ପୋଲିସ ନାଁରେ ସରପଞ୍ଚ ୩୫ ହଜାର ହଡ଼ପ କଲେ

ଡେରାବିଶ,୫।୪(ସ୍ବ.ପ୍ର.): ପୋଲିସକୁ ୩୫ ହଜାର ଟଙ୍କା ଦେଲେ ଧାର ଦେଇଥିବା ଲକ୍ଷାଧିକ ଟଙ୍କା ଫେରିପାଇବ ବୋଲି ସାନ୍ତ୍ୱନା ଦେଇ ସରପଞ୍ଚ ଉକ୍ତ ଟଙ୍କାକୁ ହଡ଼ପ କରିଥିବା ଅଭିଯୋଗ ଏବେ ସାମ୍‌ନାକୁ ଆସିଛି। ଏହି ଚର୍ଚ୍ଚିତ ଘଟଣା ବାବଦରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବାଲିଆ, ଭାଗବତପୁର ଅଞ୍ଚଳର ପ୍ରସନ୍ନ କୁମାର ମହାନ୍ତି ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଁା କହି ଟଙ୍କା ହଡ଼ପ କରିଥିବା ବ୍ୟକ୍ତି ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ କାଉପଡ଼ା ସରପଞ୍ଚ ପ୍ରତାପ ବେହେରା। ତେବେ ଏହି ଅଭିଯୋଗକ୍ରମେ ସମ୍ପୃକ୍ତ ସରପଞ୍ଚଙ୍କ ସହ ଅନ୍ୟ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି।
ଅଭିଯୋଗ ଅନୁଯାୟୀ, କାଉପଡ଼ା ପଞ୍ଚାୟତ ଅଧୀନ ବାଘିଲୋ ବାବନପୁର ଅଞ୍ଚଳର ରାକେଶ ନାଥଶର୍ମା ପ୍ରସନ୍ନଙ୍କଠାରୁ ୩ ବର୍ଷ ପୂର୍ବେ କୌଣସି କାମ ପାଇଁ ୨ ଲକ୍ଷ ଟଙ୍କା ଧାରସୂତ୍ରରେ ଆଣିଥିଲେ। ହେଲେ ଧାର ଟଙ୍କା ନ ଫେରାଇବାରୁ ପ୍ରସନ୍ନ ରାକେଶଙ୍କୁୁ ଏ ବାବଦରେ ତାଗିଦା କରିଥିଲେ। ହେଲେ ରାକେଶ ଟଙ୍କା ବାବଦରେ କୌଣସି କର୍ଣ୍ଣପାତ କରି ନ ଥିଲେ। ଶେଷରେ ପ୍ରସନ୍ନ ଏ ନେଇ ରାକେଶଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସେମାନେ ମଧ୍ୟ ଏ ବାବଦରେ କୌଣସି ପଦକ୍ଷେପ ନ ଥିଲେ। ଶେଷରେ ପ୍ରସନ୍ନ ସରପଞ୍ଚ ପ୍ରତାପଙ୍କ ନିକଟରେ ଗୁହାରି କରିଥିଲେ। ପ୍ରତାପ ଉଧାର ଟଙ୍କା ଫେରି ପାଇବାକୁ ହେଲେ ସେ ଯାହା ଉପାୟ ବତାଇବେ ସେହି ଅନୁଯାୟୀ କାମ କରିବାକୁ ପ୍ରସନ୍ନଙ୍କୁ ପରାମର୍ଶ ଦେଇଥିଲେ। ହେଲେ କିଛିଦିନ ପରେ ପ୍ରତାପ ପ୍ରସନ୍ନଙ୍କୁ ୩୫ ହଜାର ଦେଲେ ସେ ପୋଲିସକୁ ଏହା ଦେଇ ଉଧାର ବାବଦ ଟଙ୍କା ରାକେଶଙ୍କଠାରୁ ଆଦାୟ କରିଦେବେ ବୋଲି କହିଥିଲେ। ପରେ ପ୍ରସନ୍ନ ସରପଞ୍ଚ ପ୍ରତାପଙ୍କୁ ଟଙ୍କା ଦେଇଥିଲେ। ମାସାଧିକ ବିତିଗଲା ପରେ ମଧ୍ୟ ଉଧାର ଟଙ୍କା ଫେରି ନ ପାଇବାରୁ ପ୍ରସନ୍ନ ପ୍ରତାପଙ୍କୁ ଦେଖା କରି ପଚାରିବାରୁ ସେ ବିଭିନ୍ନ ଆଳ ଦେଖାଇ ମାମଲାକୁ ଗଡ଼ାଇ ଚାଲିଥିଲେ। ହେଲେ ପୋଲିସକୁ ଟଙ୍କା ନ ଦେଇ ନିଜେ ହଡ଼ପ କରି ଦେଇଥିବା ଜଣାପଡିଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ପ୍ରସନ୍ନ ଘଟଣା ବାବଦରେ ଏବଂ ଟଙ୍କା ଉଧାରକାରୀ ରାକେଶ ଓ ସରପଞ୍ଚ ପ୍ରତାପଙ୍କ ବିରୋଧରେ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ନଂ.୨୮/୨୩ରେ ସରପଞ୍ଚ ପ୍ରତାପ ଓ ଟଙ୍କା ଉଧାରକାରୀ ରାକେଶଙ୍କ ବିରୋଧରେ ମାମଲା ରୁଜୁ କରିଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ଏ ସମ୍ପର୍କରେ ସରପଞ୍ଚ ପ୍ରତାପଙ୍କୁ ପଚାରିବାରେ ପ୍ରସନ୍ନଙ୍କଠାରୁ ସେ ଧାର ଆକାରରେ ୩୫ ହଜାର ଟଙ୍କା ନେଇଥିଲେ। ଏହାକୁ ସେ ପରିଶୋଧ କରି ଦେଇଥିବା କହିଛନ୍ତି। ରାକେଶଙ୍କ ଧାର ଟଙ୍କା ଦେବା ଘଟଣା ବାବଦରେ ସେ ଜାଣିନାହାନ୍ତି। ପ୍ରସନ୍ନ ଏ ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ କରି ନ ଥିବା ସେ କହିଛନ୍ତି। ଅପରପକ୍ଷରେ ପ୍ରସନ୍ନ ତାଙ୍କୁ ଏହି ମାମଲାରେ ମିଥ୍ୟା କେସ୍‌ରେ ଫସାଇଥିବା ଓ ସେ ଏହି ମାମଲାରେ ହାଇକୋର୍ଟରୁ ବେଲ ପାଇ ସାରିଥିବା ନେଇ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri