Posted inଖେଳ

ଟି-୨୦ ଓ୍ବାର୍ଲଡ କପରେ ବୟସ୍କଙ୍କ ଦବଦବା, ୧୦ ଖେଳାଳିଙ୍କ ବୟସ ୩୦ ଉପରେ

ନୂଆଦିଲ୍ଲୀ,୩୦।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ମହାକୁମ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଗାମୀ ଟୁର୍ନାମେଣ୍ଟରେ ୨୦ଟି ଦଳ ଅଂଶଗ୍ରହଣ କରିବେ, କିନ୍ତୁ ଯଦି ଆମେ ଭାରତୀୟ ଦଳ ପ୍ରତି ଧ୍ୟାନ ଦେବୁ, ଏଥିରେ ବୟସ୍କ ଖେଳାଳିଙ୍କ ସଂଖ୍ୟା ବହୁତ ଅଧିକ। ସୂଚନାଯୋଗ୍ୟ, ୨୦୨୨ ବିଶ୍ୱକପ ପରେ, ଖବର ଆସିଲା ଯେ ବିସିସିଆଇ ଯୁବକମାନଙ୍କୁ ଟି -୨୦ ଫର୍ମାଟ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି। କିନ୍ତୁ ୨୦୨୪ ସୁଦ୍ଧା ବୋର୍ଡ ପୁଣି ଥରେ ଅଭିଜ୍ଞତା ସହିତ ଯିବାକୁ ନିଷ୍ପତ୍ତି ନେଇଛି। ୩୭ ବର୍ଷ ବୟସ୍କ ରୋହିତ ଶର୍ମା ଆସନ୍ତା ବିଶ୍ୱକପରେ ଦଳର ଅଧିନାୟକ ହେବେ। ସେମାନଙ୍କ ବ୍ୟତୀତ, ୧୫ସଦସ୍ୟ ବିଶିଷ୍ଟ ଦଳରେ ୧୦ ଖେଳାଳିଙ୍କ ବୟସ ୩୦ ବର୍ଷରୁ ଅଧିକ ।

କ୍ୟାପଟେନ ରୋହିତ ଶର୍ମା ୩୭ ବର୍ଷ ବୟସ ଅତିକ୍ରମ କରିଥିବାବେଳେ ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି କିନ୍ତୁ ସେ ମଧ୍ୟ ୩୫ବର୍ଷ ବୟସ ଅତିକ୍ରମ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୟୁଜବେନ୍ଦ୍ର ଚହଲଙ୍କ ସମେତ ଦଳର ୧୦ ଖେଳାଳିଙ୍କ ବୟସ ୩୦ କିମ୍ବା ତଦୁର୍ଦ୍ଧ। ଏଥି ସହିତ ଦଳର କେବଳ ପାଞ୍ଚଜଣ ଖେଳାଳି ୩୦ ବର୍ଷରୁ କମ। ଯୁବ ତାଲିକାରେ କେବଳ ଋଷଭ ପନ୍ତ, ଅର୍ଶଦୀପ ସିଂ, ଯଶସ୍ବୀ ଜୈସୱାଲ ଏବଂ ସଞ୍ଜୁ ସାମସନ ସାମିଲ ହୋଇପାରିବେ। ସମସ୍ତ ଚାରିଜଣ ରିଜର୍ଭ ଖେଳାଳିଙ୍କ ବୟସ ୩୦ ରୁ କମ, କିନ୍ତୁ ସେମାନେ କେବଳ ଏକ ସୁଯୋଗ ପାଇପାରିବେ ଯଦି ୧୫ ସଦସ୍ୟ ଦଳରୁ କେହି ଟୁର୍ନାମେଣ୍ଟରୁ ବାହାରକୁ ଯିବାକୁ ପଡିବ।
ଭାରତୀୟ ଦଳ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ ଜୁନ ୨ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରୁ। ଗ୍ରୁପ ଏରେ ଭାରତ ସ୍ଥାନିତ ହୋଇଛି, ଯାହା ଭାରତ-ଆୟର୍ଲାଣ୍ଡ ବ୍ୟତୀତ ପାକିସ୍ଥାନ, କାନାଡା ଏବଂ ଆୟୋଜକ ଦେଶ ଆମେରିକା ମଧ୍ୟ ଅନ୍ତର୍ଭୁକ୍ତ କରିଛି। ଜୁନ ୯ରେ ଭାରତ ତାର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ମୁହାଁମୁହିଁ ହେବ।
ରୋହିତ ଶର୍ମା (୩୭), ବିରାଟ କୋହଲି (୩୫), ଯଶସ୍ବୀ ଜୈସୱାଲ (୨୨), ସୂର୍ଯ୍ୟକୁମାର ଯାଦବ (୩୩), ଋଷଭ ପନ୍ତ (୨୬), ସଞ୍ଜୁ ସାମସନ (୨୯), ହାର୍ଦ୍ଦିକ ପାଣ୍ଡ୍ୟା (୩୦), ଶିବମ ଦୁବେ (୩୦), ରବିନ୍ଦ୍ର ଜାଡେଜା (୩୫), ଅକ୍ଷର ପଟେଲ(୩୦), କୁଲଦୀପ ଯାଦପ(୨୯), ୟୁଜବେନ୍ଦ୍ର ଚହଲ(୩୩), ଅର୍ଶଦୀପ ସିଂ(୨୫), ମହମ୍ମଦ ସିରାଜ(୩୦), ଜଶପ୍ରୀତ ବୁମରା(୩୦)।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri