ଆସନ୍ତା ଦୁଇଦିନରେ ୨ରୁ ୪ ଡିଗ୍ରୀ ଯାଏ କମିଯିବ ରାତି ତାପମାତ୍ରା, ବୁଧବାର ବର୍ଷା

ଭୁବନେଶ୍ୱର,୧୨।୧୧: ଚଳିତ ବର୍ଷ ଶୀତ ପଡ଼ିବା ବିଳମ୍ବ ହେଉଇଁଥିଲେ ମଧ୍ୟ ଆଉ ଦିନେ କିମ୍ବା ଦୁଇଦିନ ଶୀତ ବଢିବାକୁ ଯାଉଛି। ଆଞ୍ଚଳିକ ପାଣିପ[ଆଜି କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ। ଏହା ପ୍ରଭାବରେ ଅଧିକ ଶୀତ ଅନୁଭୂତ ହୋଇପାରେ।

ରବିବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୫.୨ ଡିଗ୍ରୀ ରେକର୍ଡ ହୋଇଥିଲା। ଅନୁଗୁଳରେ ୧୬, କେନ୍ଦୁଝରରେ ୧୭, କୋରାପୁଟ ଓ ଭବାନୀପାଟଣାରେ ୧୬.୫, ନବରଙ୍ଗପୁରରେ ୧୭, ରାୟଗଡ଼ାରେ ୧୮, ରାଉରକେଲାରେ ୧୮.୪, ବଲାଙ୍ଗୀରରେ ୧୮.୫, ଢେଙ୍କାନାଳରେ ୧୮.୯, ସୋନପୁର ଓ ନୟାଗଡ଼ରେ ୧୯.୨, ବୌଦ୍ଧରେ ୧୯.୮ ଓ ହୀରାକୁଦରେ ୧୯.୯ ଡିଗ୍ରୀ ରେକର୍ଡ ହୋଇଛି।

ମଙ୍ଗଳବାର ଉପକୂଳ ଓଡ଼ିଶା, ମୟୁରଭଞ୍ଜ, କେନ୍ଦୁଝର ଏବଂ ବୁଧବାର ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ପାଗ ଶୁଖିଲା ରହିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଆଜି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଦିଗରେ ଗତି କରିବା ସ‌ହ ଦୁଇ ଦିନ ଭିତରେ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବ। ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବନି।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

୧୭୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୮ରେ ପହଞ୍ଚତ୍ଥିଲା।...

ବଡ଼ ଧରଣର ବିମାନ ଦୁର୍ଘଟଣା: ଏତିକି ଥିଲେ ଯାତ୍ରୀ, ଜଳିଗଲା…

ନୂଆଦିଲ୍ଲୀ,୧୬।୧୨: କେନ୍ଦ୍ରୀୟ ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏକ ଛୋଟ ଘରୋଇ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିବାରୁ ଅତି କମରେ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ...

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri