ଏଇ ଭାରତରେ

ଅରୁଣାଚଳ ପ୍ରଦେଶ ପାକ୍କେ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲର ଅନ୍ୟ ଏକ ଆକର୍ଷଣ ହେଉଛି ବିଭିନ୍ନ ରଙ୍ଗ ତଥା ପ୍ରଜାତିର ହର୍ନବିଲ। ଏହି ଜାତୀୟ ପକ୍ଷୀର ମାଂସ ଓ ଥଣ୍ଟ ପାଇଁ ସ୍ଥାନୀୟ ଅଞ୍ଚଳର ଆଦିବାସୀ ଏମାନଙ୍କୁ ଶିକାର କରିଥାନ୍ତି। ବ୍ୟାପକ ଶିକାର ହେତୁ ସମୟକ୍ରମେ ଏମାନଙ୍କ ସଂଖ୍ୟା ହ୍ରାସ ପାଇଚାଲିଲା ଓ ବିଲୁପ୍ତିର ଦ୍ୱାରଦେଶରେ ପହଞ୍ଚତ୍ଗଲେ। ଏହାକୁ ଲକ୍ଷ୍ୟକରି ଘୋରା ଆଭେ ସୋସାଇଟି ନାମକ ଏନ୍‌ଜିଓ, ନେଚର କଞ୍ଜରଭେଶନ ଫାଉଣ୍ଡେଶନ ଏବଂ ଅରୁଣାଚଳପ୍ରଦେଶ ଜଙ୍ଗଲ ବିଭାଗ ପ୍ରଥମେ ହର୍ନବିଲଙ୍କ ଜୀବନ ରକ୍ଷା ପାଇଁ ପଦକ୍ଷେପ ନେଇଥିଲେ। ପରେ ଏମାନଙ୍କ ସହ ପାକ୍କେ ପଗା ହର୍ନବିଲ ଫେଷ୍ଟିଭାଲ କମିଟି ଏବଂ ବିବେକାନନ୍ଦ କେନ୍ଦ୍ର ବିଦ୍ୟାଳୟ ଆଲୁମ୍‌ନି ଆସୋସିଏଶନ ସାମିଲ ହୋଇଛନ୍ତି। ଅରୁଣାଚଳପ୍ରଦେଶର ନାଇଶି ସମ୍ପ୍ରଦାୟର ଆଦିବାସୀମାନେ ହର୍ନବିଲଙ୍କୁ ଶିକାର କରି ସେମାନଙ୍କ ମାଂସ ଖାଇବା ସହ ଥଣ୍ଟ ବିକ୍ରି କରିଥାନ୍ତି। ଏବେ ଏହି ଆଦିବାସୀଙ୍କୁ ‘ନେଷ୍ଟ ପ୍ରୋଟେକ୍‌ଟର’ ବା ସଂରକ୍ଷକ ଭାବେ ଘୋଷଣା କରାଯାଇଛି। ଏମାନେ ବନ ହର୍ନବିଲଙ୍କ ସୁରକ୍ଷା କରିବା ସହ ସେମାନଙ୍କ ଛୁଆ କିଭଳି ମୃତ୍ୟୁମୁଖରେ ନ ପଡ଼ନ୍ତି ସେଥି ପାଇଁ ବସାରୁ ଛୁଆଙ୍କୁ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ୨୩୮ଟି ହର୍ନବିଲ ଛୁଆକୁ ବଡ଼ କରି ଜଙ୍ଗଲରେ ଛାଡ଼ି ସାରିଲେଣି। କେବଳ ଏତିକି ନୁହେଁ ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ବର୍ଷକୁ ୬.୦୦୦ରୁ ୧୦,୦୦୦ ଗଛ ଲଗାଯାଉଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri