Categories: ଫୁରସତ

ଏହି ଦେଶରେ ଅପରାଧୀଙ୍କୁ ମିଳେ ଅଜବ ଦଣ୍ଡ, ଯାହା ଆଗରୁ କେବେ ଶୁଣି ନ ଥିବେ

ଓ୍ବାଶିଂଟନ୍‌: ସାଧାରଣତଃ ଯେ କୌଣସି ଅପରାଧୀଙ୍କୁ ନ୍ୟାୟାଳୟ ଦଣ୍ଡ ତ ନିଶ୍ଚିତ ପ୍ରଦାନ କରିଥାନ୍ତି। ସେ ଛୋଟ ଅପରାଧ ହେଉ କି ବଡ଼। କିନ୍ତୁ କିଛି ଦେଶରେ ଅଜବ ଦଣ୍ଡ ରହିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆମେରିକାରେ ଅପରାଧୀଙ୍କୁ ଏମିତି କିଛି ଅଜବ ଦଣ୍ଡ ମିଳିଥାଏ। ଯାହା ଆଗରୁ କେବେ ଶୁଣି ନ ଥିବେ। ମିସୋରୀରେ ରହୁଥିବା ଡେଭିଡ୍‌ ବେରୀ ନାମକ ଜଣେ ବ୍ୟକ୍ତି ୧୦୦ ହରିଣ ଶିକାର କରିଥିଲେ। ୨୦୧୮ ମସିହାରେ ତାଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ବର୍ଷେ ଜେଲ୍‌ ଦଣ୍ଡ ସହ ମାସକୁ ଅତି କମ୍‌ରେ ଡିଜ୍‌ନୀ ଚ୍ୟାନେଲ୍‌ରେ ‘ବାମ୍ବି’ କାର୍ଟୁନ ଦେଖିବାକୁ ରାୟ ଶୁଣାଇଥିଲେ।

ସେହିପରି ସ୍ପେନ୍‌ର ଆଣ୍ଡାଲୁସିୟାରେ ରହୁଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କ ମାତା ପିତା ତାଙ୍କୁ ପକେଟ୍‌ ମନି ଦେବା ବନ୍ଦ କରି ଦେଇଥିଲେ। ଫଳରେ ଏହି ମାମଲା ଅଦାଲତକୁ ଯାଇଥିଲା। କିନ୍ତୁ କୋର୍ଟ ତାଙ୍କୁ ଓଲଟା ଦଣ୍ଡ ଦେଇଥିଲେ। ଆସନ୍ତା ୩୦ ଦିନ ମଧ୍ୟରେ ସେ ମାତାପିତାଙ୍କ ଘର ଛାଡ଼ି ଗୋଟିଏ ଗୋଡ଼ରେ ଠିଆ ହେବାକୁ ପଡ଼ିବ ବୋଲି ରାୟ ଶୁଣାଇଥିଲେ। ଏପରି ଅନେକ ଦେଶରେ ଅଜବ ଦଣ୍ଡ ସବୁ ରହିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ।

Share