ତୃତୀୟ ଲହରରେ ୧୫% ଶିଶୁ ଆକ୍ରାନ୍ତ ଆଶଙ୍କା

ଭୁବନେଶ୍ୱର, ୧୦।୮(ବ୍ୟୁରୋ): କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ମାନବ ସମ୍ବଳ, ଉପକରଣ ଆଦି ସବୁ କ୍ଷେତ୍ରରେ ବ୍ୟବସ୍ଥା ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତୃତୀୟ ଲହର ସେତେଟା ଗୁରୁତର ହେବ ନାହିଁ ବୋଲି ସମସ୍ତେ ଆକଳନ କରୁଛନ୍ତି। ତଥାପି ୧୫% ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେହି ଅନୁସାରେ ପ୍ରସ୍ତୁତି କରାଯାଉଛି। ସେଥିଲାଗି ରାଜ୍ୟସ୍ତରୀୟ ଟାସ୍କ୍‌ଫୋର୍ସ ମିଟିଂ ହେବ। ଆଶା, ଅଙ୍ଗନବାଡି କର୍ମୀଙ୍କ ଭଳି ତୃଣମୂଳ ସ୍ତରର ଫ୍ରଣ୍ଟ୍‌ଲାଇନ ୱାର୍କରମାନଙ୍କୁ ତାଲିମ ଦିଆସରିଛି। ଆଗକୁ ଶିଶୁମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ସୋମବାରଠାରୁ ଅନ୍‌ଲାଇନ ତାଲିମ ଶିବିର ଜରିଆରେ ପେଡିଆଟ୍ରିସିଆନ, ମେଡିକାଲ ଅଫିସର ଓ ଷ୍ଟାଫ୍‌, ନର୍ସମାନଙ୍କୁ ତାଲିମ ଦିଆଯାଇଛି। ଯେଉଁମାନେ କୋଭିଡ୍‌ ହସ୍ପିଟାଲରେ ଶିଶୁଙ୍କ ଚିକିତ୍ସା ଦାୟିତ୍ୱରେ ରହିବେ ୬ଟି ବ୍ୟାଚ୍‌ରେ ସେମାନଙ୍କୁ ତାଲିମ ଦିଆଯିବ। ପ୍ରାକ୍ଟିକାଲ ତାଲିମ ମଧ୍ୟ ପ୍ରଦାନ କରାଯିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେପଟେ ରାଜ୍ୟରେ ଟିକାକରଣ ସ୍ଥିତି ନେଇ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୭୮ ଲକ୍ଷ ଟିକାକରଣ ସରିଛି। ପ୍ରଥମ ଡୋଜ୍‌ ୧ କୋଟି ୩୭ ଲକ୍ଷ ଓ ଦ୍ୱିତୀୟ ଡୋଜ୍‌ ୪୧ ଲକ୍ଷ ଲୋକ ନେଇଛନ୍ତି। ୪୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯିବାର ଥିଲା। ଏବେ ରାଜ୍ୟରେ କୋଭାକ୍ସିନ ଟିକା କମ୍‌ ଅଛି। ତେଣୁ ଟିକାକରଣରେ ସାମାନ୍ୟ ଅସୁବିଧା ହୋଇଛି। ଟିକା ଆସିଲେ ସମସ୍ୟା ଦୂର ହେବ। ଗର୍ଭବତୀ ମହିଳାଙ୍କର ଟିକାକରଣ ବି ଚାଲିଛି। ଇତିମଧ୍ୟରେ ୫୭ହଜାର ଗର୍ଭବତୀଙ୍କୁ ଟିକା ଦିଆଯାଇଛି। ୧,୩୫୩ କେନ୍ଦ୍ରରେ ଟିକାକରଣ ହେଉଛି। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଟିକାକରଣ ପାଇଁ ଯୋଜନା କରାଯାଇଛି। ଟିକାକରଣରେ ପ୍ରଥମେ ସହରାଞ୍ଚଳକୁ ଫୋକସ୍‌ କରାଯାଉଥିବାବେଳେ ୮୦ ପ୍ରତିଶତ ସରିଲାଣି। ଏବେ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି। ଟିକା ସାର୍ଟିଫିକେଟ୍‌ ପାଇଁ ଲୋକମାନେ ଜାରି ହୋଇଥିବା ହେଲ୍ପ ଡେସ୍କ ନଂ. ୯୦୧୩୧୫୧୫୧୫କୁ ଫୋନ କରିପାରିବେ ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri