Categories: ଫୁରସତ

ବିଶ୍ୱାସ ଆଗରେ ହାର୍‌ ମାନିଛି ସବୁ ବାଧା: ଏମିତି ଗିଟାର ବଜାଉଛନ୍ତି ଦିବ୍ୟାଙ୍ଗ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ତାଙ୍କ ଅଧା ହାତରେ ଏପରି ଗିଟାର ବଜାଉଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କୁ ଦେଖିଲେ ଏପରି ଲାଗିବ ଯେପରି ବିଶ୍ୱାସ ଆଗରେ ହାର୍‌ ମାନିଛି ସବୁ ବାଧା।

ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share