ଏଇ ଭାରତରେ

ବୟସ ଏକ ସଂଖ୍ୟା ଓ ଏହାର ପ୍ରଭାବକୁ ପ୍ରତିହତ କରି ଆଗକୁ ବଢ଼ିବା ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟନଗରମର ବିଦ୍ୟା ସିଂ। ସେ ୫୯ ବର୍ଷ ବୟସରେ ପର୍ବତ ଆରୋହଣ ଆରମ୍ଭ କରିବା ପରେ ୧୯ଟି ଉଚ୍ଚ ଶୃଙ୍ଗ ଶୀର୍ଷରେ ପହଞ୍ଚିସାରିଲେଣି। ଏହା ମଧ୍ୟରେ ରହିଛି ପୂର୍ବ ଲଦାଖର ମେଣ୍ଟକ କାଂଗ୍ରି (୬୨୫୦ମିଟର) ଓ ସ୍ପିତି ଭ୍ୟାଲିର ୟୁନାମ ପିକ (୬୧୧୧ ମିଟର) ଶୃଙ୍ଗ। ଏବେ ତାଙ୍କ ବୟସ ୭୨ ଓ ସେ ପୂର୍ବ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜୋର ଅରୋହଣ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ସବୁଠୁ ବୟସ୍କ ଭାରତୀୟ ମହିଳା। ତାଙ୍କ ଫିଟନେସ ପଛର ରହସ୍ୟ ହେଉଛି, ସେ କଲେଜ ଜୀବନରୁ ଟେନିସ ଖେଳୁଥିଲେ ଓ ମାଡ୍ରାସ ବିଶ୍ୱବିଦ୍ୟାଳୟ ଟିମ୍‌ର ଅଧିନାୟିକା ଥିଲେ। ଏହାସହ ସେ ସୁଇମିଂରେ ମଧ୍ୟ ପଦକ ହାସଲ କରିଥିଲେ। ସେ ଦୀର୍ଘ ୧୨ ବର୍ଷ ହେଲା ସପ୍ତାହରେ ଥରେ ୬୦ କି.ମି. ସାଇକ୍ଲିଂ କରୁଛନ୍ତି। ଏହା ସହ ବିଭିନ୍ନ ସ୍ଥାନରେ ହାଫ୍‌ ମାରାଥନରେ ମଧ୍ୟ ଭାଗ ନେଉଛନ୍ତି। ପରିଣତ ବୟସରେ ସେ ନିଜକୁ ଫିଟ୍‌ ରଖିବା ସହ ପର୍ବତାରୋହଣକୁ ତାଙ୍କ ଜୀବନର ଏକ ଅଂଶ କରିଦେଇଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

ଦୋହଲିଗଲା ଖାର୍ଗ ଦ୍ୱୀପ! ଟ୍ରମ୍ପଙ୍କ ଦାବି: ସମସ୍ତ ଇରାନୀ ସାମରିକ ଘାଟି ଧ୍ୱଂସ; ଜାରି କଲେ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ଖାର୍ଗ ଦ୍ୱୀପରେ ଆମେରିକାର ସେନା ପ୍ରବଳ ବୋମାମାଡ଼ କରିଛି। ଟ୍ରମ୍ପଙ୍କ ଅନୁଯାୟୀ, ଏହି ଆକ୍ରମଣରେ…

ଭିବି ରାମଜି, ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା: କାମ ନ କରି ଉଠାଯାଇଛି ୩ ପ୍ରକଳ୍ପର ଟଙ୍କା

ନନ୍ଦପୁର,୧୪୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧୀନ ୨୩ ପଞ୍ଚାୟତର ଭିବି ରାମଜି(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥିବା କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ସମଗ୍ର ଶିକ୍ଷା…

ଗ୍ୟାସ୍‌ ବିତରକ ସଂଘର ଉପସଭାପତିଙ୍କ ବଡ଼ ବୟାନ: କହିଲେ ଏଣିକି ଆଉ…

କଟକ,୧୪ା୩(ପ୍ରଭୁକଲ୍ୟାଣ ପାଲ): ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଯୋଗାଣରେ କଟକଣା ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ଏଣିକି ବେହିସାବ ଗ୍ୟାସ ଜାଳିବା ପଡ଼ିବ ମହଙ୍ଗା।…

ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ କାହିଁକି ଏମିତି ସଙ୍ଗୀନ ଅଭିଯୋଗ କଲେ …

ଭୁବନେଶ୍ୱର,୧୪।୩: କଂଗ୍ରେସ ତା’ର ବିଧାୟକମାନଙ୍କୁ ଲୁଚାଇ ରଖିଛି। ଏମିତି ଏକ ଅଭିଯୋଗ କରିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ ବୋଲି…

ଭାରତ ସାମ୍ନାରେ ହାତ ପତାଉଛି ଆମେରିକା! ଯୁଦ୍ଧ ମଧ୍ୟରେ କାହିଁକି ଏମିତି କହିଲେ ଇରାନ ବୈଦେଶିକ ମନ୍ତ୍ରୀ? ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକାର ଆକ୍ରମଣ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି, ରୁଷୀୟ ତୈଳ ସମ୍ପର୍କରେ ୱାଶିଂଟନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri