ତୃତୀୟ ଲହରରେ ୧୫% ଶିଶୁ ଆକ୍ରାନ୍ତ ଆଶଙ୍କା

ଭୁବନେଶ୍ୱର, ୧୦।୮(ବ୍ୟୁରୋ): କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ମାନବ ସମ୍ବଳ, ଉପକରଣ ଆଦି ସବୁ କ୍ଷେତ୍ରରେ ବ୍ୟବସ୍ଥା ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତୃତୀୟ ଲହର ସେତେଟା ଗୁରୁତର ହେବ ନାହିଁ ବୋଲି ସମସ୍ତେ ଆକଳନ କରୁଛନ୍ତି। ତଥାପି ୧୫% ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେହି ଅନୁସାରେ ପ୍ରସ୍ତୁତି କରାଯାଉଛି। ସେଥିଲାଗି ରାଜ୍ୟସ୍ତରୀୟ ଟାସ୍କ୍‌ଫୋର୍ସ ମିଟିଂ ହେବ। ଆଶା, ଅଙ୍ଗନବାଡି କର୍ମୀଙ୍କ ଭଳି ତୃଣମୂଳ ସ୍ତରର ଫ୍ରଣ୍ଟ୍‌ଲାଇନ ୱାର୍କରମାନଙ୍କୁ ତାଲିମ ଦିଆସରିଛି। ଆଗକୁ ଶିଶୁମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ସୋମବାରଠାରୁ ଅନ୍‌ଲାଇନ ତାଲିମ ଶିବିର ଜରିଆରେ ପେଡିଆଟ୍ରିସିଆନ, ମେଡିକାଲ ଅଫିସର ଓ ଷ୍ଟାଫ୍‌, ନର୍ସମାନଙ୍କୁ ତାଲିମ ଦିଆଯାଇଛି। ଯେଉଁମାନେ କୋଭିଡ୍‌ ହସ୍ପିଟାଲରେ ଶିଶୁଙ୍କ ଚିକିତ୍ସା ଦାୟିତ୍ୱରେ ରହିବେ ୬ଟି ବ୍ୟାଚ୍‌ରେ ସେମାନଙ୍କୁ ତାଲିମ ଦିଆଯିବ। ପ୍ରାକ୍ଟିକାଲ ତାଲିମ ମଧ୍ୟ ପ୍ରଦାନ କରାଯିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେପଟେ ରାଜ୍ୟରେ ଟିକାକରଣ ସ୍ଥିତି ନେଇ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୭୮ ଲକ୍ଷ ଟିକାକରଣ ସରିଛି। ପ୍ରଥମ ଡୋଜ୍‌ ୧ କୋଟି ୩୭ ଲକ୍ଷ ଓ ଦ୍ୱିତୀୟ ଡୋଜ୍‌ ୪୧ ଲକ୍ଷ ଲୋକ ନେଇଛନ୍ତି। ୪୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯିବାର ଥିଲା। ଏବେ ରାଜ୍ୟରେ କୋଭାକ୍ସିନ ଟିକା କମ୍‌ ଅଛି। ତେଣୁ ଟିକାକରଣରେ ସାମାନ୍ୟ ଅସୁବିଧା ହୋଇଛି। ଟିକା ଆସିଲେ ସମସ୍ୟା ଦୂର ହେବ। ଗର୍ଭବତୀ ମହିଳାଙ୍କର ଟିକାକରଣ ବି ଚାଲିଛି। ଇତିମଧ୍ୟରେ ୫୭ହଜାର ଗର୍ଭବତୀଙ୍କୁ ଟିକା ଦିଆଯାଇଛି। ୧,୩୫୩ କେନ୍ଦ୍ରରେ ଟିକାକରଣ ହେଉଛି। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଟିକାକରଣ ପାଇଁ ଯୋଜନା କରାଯାଇଛି। ଟିକାକରଣରେ ପ୍ରଥମେ ସହରାଞ୍ଚଳକୁ ଫୋକସ୍‌ କରାଯାଉଥିବାବେଳେ ୮୦ ପ୍ରତିଶତ ସରିଲାଣି। ଏବେ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି। ଟିକା ସାର୍ଟିଫିକେଟ୍‌ ପାଇଁ ଲୋକମାନେ ଜାରି ହୋଇଥିବା ହେଲ୍ପ ଡେସ୍କ ନଂ. ୯୦୧୩୧୫୧୫୧୫କୁ ଫୋନ କରିପାରିବେ ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri