ପୋଲିସ ନାଁରେ ସରପଞ୍ଚ ୩୫ ହଜାର ହଡ଼ପ କଲେ

ଡେରାବିଶ,୫।୪(ସ୍ବ.ପ୍ର.): ପୋଲିସକୁ ୩୫ ହଜାର ଟଙ୍କା ଦେଲେ ଧାର ଦେଇଥିବା ଲକ୍ଷାଧିକ ଟଙ୍କା ଫେରିପାଇବ ବୋଲି ସାନ୍ତ୍ୱନା ଦେଇ ସରପଞ୍ଚ ଉକ୍ତ ଟଙ୍କାକୁ ହଡ଼ପ କରିଥିବା ଅଭିଯୋଗ ଏବେ ସାମ୍‌ନାକୁ ଆସିଛି। ଏହି ଚର୍ଚ୍ଚିତ ଘଟଣା ବାବଦରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବାଲିଆ, ଭାଗବତପୁର ଅଞ୍ଚଳର ପ୍ରସନ୍ନ କୁମାର ମହାନ୍ତି ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଁା କହି ଟଙ୍କା ହଡ଼ପ କରିଥିବା ବ୍ୟକ୍ତି ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ କାଉପଡ଼ା ସରପଞ୍ଚ ପ୍ରତାପ ବେହେରା। ତେବେ ଏହି ଅଭିଯୋଗକ୍ରମେ ସମ୍ପୃକ୍ତ ସରପଞ୍ଚଙ୍କ ସହ ଅନ୍ୟ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି।
ଅଭିଯୋଗ ଅନୁଯାୟୀ, କାଉପଡ଼ା ପଞ୍ଚାୟତ ଅଧୀନ ବାଘିଲୋ ବାବନପୁର ଅଞ୍ଚଳର ରାକେଶ ନାଥଶର୍ମା ପ୍ରସନ୍ନଙ୍କଠାରୁ ୩ ବର୍ଷ ପୂର୍ବେ କୌଣସି କାମ ପାଇଁ ୨ ଲକ୍ଷ ଟଙ୍କା ଧାରସୂତ୍ରରେ ଆଣିଥିଲେ। ହେଲେ ଧାର ଟଙ୍କା ନ ଫେରାଇବାରୁ ପ୍ରସନ୍ନ ରାକେଶଙ୍କୁୁ ଏ ବାବଦରେ ତାଗିଦା କରିଥିଲେ। ହେଲେ ରାକେଶ ଟଙ୍କା ବାବଦରେ କୌଣସି କର୍ଣ୍ଣପାତ କରି ନ ଥିଲେ। ଶେଷରେ ପ୍ରସନ୍ନ ଏ ନେଇ ରାକେଶଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସେମାନେ ମଧ୍ୟ ଏ ବାବଦରେ କୌଣସି ପଦକ୍ଷେପ ନ ଥିଲେ। ଶେଷରେ ପ୍ରସନ୍ନ ସରପଞ୍ଚ ପ୍ରତାପଙ୍କ ନିକଟରେ ଗୁହାରି କରିଥିଲେ। ପ୍ରତାପ ଉଧାର ଟଙ୍କା ଫେରି ପାଇବାକୁ ହେଲେ ସେ ଯାହା ଉପାୟ ବତାଇବେ ସେହି ଅନୁଯାୟୀ କାମ କରିବାକୁ ପ୍ରସନ୍ନଙ୍କୁ ପରାମର୍ଶ ଦେଇଥିଲେ। ହେଲେ କିଛିଦିନ ପରେ ପ୍ରତାପ ପ୍ରସନ୍ନଙ୍କୁ ୩୫ ହଜାର ଦେଲେ ସେ ପୋଲିସକୁ ଏହା ଦେଇ ଉଧାର ବାବଦ ଟଙ୍କା ରାକେଶଙ୍କଠାରୁ ଆଦାୟ କରିଦେବେ ବୋଲି କହିଥିଲେ। ପରେ ପ୍ରସନ୍ନ ସରପଞ୍ଚ ପ୍ରତାପଙ୍କୁ ଟଙ୍କା ଦେଇଥିଲେ। ମାସାଧିକ ବିତିଗଲା ପରେ ମଧ୍ୟ ଉଧାର ଟଙ୍କା ଫେରି ନ ପାଇବାରୁ ପ୍ରସନ୍ନ ପ୍ରତାପଙ୍କୁ ଦେଖା କରି ପଚାରିବାରୁ ସେ ବିଭିନ୍ନ ଆଳ ଦେଖାଇ ମାମଲାକୁ ଗଡ଼ାଇ ଚାଲିଥିଲେ। ହେଲେ ପୋଲିସକୁ ଟଙ୍କା ନ ଦେଇ ନିଜେ ହଡ଼ପ କରି ଦେଇଥିବା ଜଣାପଡିଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ପ୍ରସନ୍ନ ଘଟଣା ବାବଦରେ ଏବଂ ଟଙ୍କା ଉଧାରକାରୀ ରାକେଶ ଓ ସରପଞ୍ଚ ପ୍ରତାପଙ୍କ ବିରୋଧରେ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ନଂ.୨୮/୨୩ରେ ସରପଞ୍ଚ ପ୍ରତାପ ଓ ଟଙ୍କା ଉଧାରକାରୀ ରାକେଶଙ୍କ ବିରୋଧରେ ମାମଲା ରୁଜୁ କରିଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ଏ ସମ୍ପର୍କରେ ସରପଞ୍ଚ ପ୍ରତାପଙ୍କୁ ପଚାରିବାରେ ପ୍ରସନ୍ନଙ୍କଠାରୁ ସେ ଧାର ଆକାରରେ ୩୫ ହଜାର ଟଙ୍କା ନେଇଥିଲେ। ଏହାକୁ ସେ ପରିଶୋଧ କରି ଦେଇଥିବା କହିଛନ୍ତି। ରାକେଶଙ୍କ ଧାର ଟଙ୍କା ଦେବା ଘଟଣା ବାବଦରେ ସେ ଜାଣିନାହାନ୍ତି। ପ୍ରସନ୍ନ ଏ ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ କରି ନ ଥିବା ସେ କହିଛନ୍ତି। ଅପରପକ୍ଷରେ ପ୍ରସନ୍ନ ତାଙ୍କୁ ଏହି ମାମଲାରେ ମିଥ୍ୟା କେସ୍‌ରେ ଫସାଇଥିବା ଓ ସେ ଏହି ମାମଲାରେ ହାଇକୋର୍ଟରୁ ବେଲ ପାଇ ସାରିଥିବା ନେଇ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri