ଏଇ ଭାରତରେ

ସମାଜରେ କୌଣସି କ୍ଷେତ୍ରରେ ପରିବତ୍ତର୍ର୍ନ କେବଳ ବଡ଼ ସଙ୍ଗଠନ କିମ୍ବା ବୃହତ୍‌ କମ୍ପାନୀଗୁଡ଼ିକ ଦ୍ୱାରା ହୋଇ ନ ଥାଏ, ବରଂ ବ୍ୟକ୍ତିଗତ ଉଦ୍ୟମରେ ଏହା ସମ୍ଭବ ହୋଇପାରେ। ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସିକିମ୍‌ରେ। ସେଠାରେ ଏକ ସ୍କୁଲର ଭବିଷ୍ୟତ ବଦଳାଇ ଦେଇଛନ୍ତି ଅଶ୍ୱିନୀ ଥାପା। ୩୦ ଦିନ ମଧ୍ୟରେ ସେ ରିଲ୍‌ ପ୍ରସ୍ତୁତକରି ବିଭିନ୍ନ ଉତ୍ସରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଦାନ ଆକାରରେ ଯୋଗାଡ଼ କରିଛନ୍ତି ସ୍କୁଲ ପାଇଁ। ବିଶେଷକରି ପିଲାମାନଙ୍କ ଅଭାବକୁ ନେଇ ସେ ପ୍ରସ୍ତୁତ କରିଥିବା ଭିଡିଓଗୁଡ଼ିକ ଅନ୍ୟମାନଙ୍କ ହୃଦୟକୁ ଛୁଇଁପାରିଥିଲା। ପାଇଥିବା ଟଙ୍କାରେ ସେ ସିକିମ୍‌ର ସର୍ଣ୍ଡୋଙ୍ଗ ଗାଁର ଗ୍ରେସ୍‌ ଏକାଡେମୀ ନାମକ ସ୍କୁଲର ଅନେକ ବିକାଶ କରିଛନ୍ତି। ଏହି ସ୍କୁଲକୁ ପର୍ବତାରୋହୀଙ୍କୁ ଗାଇଡ୍‌ କରୁଥିବା ଲପକା ଧଭା ଶେର୍‌ପା ପ୍ରତିଷ୍ଠା କରିଥିଲେ। ସେ ସ୍କୁଲ ପାଇଁ ତାଙ୍କ କ୍ୟାରିୟରକୁ ଛାଡ଼ିଦେଇଥିଲେ। ବିଶେଷକରି କୃଷକ, ଦିନ ମଜୁରିଆ ଓ ସିଙ୍ଗଲ ମଦରଙ୍କ ପିଲାଙ୍କୁ ପଢ଼ାଇବା ସକାଶେ ଶେର୍‌ପା ଏହି ସ୍କୁଲ ଆରମ୍ଭ କରିଥିଲେ । ଏପରିକି ସେ ତାଙ୍କ ଘରକୁ ହଷ୍ଟେଲ କରିଦେଇଥିଲେ। ଏବେ ଏହି ସ୍କୁଲରେ ଅଶ୍ୱିନୀ ଲାଇବ୍ରେରି, କମ୍ପ୍ୟୁଟର ଲାବ୍‌, ବିଶୁଦ୍ଧ ପିଇବା ପାଣି, ଆଲୋକ ବ୍ୟବସ୍ଥା କରିପାରିଛନ୍ତି। ବିଶେଷକରି ପିଲାମାନଙ୍କ ଅଭାବକୁ ନେଇ ସେ ପ୍ରସ୍ତୁତ କରିଥିବା ଭିଡିଓଗୁଡ଼ିକ ଅନ୍ୟମାନଙ୍କ ହୃଦୟକୁ ଛୁଇଁପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri