏବଂ କମ୍ ଦିନରେ ମାଟିରେ ମିଶିଯାଉଛି। ଏହା ପ୍ଲାଷ୍ଟିକ ପଲିମର୍ର ପ୍ରଦୂଷଣକାରୀ ପ୍ରଭାବରୁ ପରିବେଶକୁ ରକ୍ଷା କରିବାରେ ପ୍ରମୁଖ ଭୂମିକା ନେଇପାରିବ। ଏହା ସହ ଅର୍ଦ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଏହି ପରିବେଶ ଉପଯୋଗୀ ପ୍ୟାକେଜିଂ ଉତ୍ପାଦ ବି ଖାଦ୍ୟକୁ ପ୍ଲାଷ୍ଟିକର ବିଷାକ୍ତ କରାଇବାରୁ ସୁରକ୍ଷିତ ରଖିପାରିବ।