ଏଇ ଭାରତରେ

ପ୍ରଦୂଷିତ ପରିବେଶ, ଖାଦ୍ୟ ଓ ବାସସ୍ଥାନ ଅଭାବରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ସହ ବେଆଇନ ଶିକାର ଯୋଗୁ ବହୁ ପ୍ରାଣୀଙ୍କ ଜୀବନ ଯାଉଛି। ଅନେକେ ମଧ୍ୟ କୌଣସି କାରଣରୁ ଆହତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ ଶିକାରୀଙ୍କୁ ରୋକିବା ବନ ବିଭାଗର ଦାୟିତ୍ୱ ହୋଇଥିବାବେଳେ ବେସରକାରୀ ସ୍ତରରେ ପ୍ରାଣୀଙ୍କ ଜୀବନ ବଞ୍ଚାଇବା ମଧ୍ୟ ଏକ ବଡ଼ ଦାୟିତ୍ୱ ବୋଲି ଗ୍ରହଣ କରିବାକୁ ହେବ। ଏଭଳି ଦାୟିତ୍ୱ ନିର୍ବାହ କରୁଛନ୍ତି ମହାରାଷ୍ଟ୍ର ଓ୍ବାର୍ଦ୍ଧାର ଏକ ଟିମ୍‌। ସେମାନେ ଆହତ ବନ୍ୟଜୀବଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଉଛନ୍ତି। ଓ୍ବାର୍ଦ୍ଧାରେ ଥିବା ପିଏଫ୍‌ଏ ଓ୍ବାଇଲ୍ଡ ଲାଇଫ ରେସ୍‌କ୍ୟୁ ଆଣ୍ଡ୍‌ ରିହାବିଲିଟେଶନ ସେଣ୍ଟରରେ ସେମାନେ ଆହତ ପ୍ରାଣୀଙ୍କ ଚିକିତ୍ସା କରୁଛନ୍ତି। ସେମାନେ ଉଦ୍ଧାର କରୁଥିବା ପ୍ରାଣୀଙ୍କ ମଧ୍ୟରେ ରହିଛନ୍ତି ବାଘ, ବିଲୁପ୍ତି ପଥରେ ଥିବା ବିଭିନ୍ନ ପକ୍ଷୀ, ବଜ୍ରକାପ୍ତା, ସ୍ଲଥ ବିୟର, ହରିଣ, କୁଟୁରା, ମାଙ୍କଡ଼ ଇତ୍ୟାଦି। ଏହି କାର୍ଯ୍ୟରେ ମହାରାଷ୍ଟ୍ର ଜଙ୍ଗଲ ବିଭାଗ ସହଯୋଗ କରୁଛି। ମୋଟରେ ୯ଟି ଟିମ୍‌ ରହିଛି। ପ୍ରତ୍ୟେକରେ ୫ ଜଣ ଜଙ୍ଗଲ ଅଧିକାରୀ ମଧ୍ୟ ରହିଛନ୍ତି। ୨୫ ଏକର ଜମ ପରିମିତ ଏହି ସେଣ୍ଟର ଆଶିଷ ଗୋସ୍ବାମୀଙ୍କ ତତ୍ତ୍ୱାବଧାନରେ ଚାଲୁଛି। ଏଯାବତ ଏହି ଟିମ୍‌ ୪୦,୦୦୦ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ଚିକିତ୍ସା ଯୋଗାଇ ଦେଇସାରିଲେଣି। ଗତବର୍ଷ କେବଳ ୫,୬୦୦ ପ୍ରାଣୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri