ଲାଞ୍ଚ ଜାଲରେ

ସର୍ବସାଧାରଣ, ଉପଭୋକ୍ତା ଏବଂ କ୍ଷୁଦ୍ର ବ୍ୟବସାୟ ସ୍ବାର୍ଥଜଡ଼ିତ ବିଷୟ ଉପରେ ସର୍ଭେ ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିବା ଅଗ୍ରଣୀ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଲୋକାଲସର୍କଲ୍ସ’ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବ୍ୟବସାୟ ପାଇଁ ଅନୁମତି ଓ କାର୍ଯ୍ୟାଦେଶ ପାଇବା ସକାଶେ ସରକାରୀ ଅଧିକାରୀମାନଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି। ବର୍ଷକ ମଧ୍ୟରେ ୧୫୯ ଜିଲାରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ୬୬ ପ୍ରତିଶତ ବ୍ୟବସାୟିକ ସଂସ୍ଥା ଲାଞ୍ଚ ଦେଇଥିବା ସ୍ବୀକାର କରିଛନ୍ତି। ୫୪ ପ୍ରତିଶତ ସଂସ୍ଥାକୁ ଏଥିଲାଗି ବାଧ୍ୟ କରାଯାଉଥିବା ବେଳେ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ନିମନ୍ତେ ୪୬ ପ୍ରତିଶତ ସ୍ବଇଚ୍ଛାରେ ଲାଞ୍ଚ ଦେଉଥିବା ଉକ୍ତ ରିପୋର୍ଟରୁ ଜାଣିବାକୁ ମିଳିଛି।
ଲାଞ୍ଚ ଦେବା କିମ୍ବା ନେବା ଅପରାଧ ବୋଲି ଆଇନରେ ଉଲ୍ଲେଖ ରହିଛି। ସେସବୁ ପ୍ରାୟତଃ ପୋଥିରେ ସାଇତା ହେବା ଭଳି କଥା। ପ୍ରତ୍ୟେକ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ଓ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ଶନ ହେଲେ ଲାଞ୍ଚ କାରବାର କମିଯିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ପ୍ରମାଣିତ ହେଉଛି। ଏଠାରେ ସବୁ କ୍ଷେତ୍ରରେ ଦକ୍ଷତା ବା ସାଧାରଣ ଗତିରେ ମଧ୍ୟ କାର୍ଯ୍ୟ କରାଇବାକୁ ହେଲେ ଲାଞ୍ଚର ଆଶା ରହୁଛି। ଅତି ଛୋଟ ଋଣ ହେଉ ବା ଅନେକ ହଜାର କୋଟି ଟଙ୍କାର ଋଣ ଲାଞ୍ଚ କାରବାର ନ ହୋଇଥିଲେ ବ୍ୟାଙ୍କିଙ୍ଗ୍‌ ପ୍ରକ୍ରିୟା ଦେଇ କାମ ହାସଲ କରିବା କଷ୍ଟକର। ଯଦି କୌଣସି ଦେଶର ଆର୍ଥିକ ବ୍ୟବସ୍ଥାକୁ ଦେଖାଯାଏ ସେଥିରେ ଉଦ୍ୟୋଗୀ ବା ବ୍ୟବସାୟୀମାନଙ୍କ ଅବଦାନ ଯଥେଷ୍ଟ ରହିଥାଏ। କାରଣ ସେମାନେ ଓ୍ବେଲ୍‌ଥ କ୍ରିଏଟର ବା ଧନ ସୃଷ୍ଟିକାରୀ ଭାବେ ବିବେଚିତ ହୋଇଥାଆନ୍ତି। କିନ୍ତୁ ଯେଉଁମାନେ ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଥାଆନ୍ତି ସେମାନେ ନିଜ ଗୋଡ଼ରେ ଠିଆ ହେବା ସକାଶେ କେଉଁଭଳି ଭାବେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ତାହା ଅନେକଙ୍କୁ ଅଜଣା ଥିବ। ଉଚ୍ଚଶିକ୍ଷିତ ଓ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଥିବାର ଯେତେ ପ୍ରମାଣ ଦେଖାଇଲେ ମଧ୍ୟ ସରକାରୀ ବ୍ୟବସ୍ଥା ଓ ବ୍ୟାଙ୍କ ଭଳି ଋଣ ପ୍ରଦାନକାରୀ ସଂସ୍ଥା ପାଖରୁ ସହଜରେ ସାହାଯ୍ୟ ପାଇପାରି ନ ଥାଆନ୍ତି। ଯେତେବେଳେ ସେମାନେ ଦେଖନ୍ତି ଯେ ବ୍ୟବସାୟ କରିବା ପାଇଁ ଅନୁମତି ଓ କାର୍ଯ୍ୟାଦେଶ ପାଇବା ବିଳମ୍ବ ହେଉଛି, ସେତେବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲାଞ୍ଚର ବାଟ ଧରନ୍ତି। ନୂଆ ବ୍ୟବସାୟ ଲାଗି ଜମି, ଜଳ, ବିଦ୍ୟୁତଠାରୁ ଆରମ୍ଭ କରି ଆଇନଗତ ସୁରକ୍ଷା ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ ସହଯୋଗ ନିମନ୍ତେ ଲାଇସେନ୍ସ ପ୍ରଦାନକାରୀ ସଂସ୍ଥା, ତହସିଲ, ବିଦ୍ୟୁତ୍‌ ଯୋଗାଣ, ପ୍ରଦୂଷଣ ବିଭାଗ, ମ୍ୟୁନିସିପାଲିଟି, ଜିଏସ୍‌ଟି ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ିବାକୁ ପଡ଼େ। ଏହାର ପ୍ରମାଣ ‘ଲୋକାଲସର୍କଲ୍ସ’ର ରିପୋର୍ଟରୁ ଜଣାପଡ଼ିଛି। ପର୍‌ମିଟ କିମ୍ବା ପ୍ରକ୍ରିୟା ଶେଷ କରାଇବାକୁ ସରକାରୀ ବିଭାଗଗୁଡ଼ିକରେ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଏହାକୁ ତ୍ୱରାନ୍ବିତ କରିବା ପାଇଁ ଲାଞ୍ଚ ଦେବା ଜୀବନର ଏକ ଧାରା ପାଲଟିଯାଇଥିବା ସର୍ଭେରେ ସମ୍ପୃକ୍ତ ୧୮ ହଜାର ବ୍ୟବସାୟିକ ସଂସ୍ଥା ମତ ଦେଇଛନ୍ତି। ଅନେକେ ଏସବୁରେ ଅଧୈର୍ଯ୍ୟ ହୋଇ ଉଦ୍ୟୋଗୀ ହେବାର ସ୍ବପ୍ନ ମଧ୍ୟ ଭୁଲିଯାଆନ୍ତି। ‘ବୋଝ ଉପରେ ନଳିତା ବିଡ଼ା’ ଭଳି ସାଜେ ଦାଦାବଟିଠାରୁ ଆରମ୍ଭ କରି ବିଭିନ୍ନ ଚାନ୍ଦା ଦେଇ ସ୍ଥାନୀୟ ଲୋକଙ୍କୁ ସନ୍ତୁଷ୍ଟ କରିବା। ଏସବୁ ଭିତରେ ଆଗକୁ ଥାଏ ସଂସ୍ଥା ଚଳାଇବା, କର୍ମଚାରୀଙ୍କ ପରିଚାଳନା, ସମୟରେ ଦରମା ଦେବା ଓ ଆନଷଙ୍ଗିକ ଆର୍ଥିକ ବିଲ୍‌ ପୈଠ କରିବା। ଏହା ପରେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସରକାରଙ୍କ ତରଫରୁ ତିଳେମାତ୍ର ସାହାଯ୍ୟ ଆଶା କରିବା ବୃଥା। ଏଭଳି ଏକ କଷ୍ଟକର ବ୍ୟବସାୟିକ ବାତାବରଣରେ ପୁଣି ପ୍ରଶ୍ନ ଉଠେ ଭାରତବର୍ଷରେ ଅଧିକ ଉଦ୍ୟୋଗୀ କାହିଁକି ସୃଷ୍ଟି ହେଉ ନାହାନ୍ତି। କାରଣ ଜଣାଶୁଣା।
ଦୁର୍ନୀତି ସମ୍ବନ୍ଧୀୟ ସ୍ବଚ୍ଛତା ଉପରେ ପ୍ରତିବର୍ଷ ତାଲିକା ପ୍ରକାଶ କରୁଥିବା ‘ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ’ ୨୦୨୩ର ‘କର୍‌ପଶନ ପର୍ସେପସନ୍ସ ଇଣ୍ଡେକ୍ସ’ ଅନୁଯାୟୀ ୧୮୦ ଦେଶ ମଧ୍ୟରେ ଭାରତର ସ୍ଥାନ ୯୩ରେ ରହିଛି। ସେହିପରି ଭାରତର କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ୨୦୨୩ ରିପୋର୍ଟରେ ଦେଖାଯାଇଛି ଯେ, ଦେଶରେ ରେଲଓ୍ବେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ମୋଟ ୭୪,୨୦୩ ଦୁର୍ନୀତି ଅଭିଯୋଗ ଆସିଥିଲା। ଅବଶ୍ୟ ଏ ସବୁ ସରକାରୀ ରେକର୍ଡଭୁକ୍ତ ହୋଇଥିଲେ ମଧ୍ୟ ଅନେକ ଲାଞ୍ଚ ଘଟଣା ଆଢ଼ୁଆଳରେ ରହିଯାଉଛି। ତେଣୁ ବାସ୍ତବରେ ଯେଉଁମାନେ ଦେଶର ଆର୍ଥିକ ବିକାଶରେ ଯୋଗଦାନ କରିବାକୁ ଇଚ୍ଛୁକ, ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀଙ୍କ କାର୍ଯ୍ୟକୁ ସୁଗମ କରିବାକୁ ହେଲେ ସ୍ବଚ୍ଛତା ନିତାନ୍ତ ଜରୁରୀ। ଏହା କହିଲା ବେଳେ ଆମେ ସଚେତନ ଯେ, ଅନେକ କର୍ପୋରେଟ ସଂସ୍ଥା ସରକାରୀ ସୁବିଧା ହାତେଇବା ପାଇଁ ଲାଞ୍ଚକୁ ପ୍ରମୁଖ ମାଧ୍ୟମ କରିଦେଉଥିବା ଶୁଣିବାକୁ ମିଳୁଛି। ଏହା ଦ୍ୱାରା ଦୁଇ ପ୍ରକାର କ୍ଷତି ଘଟୁଛି। ବିନା ଲାଞ୍ଚରେ କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ ବୋଲି ବାତାବରଣ ସୃଷ୍ଟି କରାଯାଉଥିବାରୁ ବ୍ୟବସାୟିକ କ୍ଷେତ୍ରକୁ ପଦାର୍ପଣ କରୁଥିବା ନୂଆ ଉଦ୍ୟୋଗୀ କଲବଲ ହୋଇଯାଉଛନ୍ତି। ଦ୍ୱିତୀୟରେ ଏହି ଧାରା ଜାରି ରହିଲେ ସ୍ବଚ୍ଛତା ସ୍ବପ୍ନରେ ରହିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri