ସମସ୍ୟା ବଳୟରେ ବିଧାୟକଙ୍କ ଗ୍ରାମ, ୧୦୦ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ

କେନ୍ଦୁଝର, ୭/୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ରାଇକଳା ଗ୍ରାମ ପଞ୍ଚାୟତ ରାଇକଳା ଗ୍ରାମର ଢିପାସାହି ପାଣି ପାଇଁ ଅବ୍ୟବସ୍ଥା। ଏ ସାହିରେ ପାଖାପାଖି ୧୦୦ ପରିବାର ଥିବାବେଳେ ପ୍ରାୟ ଏକ ହଜାର ଲୋକ ବସବାସ କରି ଆସୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଠିକାର ଲୋକଙ୍କ ଅବସ୍ଥା ବହୁ ସଚନୀୟ ଅବସ୍ଥା । ଏଠିକାର ଲୋକ ବହୁତ ଦୁଃଖ ଓ କ୍ଷଭୋର ସହିତ ପ୍ରକାଶ କରିଛନ୍ତି ସ୍ବାଧିନତାର ୭୬ ବର୍ଷ ପରେ ମଧ୍ୟ ଶିକ୍ଷା,ସ୍ୱାସ୍ଥ୍ୟ ଗମନାଗମନ ସହିତ ପାନୀୟ ଜଳ ଆଦି ପ୍ରତେକ କ୍ଷେତ୍ରରେ ଆମେ ପହୁ ପଛରେ ରହିଛୁ । ଆମେ ଅବହେଳିତ ନିଷ୍ପେସିତ,ଦୁର୍ବଳ ହୋଇ ରହିଛୁ । ସେମାନେ ନିଜକୁ ସଦରବ୍ଲକ ଅନ୍ତରଭ୍ୟୁତ କହି ଦୁଃଖ ପ୍ରକାଶ କରିଥିଲେ । କାରଣ ତାଙ୍କ ଗାଁରେ ସଦର ନିର୍ବାଚନ ମଣ୍ଡଳୀର ବରିଷ୍ଠ ଟାଣୁଆ ନେତା ତଥା ତିନି ତିନି ଥର ନିର୍ବାଚିତ ବିଧାୟକ ମହୋଦୟ ମୋହନ ଚରଣ ମାଝୀଙ୍କ ଘର ।

ଦ୍ଵୀପ ତଳ ଅନ୍ଧାର ଭଳି ଗଣତନ୍ତ୍ର ଶାସନରେ ରାଜା ରହୁଥିବା ଗାଁ ଆଜି ଏପରି ଅବ୍ୟବସ୍ଥାରେ ଗତି କରୁଛି । ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ସଭାପତି ରଞ୍ଜନ କୁମାର ବେହେରା ଉପସଭାପତି ଜୟକୃଷ୍ଣ ନାଏକ ଉକ୍ତ ସାହିକୁ ପରିଦର୍ଶନରେ ଯାଇଥିଲେ ଯାହା ଦେଖିଲେ ତାହା ଥିଲା କଳ୍ପନା ବାହାରେ । ମାତ୍ର ୨ ଗୋଟି ନଳକୂପ ଥିବାବେଳେ ଯଉଥିରେକି ଦୂଷିତ ପାଣି ନିର୍ଗତ ହେଉଛି ପିଇବା ପାଣି ପାଇଁ ଅନୁପଯୁକ୍ତ । ୧୦୦ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ । ଏ ଗ୍ରାମରେ କୌଣସି କୂପ କିମ୍ବା ପୋଖରୀ ନାହିଁ । ଗାଈ ଗୋରୁ ପିଇବା,ଲୋକମାନେ ଗାଧୋଇବା ଲୁଗା ପଟ୍ଟା ସଫା କରିବା ଓ ପିଇବା ପାଣି ସଂଗ୍ରହ ଏହି ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି । ସମୟ ସମୟରେ କୋହଲା ପାଗ ଓ ବର୍ଷା ଦିନେ ଏହି ନଳକୂପରେ ପାଣି ବାହାରେ ନାହିଁ । ତେଣୁ ଝିଅ,ବହୂ,ମହିଳା ସମସ୍ତେ ବହୁତ ଅସୁବିଧାର ସମ୍ଭୂଖିନ ହୋଇଥାନ୍ତି ।

ଭାଜପାର ୩ ଥର ବିଧାୟକ ଓ ବିଧାନସଭାରେ ମୁଖ୍ୟ ସଚେତକ ବିରୋଧୀ ଦଳର ଉପସଚେତକ ଆଦି ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଥାଇ ମଧ୍ୟ ମୋହନ ଭାଇ ତାଙ୍କ ଗାଁର ଅବ୍ୟବସ୍ଥାକୁ ସମାଜସେବୀ ତୁଳସୀ ପାତ୍ର ନାପସନ୍ଦ କରିଛନ୍ତି । ତୁରଂତ ଏ ସାହିକୁ ପିଇବା ପାଣି ଯୋଗାଇଦେବାକୁ ମତ ରଖିଛନ୍ତି । ଏମିତିକି ପାଣି ଟୋପାଏ ମଧ୍ୟ ପିଇବାକୁ ପାଆନ୍ତି ନାହିଁ । ମେଗା ପ୍ରୋକଳ୍ପ ୨ କାନପୁର ଡ୍ୟାମ ପାଣି ପାଇପରେ ମଧ୍ୟ ଏ ସାହିର କୌଣସି ମାନଚିତ୍ରରେ ଆସୁ ନାହିଁ । ପାଣି ଅସୁବିଧା ପାଇଁ ଅନ୍ୟ ଗ୍ରାମର ଝିଅ ଏ ଗ୍ରାମକୁ ବାହା ଦେବା ପାଇଁ ମନା କରୁଛନ୍ତି । ତେଣୁ ତୁରନ୍ତ ଖରାଦିନ ପୂର୍ବରୁ ଏ ଢ଼ିପା ସାହିକୁ ପିଇବା ପାଣି ଯୋଗାଇଦେବା ସହିତ ମେଗା ପ୍ରକଳ୍ପରେ ପାଇପ ସଂଯୋଗ କରିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri