ରାଜ୍ୟରେ ଖସିଛି, ଜାତୀୟସ୍ତରରେ ଉଠିଛି

ଅନୁଗୋଳ ଅଫିସ, ୨୨ା୮

ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟରେ ପଛେଇ ଯାଇଛି ଅନୁଗୋଳ ପୌରପାଳିକା। ଗତବର୍ଷ ମିଳିଥିବା ରାଜ୍ୟର ୧ନଂ. ସ୍ଥାନରୁ ଏହା ଖସିଆସିଛି ୯ମକୁ। ହେଲେ ଜାତୀୟସ୍ତରରେ ପ୍ରଦର୍ଶନ ଭଲ ଥିବା ତାଲିକାରୁ ସ୍ପଷ୍ଟ ହୋଇଛି। ୨୦୧୯ରେ ଅନୁଗୋଳ ପୌରପାଳିକା ଜାତୀୟସ୍ତରରେ ୧୪୩ତମ ସ୍ଥାନରେ ଥିବାବେଳେ ୨୦୨୦ରେ ଲମ୍ବା ଲମ୍ଫ ଦେଇ ୪୨ତମ ସ୍ଥାନକୁ ଉନ୍ନିତ ହୋଇଥିବା ଜଣାପଡ଼ିଛି।
କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ସହରକୁ ନେଇ ହୋଇଥିବା ଏହି ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ର ଫଳାଫଳ ଗୁରୁବାର ଘୋଷଣା ହୋଇଛି। ପ୍ରକାଶିତ ତାଲିକାରେ ଅନୁଗୋଳ ପୌରପାଳିକାକୁ ଜାତୀୟସ୍ତରରେ ୪୨ତମ ସ୍ଥାନ ମିଳିଥିବା ବେଳେ ରାଜ୍ୟସ୍ତରରେ ୯ମ ସ୍ଥାନ ଦିଆଯାଇଛି। ଦେଶର ଅନ୍ୟ ସହରଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରିଥିବା ଅନୁଗୋଳ ଗତବର୍ଷ ରାଜ୍ୟରେ ନମ୍ବର ଓ୍ବାନ୍‌ ହୋଇଥିବା ଚଳିତବର୍ଷ କାହିଁକି ପଛେଇ ଯାଇଛି ସେ ନେଇ ଆରମ୍ଭ ହୋଇଛି ମାନସମନ୍ଥନ। ସହରବାସୀଙ୍କ କହିବା ଅନୁଯାୟୀ, ଅଳିଆ ସମସ୍ୟା ପୌରପାଳିକାର ସର୍ବଦା ମୁଣ୍ଡ ବିନ୍ଧାର କାରଣ ହୋଇଛି। କେଉଁଠି ଆବର୍ଜନା ପକାଇଲେ ବିରୋଧ ହେବନାହିଁ ତାହା ପୌର କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ମାସ ମାସ ଧରି ସ୍ଥିର କରିପାରୁ ନ ଥିବାବେଳେ କଠିନ ଓ ତରଳ ବର୍ଜ୍ୟର କିପରି ସୁ ପରିଚାଳନା କରିପାରିବେ ତାହା ହିଁ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ଏହାଛଡ଼ା ସହରରେ ଥିବା ଉଦ୍ୟାନଗୁଡିକର ଉନ୍ନତି କଥା ନ କହିଲେ ଭଲ। ଶୌଚାଳୟ କାମ ଧିମେଇବା ସହ କାନ୍ଥ ବାଡର ସୌନ୍ଦର୍ଯ୍ୟକରଣ ଅନ୍ୟ ସହର ପରି ଦେଖିବାକୁ ମିଳୁନାହିଁ। ଯଦିଓ ଏବେ ଉକ୍ତ ପ୍ରକ୍ରିୟା ଜୋର୍‌ ଧରିଛି ତଥାପି ଲକ୍ଷ୍ୟ ଅନେକ ଦୂର। ସେହିପରି ପୌରାଞ୍ଚଳରେ ରୋଡ୍‌ ଡିଭାଇଡର ନ ଥିବାରୁ ବୃକ୍ଷରୋପଣ ମଧ୍ୟ ହୋଇପାରୁନାହିଁ। ଏହା ହୋଇପାରିଥିଲେ ଅନୁଗୋଳ ପୌରପାଳିକାର ପ୍ରଦର୍ଶନ ଆହୁରି ଉନ୍ନତ ହୋଇଥାନ୍ତା। ରାଜ୍ୟ ତାଲିକାରେ ମଧ୍ୟ ଭଲ ସ୍ଥାନ ମିଳିପାରିଥାନ୍ତା। ତଥାପି କେତୋଟି କ୍ଷେତ୍ରରେ ସ୍ବଚ୍ଛ ସର୍ବେକ୍ଷଣ ବିଚାରକ ଟିମ୍‌କୁ ପୌର ପ୍ରଶାସନ ସନ୍ତୁଷ୍ଟ କରିପାରିଥିବା ଜଣାପଡ଼ୁଛି। ରାଜ୍ୟ ସହ ଜାତୀୟସ୍ତରୀୟ ତାଲିକାରେ ଆହୁରି ଉପରକୁ ଉଠିବାକୁ ହେଲେ ଅଧିକ ଭଲ କାର୍ଯ୍ୟ କରିବାକୁ ହେବ ଏବଂ ସେ ନେଇ ଏବେଠାରୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସହରବାସୀ ମତ ଦେଇଛନ୍ତି।

କରୋନା ପଛରେ ସମୟ ଗଲା
ପୌର ପ୍ରଶାସନ କେବଳ କରୋନା ପଛରେ ଗୋଡାଉଛି। ଅନ୍ୟସବୁ ଦାୟିତ୍ୱକୁ ଭୁଲି ଯାଇଥିବାରୁ ଏଭଳି ସ୍ଥିତି ଉପୁଜୁଛି। ମହାମାରୀ ରୋକିବା ସହ ସହର ଠିକ୍‌ ଭାବେ ଯେପରି ସଫେଇ ହେବ ତାହା ଉପରେ ଧ୍ୟାନ ଦିଆଯିବା ଦରକାର।
-ବରଦା ପ୍ରସନ ଦାସ, ସହରବାସୀ
ଏବେଠୁ କାମ ଆରମ୍ଭ ହେଉ
ଅନୁଗୋଳ ସହର ପୂର୍ବବର୍ଷ ଅପେକ୍ଷା ଅଧିକ ସଫାସୁତରା ରହିଛି। କିନ୍ତୁ ବିଚାରକଙ୍କ ମନ ଜିଣିପାରି ନାହିଁ। ଆଗମୀ ଦିନରେ କିପରି ଭଲ ପ୍ରଦର୍ଶନ କରାଯାଇପାରିବ ସେ ନେଇ ପ୍ରଶାସନ ଏବେଠୁ କାମ ଆରମ୍ଭ କରିବା ଦରକାର।
-ପ୍ରତାପ ମହାପାତ୍ର, ସହରବାସୀ
ପ୍ରଶାସନର ବିଫଳତା ଦାୟୀ
ଅନୁଗୋଳ ପୌରପାଳିକା ଏବେ ଜିଲା ପ୍ରଶାସନ ହାତରେ ସିଧାସଳଖ ରହିଛି। ତେଣୁ ପୂର୍ବାପେକ୍ଷା ପରିମଳ ବ୍ୟବସ୍ଥା ଅଧିକ ଉନ୍ନତ ହେବା କଥା। କିନ୍ତୁ ଠିକ୍‌ ଭାବେ କାର୍ଯ୍ୟ ହେଉ ନ ଥିବାରୁ ମାନ ତଳକୁ ଖସିଲା। ଏଥିପାଇଁ ଜିଲା ପ୍ରଶାସନ ଦାୟୀ।
-ପ୍ରଦୀପ କୁମାର ସାହୁ, ସହରବାସୀ
ଭଲ ପ୍ରଦର୍ଶନ ପାଇଁ ଯୋଜନା ହୋଇଛି
ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅନୁଗୋଳ ପୌରପାଳିକାର ମାନ ରାଜ୍ୟସ୍ତରରେ ହ୍ରାସ ପାଇଛି। କିଛି ସମସ୍ୟା ଥିବାରୁ ଟିକେ ପଛେଇ ଗଲୁ। ଆଗକୁ କିପରି ଏକ ନମ୍ବର ହେବୁ ସେ ନେଇ ଯୋଜନା କରିଛୁ। ଜାତୀୟସ୍ତରରେ ଭଲ ପ୍ରଦର୍ଶନକୁ ଆଧାର କରି କାର୍ଯ୍ୟ ଆରମ୍ଭ କରିବୁ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri