ଭିତରକନିକାରେ ୟୁଏନ୍‌ଡିପି, ଏକ୍ରିକ୍‌ ପ୍ରତିନିଧି ଦଳ

ରାଜନଗର, ୧୦।୮(ଡି.ଏନ.ଏ.):  ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ରହିଛି। ବ୍ରାହ୍ମଣୀ, ବୈତରଣୀ ଅବବାହିକାରେ ବିସ୍ତୁତ ହୋଇଥିବା ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା। ଭିତରକନିକାର ଲୁଣା ଜଙ୍ଗଲ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବାତ୍ୟା ସମୟରେ ଉପକୂଳକୁ ସୁରକ୍ଷା ଯୋଗାଇ ଆସିଛି। ଲୁଣା ଜଙ୍ଗଲର ପରିସର ବୃଦ୍ଧି ପାଇ ପ୍ରତିବର୍ଷ ରାଜନଗର ବନ ବିଭାଗ ପକ୍ଷରୁ ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନ କରାଯାଉଛି। ଏଥିସହ କିଛି ସ୍ଥାନରେ ବିଭିନ୍ନ କାରଣରୁ ମରି ଯାଉଥିବା ଲୁଣା ଜଙ୍ଗଲର ପୁନରୁଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ୟୁଏନ୍‌ଡିପି ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ଏହି ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନ ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟ କିପରି ହେଇଛି, କେତେ ପ୍ରତିଶତ ମା୍ୟନ୍‌ଗ୍ରୁଭ ପ୍ଲାଣ୍ଟେଶନ ବଞ୍ଚତ୍ ରହିଛି, ପୁନରୁଦ୍ଧାର କାର୍ଯ୍ୟ ପରେ ମରି ଆସୁଥିବା ଲୁଣା ଜଙ୍ଗଲର ସ୍ଥିତି କିପରି ବଦଳିଛି, ତା’ର ଅନୁଧ୍ୟାନ କରିବାକୁ ମଙ୍ଗଳବାର ଭିତରକନିକାରେ ପହଞ୍ଚତ୍ଛନ୍ତି ୟୁଏନ୍‌ଡିପି ଓ ଏକ୍ରିକ୍‌ ପ୍ରତିନିଧି ଦଳ। ୟୁଏନ୍‌ଡିପି ଯୁକ୍ତରାଷ୍ଟ୍ର ଆମେରିକାର ମିଖାଇଲ ପାଲେଷ୍ଟିନଙ୍କ ନେତୃତ୍ୱରେ ଡ. ସେଲଭା, ଏକ୍ରିକ୍‌ ଷ୍ଟେଟ୍‌ କୋଅର୍ଡିନେଟର ରଜତ ଚୌଧୁରୀ ପ୍ରମୁଖ ଭିତରକନିକାରେ ପହଞ୍ଚତ୍ ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍‌ ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚତ୍ ଜିଲାପାଳ ଅମୃତ ଋତୁରାଜଙ୍କ ସହ ଭିତରକନିକା ପାରିପାର୍ଶ୍ୱରେ ଥିବା ଅଧିବାସୀଙ୍କୁ ଲାଇଭହୁଡ୍‌ ଯୋଜନାରେ ବିଭିନ୍ନ ସହାୟତା ଯୋଗାଇ ଦେବା ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ାରୁ ଭିତରକନିକା ଆସି ପହଞ୍ଚତ୍ବା ପରେ ଡିଏଫ୍‌ଓ ଯଜ୍ଞଦତ୍ତ ପତି, ଏସିଏଫ୍‌ ପୁନମ୍‌ ହୀରା ହଁାସଦା, ରେଞ୍ଜ ଅଫିସର ମାନସ କୁମାର ଦାସ, ଏକ୍ରିକ୍‌ ଜିଲା ସଂଯୋଜକ ଦେବାଶିଷ ପତି ଏହି ଟିମ୍‌କୁ ସ୍ବାଗତ କରିଥିଲେ। ଡିଏଫ୍‌ଓ ପତି ଏହି ଟିମ୍‌କୁ ସାଙ୍ଗରେ ଧରି ବନ ବିଭାଗ ପକ୍ଷରୁ କରାଯାଇଥିବା ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନ ବୁଲି ଦେଖାଇଛନ୍ତି। ନଳିତାପାଟିଆରୁ ତାଳଚୁଆ ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନ, ଶୈଳେନ୍ଦ୍ରନାରାୟଣପୁରରୁ ଗୋପାଳଜୀଉପାଟଣା ଯାଏ ଚିଙ୍ଗୁଡିଘେରି ଉଚ୍ଛେଦ କରାଯିବା ପରେ ସେଠାରେ କରାଯାଇଥିବା ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନକୁ ଏହି ପ୍ରତିନିଧି ଦଳ ବୁଲି ଦେଖିବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଟିମ୍‌ ରାତିରେ ଭିତରକନିକାର ଡାଙ୍ଗମାଳରେ ରାତ୍ରିଯାପନ କରିବେ। ବୁଧବାର ସକାଳେ ଡାଙ୍ଗମାଳଠାରେ ନିର୍ମାଣ ହୋଇଥିବା ମ୍ୟାନ୍‌ଗ୍ରୁଭ ମେଟା ନର୍ସରୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।