ଏଇ ଭାରତରେ

ଚାକିରି ପଛରେ ନ ଧାଇଁ ବାଉଁଶ ଉତ୍ପାଦ ବ୍ୟବସାୟରୁ ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା । ଏହା ସମ୍ଭବ ହୋଇଛି ବିହାରର ସତ୍ୟମ୍‌ ସୁନ୍ଦରମ୍‌ଙ୍କ ଜୀବନରେ। ସେ ୨୦୨୨ରେ ‘ମଣିପୁର ବାଉଁଶ କଳାକୃତି’ ବିଜ୍‌ନେସ ଆରମ୍ଭ କରି ଏବେ ୧୫୦ ପ୍ରକାର ବାଉଁଶ ଉତ୍ପାଦ ବିକ୍ରି କରୁଛନ୍ତି। ଏସବୁ ଉତ୍ପାଦ ପରିବେଶ ଉପଯୋଗୀ। ଜିଭ ସଫା ପାତ, ଟୁଥ୍‌ବ୍ରସ, ପେନ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ଲ୍ୟାମ୍ପ୍‌ ଶେଡ୍‌, ଫ୍ଲାସ୍‌, ନେକ୍‌ପିସ୍‌, ଷ୍ଟ୍ର, କଟେଲେରି, କପ୍‌, ପ୍ଲେଟ ଏବଂ ବିଭିନ୍ନ ଘରକରଣା ଜିନିଷ ବିକ୍ରି କରୁଛନ୍ତି। ଉତ୍ପାଦର ମୂଲ୍ୟ ୧୦ରୁ ୪୦,୦୦୦ ଟଙ୍କା ମଧ୍ୟରେ ରହିଛି। ଏମ୍‌ବିଏ ଶେଷ କରିବା ପରେ ସତ୍ୟମ୍‌ ରାସ୍ତାକଡ଼ରେ ୧୦ଟି ବାଉଁଶ ବୋତଲ ବିକ୍ରିରୁ ତାଙ୍କ ବିଜ୍‌ନେସ ଆରମ୍ଭ କରିଥିଲେ। ତାଙ୍କ ସାନ ଭାଇଠାରୁ ୧୫,୦୦୦ ଟଙ୍କା ଧାର ନେଇ ସେ ଏହା କରିଥିଲେ। ମାତ୍ର ଦୁଇବର୍ଷରେ ସେ ତାଙ୍କ ଉତ୍ପାଦକୁ ବିହାର ବ୍ୟତୀତ ତେଲଙ୍ଗନା, କେରଳ, ଗୁଜରାଟ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ପହଞ୍ଚାଇ ପାରିଛନ୍ତି। ସତ୍ୟମ୍‌ଙ୍କ ବୟସ ଏବେ ୨୭। ମୁଙ୍ଗେର ଜିଲା ଲଖନପୁର ଗାଁରେ ତାଙ୍କ ଜନ୍ମ । ପିଲାଦିନେ ସେ ଭଲ ପଢୁ ନ ଥିଲେ ଓ ଯେଉଁ ସରକାରୀ ବିଦ୍ୟାଳୟରେ ପଢୁଥିଲେ ସେଠାରେ ତାଙ୍କୁ ‘ଜଙ୍ଗଲୀ’ ବୋଲି ପିଲାଏ କହୁଥିଲେ; ଯେଉଁଥି ପାଇଁ ସେହି ସ୍କୁଲ ଛାଡ଼ିବାକୁ ପଡ଼ିଥିଲା। ଏବେ ବ୍ୟବସାୟରେ ସଫଳତା ପାଇବା ପରେ ସେହି ସ୍କୁଲର ଅତିଥି ଭାବେ ଯୋଗଦେଇ ଜୀବନର କଥା ବଖାଣିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି କହନ୍ତି ସତ୍ୟମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

ସୁରକ୍ଷାର କବଚ ବିକାଶ

ଆଲେକ୍‍ଜାଣ୍ଡର ଡି କ୍ରୁ ଚଳିତ ବର୍ଷ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଭୂରାଜନୈତିକ ସ୍ଥିତି, ପ୍ରଭାବର କ୍ଷେତ୍ର, ନାଟୋର ଭବିଷ୍ୟତ ତଥା ପ୍ରତିରକ୍ଷା ବଜେଟ ସମ୍ପର୍କରେ ବିସ୍ତୃତ ଆଲୋଚନା…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri