ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ ଥିଲା। ଏବେ ଏହି ସମସ୍ୟା ଦୂର କରିଛନ୍ତି ପୁଣେର ଇଞ୍ଜିନିୟର ରାହୁଲ ବକାରେ। ସେ ବୋର୍‌ଓ୍ୱେଲଗୁଡ଼ିକର ପୁନରୁଦ୍ଧାର କରିପାରିଛନ୍ତି। ଫଳରେ ଲୋକେ ପର୍ଯ୍ୟାପ୍ତ ପାନୀୟଜଳ ପାଇବା ସହ ଚାଷକାର୍ଯ୍ୟ ମଧ୍ୟ ସୁରୁଖୁରୁରେ କରୁଛନ୍ତି। ଏସବୁ ଗାଁ ସମେତ ଭାରତରେ ଏଯାବତ୍‌ ସେ ୪୦୦ରୁ ଊର୍ଦ୍ଧ୍ୱ ବୋର୍‌ଓ୍ୱେଲ ମରାମତି କରିସାରିଲେଣି। ରୋହିଣୀ ନିଲେକାନି ଆର୍ଗିୟାମ ଫାଉଣ୍ଡେଶନ ଦ୍ୱାରା ଏହାର ପରିଚାଳନା କରାଯାଉଛି। ନୂଆ ବୋର୍‌ଓ୍ୱେଲ ତୁଳନାରେ ବହୁ କମ୍‌ ଖର୍ଚ୍ଚରେ ଅକାମି ହୋଇ ପଡ଼ିରହିଥିବା ବୋର୍‌ଓ୍ୱେଲଗୁଡ଼ିକର ପୁନରୁଦ୍ଧାର ହୋଇପାରୁଛି। ଏହି କାର୍ଯ୍ୟ ସେ ରୋବୋ ମାଧ୍ୟମରେ କରୁଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ହାଇଡ୍ରୋଲୋଜିଷ୍ଟ ବିନିତ ଫଡନିସ। ରାହୁଲ ଆମେରିକାରେ ଚାକିରି ଛାଡ଼ି ଗାଁରେ ଚାଷ କରିବା ବେଳେ ଜଳାଭାବ ସ୍ଥିତିକୁ ଦେଖି ତାହା ଦୂର କରିବା ପାଇଁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କପ୍ତିପଦାରେ ଜବରଦଖଲ ଉଚ୍ଛେଦ, ଏନଏସି ମାନ୍ୟତା ପାଇବା ପରେ…

ଉଦଳା,୨୯।୧(ସନ୍ତୋଷ କୁମାର ବାଚ୍ଛିନୀ): ନୂତନ ଏନଏସି ଭାବେ କପ୍ତିପଦା ଘୋଷଣା ହୋଇଛି । ଏନଏସି ମାନ୍ୟତା ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା…

ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅବିଭାବକ: ଶିକ୍ଷକ ନଥିବାରୁ…

ଧର୍ମଶାଳା,୨୯।୧(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ରସୁଲପୁର ବ୍ଲକ କଲଣ ପଞ୍ଚାୟତ ନୂଆହାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ…

କାହିଁକି ଇସ୍ରାଏଲ ଯାଉଛନ୍ତି ମୋଦି? ପାକିସ୍ତାନ ସହ ହଜିବ ହମାସର ନିଦ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ରିପୋର୍ଟ ଅନୁଯାୟୀ ଏହି ଗସ୍ତ ୨୭-୨୮ ଫେବୃଆରୀ, ୨୦୨୬ ରେ…

ନବୀନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର, କହିଲେ ଭାଜପା ଆସିବା ପରେ ଓଡ଼ିଶାବାସୀ…

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଗୁରୁବାର ଭବାନୀପାଟଣା ମିଡ୍‌ ଟାଉନଠାରେ ଅନୁଷ୍ଠିତ ଏକ…

ଏହି ଦାବି ନେଇ ଟ୍ରାକ୍ଟର ମାଲିକଙ୍କ ମେଳି: କହିଲେ ମନ ଇଚ୍ଛା ଜରିମାନା ବନ୍ଦ କର, ନଚେତ୍‌…

ପାଟଣା,୨୯।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଗଠିତ ବୈତରଣୀ ଟ୍ରାକ୍ଟର ମାଲିକ ସଂଘ ଗୁରୁବାର ପାଟଣା ଷ୍ଟାଡିୟମରେ…

ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା, ୬ ଜଣ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

ବ୍ରହ୍ମପୁର,୨୯।୧(ସୁବାସ ଚନ୍ଦ୍ର ପାଢ଼ୀ): ସ୍ୱତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ପ୍ରମାଣ ଆଧାରରେ ସେ…

କଲେଜ ଯାଉଥିବାବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆକ୍ରମଣ କରି ୨ ବାଇକ ଆରୋହୀ ଫେରାର୍‌, ଚେତାଶୂନ୍ୟ ଅବସ୍ଥାରେ…

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବିଜ୍ଞାନ କଲେଜର ଯୁକ୍ତ ୨ କଳା ବିଭାଗ ପ୍ରଥମବର୍ଷ ଛାତ୍ରୀଙ୍କୁ ଗୁରୁବାର ବାଇକରେ ଆସିଥିବା ୨ଜଣ…

ବ୍ଲାକ ବକ୍ସ ଉଦ୍ଧାର! ବାରାମତୀ ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ

ମୁମ୍ବାଇ,୨୯।୧: ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri