ଏଇ ଭାରତରେ

ଘର ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା କାର୍ଯ୍ୟ କଥା ଶୁଣିଲେ ସହଜରେ ଏହାର ଗୁରୁତ୍ୱ ଉପଲବ୍ଧି କରିହୁଏନି। କିନ୍ତୁ ବାଣୀ ମୂର୍ର୍ତ୍ତିିଙ୍କ ଏଭଳି କାର୍ଯ୍ୟକୁ ସମୀକ୍ଷା କଲେ ଏହା ପଛରେ ଏକ ବିରାଟ ପରିବେଶଗତ ତଥା ସୁସ୍ଥ ଜୀବନର ରହସ୍ୟ ଲୁଚି ରହିଥିବା ପ୍ରତୀୟମାନ ହୁଏ। ବାଣୀ ରହନ୍ତି ବେଙ୍ଗାଲୁରୁରେ । ସେ ଲୋକଙ୍କୁ ସୁସ୍ଥ ଜୀବନର ମନ୍ତ୍ରରେ ଦୀକ୍ଷିତ କରୁଛନ୍ତି। ଏହି ମନ୍ତ୍ର ହେଉଛି- ଖତ ପ୍ରସ୍ତୁତ କର, ଘରେ ଚାଷ କର ଓ ସମ୍ପୂର୍ଣ୍ଣ ବିଶୁଦ୍ଧ ଖାଦ୍ୟ ଖାଅ। ବାଣୀ ତାଙ୍କର ଏହି ମନ୍ତ୍ରକୁ ଲୋକଙ୍କ ନିକଟରେ ଦୁଇ ଦଶନ୍ଧି ଧରି ପହଞ୍ଚାଇ ଆସୁଛନ୍ତି। ଖତ ପ୍ରସ୍ତୁତ କରିବା ଯୋଗୁ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ଓ୍ବର୍ମରାଣୀ’ ବା କୀଟର ରାଣୀ ବୋଲି ଡାକନ୍ତି। ସେ ସହରବାସୀଙ୍କୁ କିଚେନ ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା ଲାଗି ଉତ୍ସାହିତ କରୁଛନ୍ତି। ଏହାକୁ ବଗିଚା କିମ୍ବା ବାଲକୋନିରେ ପନିପରିବା ଚାଷରେ ଉପଯୋଗ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ବାଣୀଙ୍କର ଏହି ପ୍ରୟାସରେ ପରିବେଶକୁ ଉପକାର ମିଳିବା ସହ ଗ୍ରୀନ୍‌ ହାଉସ ଗ୍ୟାସ ହ୍ରାସ ପାଉଛି ବୋଲି ବିଶେଷଜ୍ଞମାନଙ୍କ ମତ। ପ୍ରତ୍ୟେକ ଘରେ ବର୍ଜ୍ୟବସ୍ତୁ ରିସାଇକ୍ଲିଂ କରାଗଲେ ତାହାଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରହିଯିବ ଓ ଏହା ସହରାଞ୍ଚଳରେ ଲୋକେ ସୁସ୍ଥ ରହିବା ଲାଗି ସାହାଯ୍ୟ କରିବ ବୋଲି କହନ୍ତି ବାଣୀ।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri