ଏଇ ଭାରତରେ

ଘିକୁଆଁରି ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହୃଷୀକେଶ ଜୟସିଂ ଧାନେ । ସତାରା ଜିଲା ପଡାଲି ଗାଁରେ ରୁହନ୍ତି ଜୟସିଂ। ସେଠାରେ ସେ ୮ ଏକର ଜମିରେ ଘିକୁଆଁରି ଚାଷ କରୁଛନ୍ତି। ଏହି ଚାଷରୁ ସେ ବର୍ଷକୁ ୩.୫ କୋଟି ଟଙ୍କାର ବିଜ୍‌ନେସ୍‌ କରିବା ସହ ସେଥିରୁ ୩୦% ଲାଭ ପାଉଛନ୍ତି। ଜୟସିଂ ବର୍ଷକୁ ହାରାହାରି ୮୦୦୦ ଲିଟର ଘିକୁଆଁରି ରସ ସଂଗ୍ରହ କରି ସେଥିରୁ ସାବୁନ, ଶାମ୍ପୂ, ଜୁସ୍‌ ଓ ଜୈବିକ କୀଟନାଶକ ପ୍ରସ୍ତୁତ କରୁଛନ୍ତି, ଯାହାର ବଜାରରେ ଅଧିକ ଚାହିଦା ରହିଛି। ଜଣେ ସଫଳ କୃଷକ ହେବା ଲାଗି ତାଙ୍କୁ ଜୀବନରେ ଅନେକ ଉତ୍ଥାନପତନ ଦେଇ ଯିବାକୁ ପଡ଼ିଛି। ଏପରି କି ସେ ଅର୍ଥାଭାବରେ ପଢ଼ି ଦଶମ ପାସ୍‌ କରିବା ପରେ ଏକ କମ୍ପାନୀରେ ଚାକିରି କରିଥିଲେ। ସେଥିରୁ ଯାହା ଦରମା ପାଉଥିଲେ ସେଥିରେ ପରିବାର ଚଳାଇବା ସମ୍ଭବ ନ ହେବାରୁ ସେ ଏକ ନର୍ସରି କରିଥିଲେ । ହେଲେ ତାହା ମଧ୍ୟ ଆବଶ୍ୟକତା ପୂରଣ କରିପାରି ନ ଥିଲା। ଶେଷରେ ୨୦୦୭ରେ ସେ ଘିକୁଆଁରି ଚାଷ କରିବାକୁ ନିଷ୍ପତ୍ତି ନେଇ ଅନ୍ୟ ଚାଷୀମାନଙ୍କଠାରୁ ପ୍ରାୟ ୪୦୦୦ ଘିକୁଆଁରି ଗଛ ସଂଗ୍ରହ କରି ଲଗାଇଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଲାଇଭ୍ ଶୋ’ରେ କାନ୍ଦିଲେ ପାକିସ୍ତାନୀ ଆଙ୍କର, ଭାବପ୍ରବଣ ହୋଇ କହିଲେ ମୋ ପରିବାର….

ନୂଆଦିଲ୍ଲୀ,୨।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଏହା ଉଲ୍ଲେଖନୀୟ ଯେ, ଇରାନରେ ହୋଇଥିବା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି…

ବିମାନବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ଼େ ବ୍ୟାପିବାରୁ…

ଝାରସୁଗୁଡ଼ା,୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ…

ଯାଦବ ସମାଜ ଦୋଳ ମହୋତ୍ସବ: ଦେଖିବାକୁ ମିଳିଛି ପାରମ୍ପରିକ ବାଡ଼ି ଖେଳ

ବଲାଙ୍ଗୀର,୭।୩(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୌରାଞ୍ଚଳ  ଯାଦବ ମହାସଭା ପକ୍ଷରୁ ୩୦ ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ…

ମନ୍ଦିର ନିର୍ମାଣ ସରିବା ପରେ ବି ମିଳୁନି ବକେୟା ଅର୍ଥରାଶି, ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ବାରିଆକଟା ଗ୍ରାମ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପୁନଃରୁଦ୍ଧାର ନିମନ୍ତେ ଗତ ୨୦୨୩-୨୪ ଆର୍ଥିକବର୍ଷରେ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

ଦୋଳ ବିମାନରେ ପୂଜା ପାଉଛନ୍ତି ରାଧାମାଧବ

କାକଟପୁର/ଅସ୍ତରଙ୍ଗ,୨ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ରିଶୋଲ ଅଞ୍ଚଳରେ ଦୋଳ ବିମାନ ଗାଁ ଗାଁ ବୁଲିବା ସହ ଦେବୀନଦୀ ପାର…

କଳାହାଣ୍ଡିରେ ପୁଣି ହାତୀ ଆତଙ୍କ: ନର୍ଲାରେ ବୃଦ୍ଧଙ୍କୁ ଦଳିଦେଲା ହାତୀ, ୨ ମାସରେ ଗଲାଣି ୨ ଜୀବନ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ବ୍ଳକ ବାଗପୁର ଗ୍ରାମରୁ ସୋମବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ଗଣ୍ଠି…

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ ୧୦ରୁ ଅଧିକ ମହିଳା, ବୁଲାଣି ରାସ୍ତାରେ ଘଟିଲା…

ବାଲିଗୁଡ଼ା,୨ା୩(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡ଼ମୁଣ୍ଡା ଘାଟିରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri