ଲାଞ୍ଚ ଜାଲରେ

ସର୍ବସାଧାରଣ, ଉପଭୋକ୍ତା ଏବଂ କ୍ଷୁଦ୍ର ବ୍ୟବସାୟ ସ୍ବାର୍ଥଜଡ଼ିତ ବିଷୟ ଉପରେ ସର୍ଭେ ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିବା ଅଗ୍ରଣୀ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଲୋକାଲସର୍କଲ୍ସ’ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବ୍ୟବସାୟ ପାଇଁ ଅନୁମତି ଓ କାର୍ଯ୍ୟାଦେଶ ପାଇବା ସକାଶେ ସରକାରୀ ଅଧିକାରୀମାନଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି। ବର୍ଷକ ମଧ୍ୟରେ ୧୫୯ ଜିଲାରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ୬୬ ପ୍ରତିଶତ ବ୍ୟବସାୟିକ ସଂସ୍ଥା ଲାଞ୍ଚ ଦେଇଥିବା ସ୍ବୀକାର କରିଛନ୍ତି। ୫୪ ପ୍ରତିଶତ ସଂସ୍ଥାକୁ ଏଥିଲାଗି ବାଧ୍ୟ କରାଯାଉଥିବା ବେଳେ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ନିମନ୍ତେ ୪୬ ପ୍ରତିଶତ ସ୍ବଇଚ୍ଛାରେ ଲାଞ୍ଚ ଦେଉଥିବା ଉକ୍ତ ରିପୋର୍ଟରୁ ଜାଣିବାକୁ ମିଳିଛି।
ଲାଞ୍ଚ ଦେବା କିମ୍ବା ନେବା ଅପରାଧ ବୋଲି ଆଇନରେ ଉଲ୍ଲେଖ ରହିଛି। ସେସବୁ ପ୍ରାୟତଃ ପୋଥିରେ ସାଇତା ହେବା ଭଳି କଥା। ପ୍ରତ୍ୟେକ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ଓ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ଶନ ହେଲେ ଲାଞ୍ଚ କାରବାର କମିଯିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ପ୍ରମାଣିତ ହେଉଛି। ଏଠାରେ ସବୁ କ୍ଷେତ୍ରରେ ଦକ୍ଷତା ବା ସାଧାରଣ ଗତିରେ ମଧ୍ୟ କାର୍ଯ୍ୟ କରାଇବାକୁ ହେଲେ ଲାଞ୍ଚର ଆଶା ରହୁଛି। ଅତି ଛୋଟ ଋଣ ହେଉ ବା ଅନେକ ହଜାର କୋଟି ଟଙ୍କାର ଋଣ ଲାଞ୍ଚ କାରବାର ନ ହୋଇଥିଲେ ବ୍ୟାଙ୍କିଙ୍ଗ୍‌ ପ୍ରକ୍ରିୟା ଦେଇ କାମ ହାସଲ କରିବା କଷ୍ଟକର। ଯଦି କୌଣସି ଦେଶର ଆର୍ଥିକ ବ୍ୟବସ୍ଥାକୁ ଦେଖାଯାଏ ସେଥିରେ ଉଦ୍ୟୋଗୀ ବା ବ୍ୟବସାୟୀମାନଙ୍କ ଅବଦାନ ଯଥେଷ୍ଟ ରହିଥାଏ। କାରଣ ସେମାନେ ଓ୍ବେଲ୍‌ଥ କ୍ରିଏଟର ବା ଧନ ସୃଷ୍ଟିକାରୀ ଭାବେ ବିବେଚିତ ହୋଇଥାଆନ୍ତି। କିନ୍ତୁ ଯେଉଁମାନେ ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଥାଆନ୍ତି ସେମାନେ ନିଜ ଗୋଡ଼ରେ ଠିଆ ହେବା ସକାଶେ କେଉଁଭଳି ଭାବେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ତାହା ଅନେକଙ୍କୁ ଅଜଣା ଥିବ। ଉଚ୍ଚଶିକ୍ଷିତ ଓ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଥିବାର ଯେତେ ପ୍ରମାଣ ଦେଖାଇଲେ ମଧ୍ୟ ସରକାରୀ ବ୍ୟବସ୍ଥା ଓ ବ୍ୟାଙ୍କ ଭଳି ଋଣ ପ୍ରଦାନକାରୀ ସଂସ୍ଥା ପାଖରୁ ସହଜରେ ସାହାଯ୍ୟ ପାଇପାରି ନ ଥାଆନ୍ତି। ଯେତେବେଳେ ସେମାନେ ଦେଖନ୍ତି ଯେ ବ୍ୟବସାୟ କରିବା ପାଇଁ ଅନୁମତି ଓ କାର୍ଯ୍ୟାଦେଶ ପାଇବା ବିଳମ୍ବ ହେଉଛି, ସେତେବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲାଞ୍ଚର ବାଟ ଧରନ୍ତି। ନୂଆ ବ୍ୟବସାୟ ଲାଗି ଜମି, ଜଳ, ବିଦ୍ୟୁତଠାରୁ ଆରମ୍ଭ କରି ଆଇନଗତ ସୁରକ୍ଷା ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ ସହଯୋଗ ନିମନ୍ତେ ଲାଇସେନ୍ସ ପ୍ରଦାନକାରୀ ସଂସ୍ଥା, ତହସିଲ, ବିଦ୍ୟୁତ୍‌ ଯୋଗାଣ, ପ୍ରଦୂଷଣ ବିଭାଗ, ମ୍ୟୁନିସିପାଲିଟି, ଜିଏସ୍‌ଟି ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ିବାକୁ ପଡ଼େ। ଏହାର ପ୍ରମାଣ ‘ଲୋକାଲସର୍କଲ୍ସ’ର ରିପୋର୍ଟରୁ ଜଣାପଡ଼ିଛି। ପର୍‌ମିଟ କିମ୍ବା ପ୍ରକ୍ରିୟା ଶେଷ କରାଇବାକୁ ସରକାରୀ ବିଭାଗଗୁଡ଼ିକରେ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଏହାକୁ ତ୍ୱରାନ୍ବିତ କରିବା ପାଇଁ ଲାଞ୍ଚ ଦେବା ଜୀବନର ଏକ ଧାରା ପାଲଟିଯାଇଥିବା ସର୍ଭେରେ ସମ୍ପୃକ୍ତ ୧୮ ହଜାର ବ୍ୟବସାୟିକ ସଂସ୍ଥା ମତ ଦେଇଛନ୍ତି। ଅନେକେ ଏସବୁରେ ଅଧୈର୍ଯ୍ୟ ହୋଇ ଉଦ୍ୟୋଗୀ ହେବାର ସ୍ବପ୍ନ ମଧ୍ୟ ଭୁଲିଯାଆନ୍ତି। ‘ବୋଝ ଉପରେ ନଳିତା ବିଡ଼ା’ ଭଳି ସାଜେ ଦାଦାବଟିଠାରୁ ଆରମ୍ଭ କରି ବିଭିନ୍ନ ଚାନ୍ଦା ଦେଇ ସ୍ଥାନୀୟ ଲୋକଙ୍କୁ ସନ୍ତୁଷ୍ଟ କରିବା। ଏସବୁ ଭିତରେ ଆଗକୁ ଥାଏ ସଂସ୍ଥା ଚଳାଇବା, କର୍ମଚାରୀଙ୍କ ପରିଚାଳନା, ସମୟରେ ଦରମା ଦେବା ଓ ଆନଷଙ୍ଗିକ ଆର୍ଥିକ ବିଲ୍‌ ପୈଠ କରିବା। ଏହା ପରେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସରକାରଙ୍କ ତରଫରୁ ତିଳେମାତ୍ର ସାହାଯ୍ୟ ଆଶା କରିବା ବୃଥା। ଏଭଳି ଏକ କଷ୍ଟକର ବ୍ୟବସାୟିକ ବାତାବରଣରେ ପୁଣି ପ୍ରଶ୍ନ ଉଠେ ଭାରତବର୍ଷରେ ଅଧିକ ଉଦ୍ୟୋଗୀ କାହିଁକି ସୃଷ୍ଟି ହେଉ ନାହାନ୍ତି। କାରଣ ଜଣାଶୁଣା।
ଦୁର୍ନୀତି ସମ୍ବନ୍ଧୀୟ ସ୍ବଚ୍ଛତା ଉପରେ ପ୍ରତିବର୍ଷ ତାଲିକା ପ୍ରକାଶ କରୁଥିବା ‘ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ’ ୨୦୨୩ର ‘କର୍‌ପଶନ ପର୍ସେପସନ୍ସ ଇଣ୍ଡେକ୍ସ’ ଅନୁଯାୟୀ ୧୮୦ ଦେଶ ମଧ୍ୟରେ ଭାରତର ସ୍ଥାନ ୯୩ରେ ରହିଛି। ସେହିପରି ଭାରତର କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ୨୦୨୩ ରିପୋର୍ଟରେ ଦେଖାଯାଇଛି ଯେ, ଦେଶରେ ରେଲଓ୍ବେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ମୋଟ ୭୪,୨୦୩ ଦୁର୍ନୀତି ଅଭିଯୋଗ ଆସିଥିଲା। ଅବଶ୍ୟ ଏ ସବୁ ସରକାରୀ ରେକର୍ଡଭୁକ୍ତ ହୋଇଥିଲେ ମଧ୍ୟ ଅନେକ ଲାଞ୍ଚ ଘଟଣା ଆଢ଼ୁଆଳରେ ରହିଯାଉଛି। ତେଣୁ ବାସ୍ତବରେ ଯେଉଁମାନେ ଦେଶର ଆର୍ଥିକ ବିକାଶରେ ଯୋଗଦାନ କରିବାକୁ ଇଚ୍ଛୁକ, ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀଙ୍କ କାର୍ଯ୍ୟକୁ ସୁଗମ କରିବାକୁ ହେଲେ ସ୍ବଚ୍ଛତା ନିତାନ୍ତ ଜରୁରୀ। ଏହା କହିଲା ବେଳେ ଆମେ ସଚେତନ ଯେ, ଅନେକ କର୍ପୋରେଟ ସଂସ୍ଥା ସରକାରୀ ସୁବିଧା ହାତେଇବା ପାଇଁ ଲାଞ୍ଚକୁ ପ୍ରମୁଖ ମାଧ୍ୟମ କରିଦେଉଥିବା ଶୁଣିବାକୁ ମିଳୁଛି। ଏହା ଦ୍ୱାରା ଦୁଇ ପ୍ରକାର କ୍ଷତି ଘଟୁଛି। ବିନା ଲାଞ୍ଚରେ କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ ବୋଲି ବାତାବରଣ ସୃଷ୍ଟି କରାଯାଉଥିବାରୁ ବ୍ୟବସାୟିକ କ୍ଷେତ୍ରକୁ ପଦାର୍ପଣ କରୁଥିବା ନୂଆ ଉଦ୍ୟୋଗୀ କଲବଲ ହୋଇଯାଉଛନ୍ତି। ଦ୍ୱିତୀୟରେ ଏହି ଧାରା ଜାରି ରହିଲେ ସ୍ବଚ୍ଛତା ସ୍ବପ୍ନରେ ରହିଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri