ଏଇ ଭାରତରେ

ନାଗା ଯୋଦ୍ଧା ଛାକେସାଙ୍କ ଜନଜାତି ଲୋକେ ଶିକାର ଛାଡ଼ିଦେଇ ପରିବେଶ ଓ ପ୍ରାଣୀଙ୍କ ସୁରକ୍ଷା ପାଇଁ ଏବେ କାମ କରୁଛନ୍ତି। ସେମାନେ ଇଣ୍ଡୋ-ବର୍ମା ବାୟୋଡାଇଭର୍ସିଟି ହଟ୍‌ସ୍ପଟରେ ଥିବା ଜେସାମି ଗାଁରେ ରହୁଛନ୍ତି। ଏହି ଜନଜାତିର ଲୋକ ଶିକାର କୌଶଳ ପାଇଁ ଜଣାଶୁଣା। ଏପରି କି ଶିକାର କୌଶଳର ପ୍ରତୀକ ଭାବେ ସେମାନେ ଘର ପ୍ରବେଶପଥରେ ପ୍ରାଣୀଙ୍କ ଖପୁରି ସାଇତି ରଖିଥା’ନ୍ତି। ଗାଁର ମୁଖ୍ୟ ପର୍ବ ହେଉଛି ଟ୍ରେକୁ ନେଗେ। ଏହି ପର୍ବରେ ଉକ୍ତ ଜନଜାତିର ଲୋକମାନେ ମୁଣ୍ଡରେ ମିସେସ୍‌ ହ୍ୟୁମ ପିଜାଣ୍ଟ ପକ୍ଷୀ ଲାଞ୍ଜର ପର ପିନ୍ଧିଥା’ନ୍ତି। ଉଲ୍ଲେଖନୀୟ, ଏହି ପକ୍ଷୀର ନାମକରଣ ବ୍ରିଟେନ୍‌ ପରିବେଶବିତ୍‌ ଆଲାନ ଅକ୍ଟୋଭିଆନ ହ୍ୟୁମ୍ସଙ୍କ ସ୍ତ୍ରୀ ମ୍ୟାରି ଆନ୍ନ ଗ୍ରୀଣ୍ଡଲ ହ୍ୟୁମ୍ସଙ୍କ ନାମାନୁସାରେ କରାଯାଇଛି। ହ୍ୟୁମ ପିଜାଣ୍ଟ ପକ୍ଷୀ ବିଲୁପ୍ତ ହୋଇଯିବା ଖବର ଜାଣିବା ପରେ ଜେସାମି ଗ୍ରାମ ପରିଷଦର ଅଧ୍ୟକ୍ଷ ନିଜୋତେ ମେକ୍ରିଶୁ ସର୍ବସମ୍ମତିକ୍ରମେ ପଦକ୍ଷେପ ନେଇଥିଲେ। ୨୦୧୮ରେ ସବୁ ପ୍ରାଣୀଙ୍କ ଶିକାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏପରି କି ଟ୍ରେକୁ ନେଗି ପର୍ବରେ ମଧ୍ୟ ଶିକାର ବନ୍ଦ କରାଯାଇଛି। ଏବେ ଗ୍ରାମବାସୀ ଶିକାର ଛାଡ଼ି ପର୍ଯ୍ୟଟକ, ବନ୍ୟପ୍ରାଣୀ ଫଟୋଗ୍ରାଫର ଓ ବୈଜ୍ଞାନିକଙ୍କୁ ଜଙ୍ଗଲରେ ଗାଇଡ୍‌ କରୁଛନ୍ତି। ଛାକେସାଙ୍କ ଜନଜାତିଙ୍କ ଏଭଳି ପରିବର୍ତ୍ତନକାରୀ ପଦକ୍ଷେପ ଭାରତର ଅନ୍ୟସବୁ ଜଙ୍ଗଲରେ ରହୁଥିବା ଜନଜାତିକଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

ଗୋ ମାଫିଆଙ୍କ ଘରେ ରେଡ୍‌: ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଜବତ

ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି ।...

ସୁନାଥାଳିରେ ଖାଇବେ! ୨୯ରୁ ୩୧ ଭିତରେ ଧନୀ ହେବେ ୩ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

କିଏ ହେବେ ମୁମ୍ବାଇର ପରବର୍ତ୍ତି ମେୟର? ରେସରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୭।୧: ମୁମ୍ବାଇ ନଗର ନିଗମ ନିର୍ବାଚନରେ ଭାଜପା ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ମୁମ୍ବାଇରେ ଶିବସେନାର ପ୍ରାୟ ତିନି ଦଶନ୍ଧି ଧରି ରହିଥିବା...

ମୃତବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଟଙ୍କା: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୭ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ରତାଖଣ୍ଡି ପଞ୍ଚାୟତ ଅଧୀନ ରତାଖଣ୍ଡି ଗ୍ରାମର ରାଉତ ବରିହାଙ୍କ ଗତ ଜୁଲାଇରେ ମୃତ୍ୟୁ ଘଟିଛି। କିନ୍ତୁ ପଞ୍ଚାୟତ ପକ୍ଷରୁ...

କଳିଯୁଗରେ ରାହୁଙ୍କ ରାଜ୍‌, ୪ରାଶିଙ୍କୁ ମିଳିବ ଜବରଦସ୍ତ ଲାଭ…

ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ ମୋଟ ଚାରୋଟି ଯୁଗର ଉଲ୍ଲେଖ ଅଛି, ଯେଉଁଥିରୁ ଗୋଟିଏ ହେଉଛି କଳିଯୁଗ (କଳିଯୁଗ)। ସତ୍ୟ ଯୁଗ, ତ୍ରେତୟା ଯୁଗ ଏବଂ ଦ୍ୱାପର ଯୁଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri