କୌଣସି ପ୍ରଶିକ୍ଷଣ ନ ନେଇ ଅଗଣାରେ ବଗିଚା କରି ସେଥିରେ ୫୦୦ରୁ ଊର୍ଦ୍ଧ୍ୱ ଗଛ ବଢ଼ାଇଛନ୍ତି ମାଧବୀ ଗୁଥିକୋଣ୍ଡା। ତାଙ୍କ ସରଳ ଓ ଦକ୍ଷ ପ୍ରଯୁକ୍ତି ସହରରେ ବଗିଚା କରୁଥିବା ଲୋକଙ୍କୁ ପ୍ରେରଣା ଯୋଗାଉଛି। ମାଧବୀ ବଗିଚାରେ ପରିବା, ଫଳ, ଫୁଲ ଏବଂ ବିଭିନ୍ନ ଔଷଧୀୟ ଗଛ ଲଗାଇଛନ୍ତି। ପରିବା ମଧ୍ୟରେ ଅଛି ବିଭିନ୍ନ ପ୍ରକାର ଶାଗ, ବାଇଗଣ, ଗାଜର, କାକୁଡ଼ି ଇତ୍ୟାଦି। ଏହା ସହ କିଛି ବିଦେଶୀ ପରିବା ମଧ୍ୟ ଉପତ୍ାଦନ କରୁଛନ୍ତି। ସୁବୁଠୁ ଆଶ୍ଚର୍ଯ୍ୟର ବିଷୟ ମାଧବୀ ଧଳା ହଳଦୀ ଓ କଳା ଅଦା ମଧ୍ୟ ଅମଳ କରୁଛନ୍ତି। ଏହି କାର୍ଯ୍ୟ ସେ ଦୀର୍ଘ ୧୦ ବର୍ଷ ଧରି କରିଆସୁଛନ୍ତି। ସେ ବଗିଚାରେ ଗଛ ବଢ଼ାଇବା ପାଇଁ କୌଣସି ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରନ୍ତି ନାହିଁ। ସେ ପାରମ୍ପରିକ ପଦ୍ଧତି ‘ଜୀବାମୃତ’ ଏବଂ ଏପରିକି କୋରିଆର ପ୍ରାକୃତିକ କୃଷି ପଦ୍ଧତି ଅବଲମ୍ବନ କରୁଛନ୍ତି। ମାଧବୀ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି, ହେଲେ ନିଜ ଅନୁଭବ, ତ୍ରୁଟି ଓ ଟ୍ରାଏଲ୍ ସବୁକିଛିରୁ ଶିକ୍ଷା କରିଛନ୍ତି।


