ତାମିଲନାଡୁ ତ୍ରିଚିର ପରିବେଶବିତ୍ ସୁସ୍କିତା କ୍ରିଷ୍ଣନ୍ ପାଣିରେ ଶୀଘ୍ର ବଢ଼ୁଥିବା ଆୟସିନ୍ଥ ଦଳ (ସ୍ଥାନୀୟ ଅଞ୍ଚଳରେ କୁହାଯାଏ ନାଗଦଳ)କୁ ସଂଗ୍ରହ କରି ସେଥିରୁ ସେ କାଗଜ ତିଆରି କରିପାରୁଛନ୍ତି। ଦଳକୁ ସଂଗ୍ରହ କରାଯାଇ ସେଥିରୁ ବହଳିଆ ରସ ପ୍ରସ୍ତୁତ ହେବାପରେ କଗଜ ତିଆରି ହେଉଛି। ତ୍ରିଚିର ଏକ ହ୍ରଦକୁ ପ୍ରଦୂଷିତ କରୁଥିବା ଏହି ପ୍ରକାର ଦଳକୁ ଦେଖି ତାହା ଯୋଗୁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଏଭଳି ଅଭିନବ ଉପାୟ ଆପଣାଇ ସଫଳ ହୋଇଛନ୍ତି। ସେ ତିଆରି କରିଥିବା କାଗଜ ସମ୍ପୂଣ୍ଣର୍ର୍ ବିଘଟନଯୋଗ୍ୟ। ସୁସ୍ମିତା ୧୫୦ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ଦଳ ସଂଗ୍ରହ ଓ କାଗଜ ତିଆରି କାମରେ ନିଯୁକ୍ତ କରିଛନ୍ତି। ୨୫ ବର୍ଷୀୟା ସୁସ୍କିତା ତ୍ରିଚିରସ୍ଥିତ ଭାରତୀ ଦର୍ଶନ ବିଶ୍ୱବିଦ୍ୟାଳୟରୁ ଲାଇଫ୍ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୧୯ରେ ସେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ବେଙ୍ଗାଲୁରୁରେ ଇଣ୍ଟର୍ନଶିପ କରୁଥିବା ସମୟରେ ଆୟସିନ୍ଥ ଦଳରୁ କାଗଜ ତିଆରି କରିବା ଯୋଜନା ଆରମ୍ଭ କରି ୨୦୨୩ରେ ତାଙ୍କ ରିସର୍ଚ୍ଚ ଟିମ୍ ସହାୟତାରେ ସଫଳ ହୋଇଥିଲେ। ଏବେ ୧ କେଜି ଆୟସିନ୍ଥ ଦଳରୁ ୩୦ ଫର୍ଦ୍ଦ କାଗଜ ତିଆରି ହୋଇପାରୁଛି। ଦଳକୁ ସଂଗ୍ରହ କରାଯାଇ ସେଥିରୁ ବହଳିଆ ରସ ପ୍ରସ୍ତୁତ କରାଯାଇ ପରେ ସେଥିରୁ କଗଜ ତିଆରି ହେଉଛି।

