ଜଙ୍ଗଲ ଭିତରେ ଚାଲିଛି ଜଙ୍ଗଲରାଜ

କେନ୍ଦ୍ରାପଡ଼ା,୮ା୪(ଜଗନ୍ନାଥ ଧଳ): ଧାମରାଠାରୁ ପାରାଦୀପ ବନ୍ଦର ମଧ୍ୟରେ ଥିବା ସାମୁଦ୍ରିକ ଉପକୂଳ ଏବେ ଚିଙ୍ଗୁଡି ଘେରିରେ ଭରିଗଲାଣି। ପ୍ରତ୍ୟେକ ଦିନ ଏହି ତଟାଞ୍ଚଳରେ ଅନୂ୍ୟନ ୧୦ରୁ ଅଧିକ ଘେରି ପ୍ରସ୍ତୁତ ହେଉଛି। ଏଥିରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ବାଦ୍‌ ପଡିନାହିଁ। ଚିଙ୍ଗୁଡି ଘେରିରୁ ଉତ୍ପନ୍ନ ବିପଜ୍ଜନକ ରାସାୟନିକ ଦ୍ରବ୍ୟ ଓ ଗ୍ୟାସ ଏକ ବିଷ ବଳୟ ସୃଷ୍ଟି କରିଛି। ଏଥିରେ ମଣିଷ ସହ ବନ୍ୟ ଓ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ଖାରପାଣି ଚାଷକୁ ପ୍ରୋତ୍ସାହିତ କରି ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ କରାଯାଉଛି। ଚିଙ୍ଗୁଡି ଘେରି ଉଚ୍ଛେଦ ଆଉ ହେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଦୋଳଗୋବିନ୍ଦ ଜେନା, ପ୍ରତାପ କୁମାର ପାଢ଼ୀ, ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି ଯେ, ରାଜ୍ୟ ସରକାର ଖାରପାଣି ମାଛ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନର ଏହି ତତ୍ପରତା ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇଛି। ଏପରିକି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଚିଙ୍ଗୁଡି ଘେରି ମାଲିକଙ୍କ ଜଙ୍ଗଲରାଜ ଚାଲିଛି। ଜଙ୍ଗଲ ମଧ୍ୟରେ ତଟାଞ୍ଚଳ ଏବେ ଜବରଦଖଲକାରୀଙ୍କୁ ହାତକୁ ଚାଲିଯାଇଛି। ପ୍ରତ୍ୟେକ ଦିନ ନୂଆ କରି ୧୦ରୁ ୨୦ଟି ଘେରି ପ୍ରସ୍ତୁତ ହେଉଛି। ଏହି ଚାଷ ପାଇଁ ଏରିଏଟର ଓ ପାଣି ପମ୍ପ ଚାଳନା ଆବଶ୍ୟକ। ଏହି ଦୁଇ ଯନ୍ତ୍ରରୁ ଉତ୍ପନ୍ନ ଶବ୍ଦ ବନ୍ୟ ପ୍ରାଣୀଙ୍କୁ ବିଚଳିତ କରୁଛି। ସେହିପରି ଘେରି ପାଇଁ ଜଙ୍ଗଲ କାଟିବା ଏଠାରେ ସ୍ବାଭାବିକ ଘଟଣା ହୋଇଛି। ଚାଷ ପାଇଁ ବ୍ୟବହାର ହେଉଥିବା ରାସାୟନିକ ଦ୍ରବ୍ୟ, ଔଷଧ ବନ୍ୟ ଓ ସାମୁଦ୍ରିକ ଜୀବଜନ୍ତୁଙ୍କ ମୃତ୍ୟୁର କାରଣ ହୋଇଛି। ପ୍ରାୟ ୧୪ ପ୍ରକାର ନିଷିଦ୍ଧ ଔଷଧ ଚିଙ୍ଗୁଡିର ଶାରୀରିକ ଓ ବଂଶ ବୃଦ୍ଧି ପାଇଁ ବ୍ୟବହାର ହେଉଛି। ଘେରିରୁ ଜଳ ନିଷ୍କାସିତ ହୋଇ ନିକଟସ୍ଥ ନାଳ ମଧ୍ୟ ଦେଇ ସମୁଦ୍ରରେ ପଡୁଛି। ଏବେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୨୬୩ ପ୍ରକାର ମାଛଙ୍କ ପ୍ରଜନନ ସମୟ। ତେବେ ଚିଙ୍ଗୁଡି ଘେରିର ରାସାୟନିକ ଦ୍ରବ୍ୟ ସାମୁଦ୍ରିକ ମାଛ ବଂଶ ବୃଦ୍ଧିକୁ ରୋକୁଛି। ଫଳରେ ଆଗାମୀଦିନରେ ଖାଦ୍ୟ ଆଶାରେ ଆସୁଥିବା ବିଦେଶୀ ପକ୍ଷୀର ସମ୍ଭାର ଦେଖିବାକୁ ମିଳିବ ନାହିଁ। ସେହିପରି ଜାନୁଆରୀରୁ ଡଲଫିନଙ୍କ ଗଣନା ହୋଇଥିଲେ ମଧ୍ୟ ସଂଖ୍ୟା ପ୍ରକାଶ ପାଉନାହିଁ। ଗତବର୍ଷଠାରୁ ଏଠାରେ ଢ଼େର କମ୍‌ ସଂଖ୍ୟା ରହିଥିବା ଆଲୋଚନା ହେଉଛି। ଚିଙ୍ଗୁଡି ଘେରିର ବୃଦ୍ଧି ଅର୍ଥ ସ୍ଥାନୀୟ ଅଞ୍ଚଳର ଚାଷରେ ବୃହତ୍‌ କ୍ଷତି। ସମୁଦ୍ରର ଖାରପାଣିକୁ ନାଳ ମଧ୍ୟରେ ଘେରିକୁ ଆଣିବା ସମୟରେ ସ୍ଥାନୀୟ ଚାଷ ଜମି ଲୁଣି ପାଲଟୁଛି। ଫଳରେ ପ୍ରତ୍ୟହ ଚାଷକୁ ନେଇ କଳିଗୋଳ ହେଉଛି। ହାଇକୋର୍ଟ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ହାଇକୋର୍ଟ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନକୁ ତାଗିଦ ହେଉଛି। ଏହାସତ୍ତ୍ୱେ ଚିଙ୍ଗୁଡି ଘେରି ଉଚ୍ଛେଦ ଏକପ୍ରକାର ବନ୍ଦ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ଖାରପାଣି ମାଛ ଚାଷ ପାଇଁ କେତେଜଣ ଚାଷୀଙ୍କୁ ଅନୁମତି ଦିଆଯାଇଛି। ଚାଷ ପାଇଁ ଅନୁମତି ନେଇ ନ ଥିବା ଚାଷୀଙ୍କ ଘେରି ଉଚ୍ଛେଦ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri