ଏଇ ଭାରତରେ

ରାଜସ୍ଥାନର ମରୁଭୂମି ଜିଲା ଭାବେ ବାର୍‌ମର ବେଶ୍‌ ଜଣାଶୁଣା। ଏହି ଅଞ୍ଚଳରେ ବର୍ଷର ସବୁ ସମୟରେ ପିଇବା ପାଣି ପାଇବା କଷ୍ଟକର। ଘରେ ରୋଷେଇ ଓ ଅନ୍ୟାନ୍ୟ କାମ ପାଇଁ ଆବଶ୍ୟକ ପାଣି ମହିଳାମାନେ ଯୋଗାଡ଼ କରି ରଖୁଥିବାରୁ ବହୁ ସମୟରେ ଏହି ଅଭାବ ସେମାନଙ୍କୁ ଚାପଗ୍ରସ୍ତ କରି ରଖେ। ଅନେକ ସମୟରେ ଜିଲାର ବିଭିନ୍ନ ଅଞ୍ଚଳରେ ଥିବା ବଡ଼ ବାମ୍ଫିରୁ ପାଣି କାଢିବା ସମୟରେ ସେଥିରେ ପଡ଼ି ବହୁ ମହିଳାଙ୍କ ଜୀବନ ଚାଲିଯାଇଛି। ଏଭଳି ସମସ୍ୟାକୁ ଅନୁଭବ କରି ଜିଲାପାଳ ଟିନା ଦାବି ତାହାକୁ ଦୂର କରିବାରେ ଅନେକାଂଶରେ ସଫଳ ହୋଇପାରିଛନ୍ତି। ସେ ବର୍ଷାଜଳ ସଂରକ୍ଷଣ କରି ରଖିବା ପାଇଁ ଜିଲାର ବିଭିନ୍ନ ଗାଁରେ ଟାଙ୍କି ନିର୍ମାଣ କରିଛନ୍ତି। ଜିଲାରେ ମୋଟ ୮୭,୦୦୦ ଟାଙ୍କି ନିର୍ମାଣ କରିସାରିଲେଣି। ‘କ୍ୟାଚ ଦି ରେନ’ ଅଭିଯାନରେ ତାଙ୍କୁ ଏହି ସଫଳତା ମିଳିପାରିଛି। ଟାଙ୍କିଗୁଡ଼ିକର ମୁହଁ ବନ୍ଦ କରି ସେଥିରେ ପମ୍ପ ଲଗାଯାଇଛି। ଏହି ଟାଙ୍କିଗୁଡ଼ିକର ପାଣିକୁ ବିଶୁଦ୍ଧ କରାଯାଉଛି ଏବଂ ୩ରୁ ୪ ମାସ ପିଇବା ପାଇଁ ବ୍ୟବହାର ହେଉଛି। ବାର୍‌ମର ଏବେ ଦେଶରେ ବର୍ଷାଜଳ ସଂରକ୍ଷଣ କ୍ଷେତ୍ରରେ ଏକ ମଡେଲ ଜିଲା ହୋଇପାରିଛି। ଟିନା ଦାବି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବା ସହ ଜିଲା ପାଇଁ ୨ କୋଟି ଟଙ୍କାର ରାଶି ଗ୍ରହଣ କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri