ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ ସେବାରେ କଟାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ସୂର୍ଯ୍ୟ ବେଙ୍ଗାଲୁରୁରେ ମାର୍ଚ୍ଚ ୨୦୨୪ରୁ ‘ଦି ମାର୍ଗ’ ଅଭିଯାନ ଆରମ୍ଭ କରି ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାରେ ଲାଗିଛନ୍ତି। ମାର୍ଗ ଅର୍ଥ ପଥ, ଯାହା ଲୋକଙ୍କୁ ମାର୍ଗଦର୍ଶନ କରିବା ପାଇଁ ଯୁବ ପ୍ରବର୍ତ୍ତକଙ୍କ ଦୃଷ୍ଟିକୋଣକୁ ପ୍ରକାଶ କରେ। ସୂର୍ଯ୍ୟଙ୍କୁ ବୟସ ଏବେ ୧୪। ସେ ବେଙ୍ଗାଲୁରୁ ରାଜାଜିନଗରସ୍ଥିତ ନ୍ୟାଶନାଲ ପବ୍ଲିକ ସ୍କୁଲର ୯ମ ଶ୍ରେଣୀ ଛାତ୍ର। ସେ ରୋଡିଜ୍‌ ନାମକ ଏକ ଶିକ୍ଷାଭିତ୍ତିକ ମୋବାଇଲ ଗେମ୍‌ ପ୍ରସ୍ତୁତ କରି ଖେଳ ମାଧ୍ୟମରେ ପିଲାଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଏବେସୁଦ୍ଧା ଭାରତରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇ ସାରିଲେଣି। ଏଥିମଧ୍ୟରୁ ୨୫ ହଜାର ଲୋକଙ୍କୁ ଡିଜିଟାଲ କ୍ୟାମ୍ପେନ ଏବଂ ୧୫ ହଜାର ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସଚେତନ କରାଇଛନ୍ତି। ସ୍କୁଲରେ କର୍ମଶାଳା ଆୟୋଜନ କରି ପିଲାଙ୍କୁ ସଡ଼କ ସୁରକ୍ଷା ବିଷୟରେ ଅବଗତ କରାଉଛନ୍ତିି।

Dharitri – Odisha’s No.1 Odia Daily