Posted inଜାତୀୟ

ରାଜଧାନୀରେ ମାସେ ପାଇଁ ସମାବେଶ ମନା

ନୂଆଦିଲ୍ଲୀ,୧୨ା୨: ରାଜଧାନୀ ଦିଲ୍ଲୀରେ ମାସେ ପର୍ଯ୍ୟନ୍ତ ସମାବେଶ ଉପରେ କଟକଣା ଲାଗୁ କରାଯାଇଛି। ଚାଷୀ ଆନ୍ଦୋଳକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ବଡ଼ ଧରଣର ସମାବେଶ ହୋଇପାରିବ ନାହିଁ। ମଙ୍ଗଳବାରଠାରୁ ଚାଷୀ ଆନ୍ଦୋଳନ କରାଯାଇଥାନ୍ତା। ଏହାକୁ ଦୃଷ୍ଟିରେ ରଖି ଏପରି କଟକଣା ଲାଗୁ କରାଯାଇଛି।ରାଜଧାନୀ ଭିତରକୁ ଟ୍ରାକ୍ଟର ପଶିବାକୁ ବାରଣ କରିଛନ୍ତି ଦିଲ୍ଲୀ କମିଶନର। ଏହି ଆନ୍ଦୋଳନରେ ୨୦ ହଜାରରୁ ଅଧିକ ଚାଷୀ ସାମିଲ ହୋଇଥାନ୍ତେ। ଏହା ପୂର୍ବରୁ କମିଶନର ଏପରି କଟକଣା ଜାରି କରିଛନ୍ତି।

ସୂଚନାଯୋଗ୍ୟ,୨୦୨୦ ସେପ୍ଟେମ୍ବର ୨୭ରେ କେନ୍ଦ୍ର ସରକାର ୩ଟି କୃଷି ଆଇନ ପ୍ରଣୟନ କରିଥିଲେ। ସେଗୁଡ଼ିକ ହେଲା କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଚୁକ୍ତି ସମ୍ପର୍କିତ ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ)। ଏହାକୁ ନେଇ ସାରା ଦେଶର କୃଷକମାନେ ଆନ୍ଦୋଳନ କରିଥିଲେ।

ସୂଚନାଯୋଗ୍ୟ, କୃଷି ଆଇନରେ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ବୃହତ୍‌ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ବର୍ଷେ ଧରି ଏହି ଆନ୍ଦୋଳନ ଚାଲିଥିଲା। ଶେଷରେ ୨୦୨୧ ନଭେମ୍ବର ୧୯ରେ ସରକାର କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ସେତେବେଳେ ସରକାର ଚାଷୀମାନଙ୍କୁ ଏମ୍‌ଏସ୍‌ପି ଆଇନ ଆଣିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏମ୍‌ଏସ୍‌ପି ଉପରେ ଅଦ୍ୟାବଧି କୌଣସି ଆଇନ ଅଣାଯାଇ ନ ଥିବାରୁ ପୁଣି ଥରେ ଦେଶରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି।

ପ୍ରଦେଶ, ହରିୟାଣା ଓ ପଞ୍ଜାବର କୃଷକମାନେ ଫେବୃଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦେଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏବଂ କିଷାନ ମଜଦୁର ମୋର୍ଚ୍ଚା (କେଏମ୍‌ଏମ୍‌) ସମେତ ୨୬ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୬ରେ ‘ଭାରତ ବନ୍ଦ’ ପାଇଁ ମଧ୍ୟ ଡାକରା ଦିଆଯାଇଛି। ଏହି ୩ କୃଷିବହୁଳ ରାଜ୍ୟ ସମେତ ଦେଶର ବିଭିନ୍ନ ଭାଗରୁ ପ୍ରାୟ ୨୦୦ କୃଷକ ସଙ୍ଗଠନର ୨୦ ହଜାର ଚାଷୀ ଏମ୍‌ଏସ୍‌ପି ଆଇନ ଦାବିରେ ଦିଲ୍ଲୀରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri