ସୀତାବିଞ୍ଜରେ ରହିଛି ଲବକୁଶଙ୍କ ଅନ୍ତୁଡ଼ିଶାଳ

କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏହାକୁ ନେଇ ସାରା ଦେଶରେ ରାମଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ଦେଖାଦେଇଛି। ଏଭଳି ସମୟରେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଡାଙ୍ଗୁଆପଶି ଗ୍ରାମ ନିକଟରେ ଥିବା ପର୍ଯ୍ୟଟନ କେନ୍ଦ୍ର ସୀତାବିଞ୍ଜ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଦିନେ ଏଠାକୁ ମାତା ସୀତା ଆସିଥିଲେ ଏବଂ ଲବକୁଶଙ୍କ ଜନ୍ମ ଏ ଠାରେ ହୋଇଥିଲା ବୋଲି ଲୋକକଥା ରହିଛି। ପରେ ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନରେ ମାତା ସୀତା ଲବକୁଶଙ୍କ ସହିତ ରହିଥିଲେ ଏବଂ ବାଲ୍ମୀକି ଋଷିଙ୍କ ଆଶ୍ରମରେ ୨ ଭାଇ ପାଠ ପଢ଼ିଥିଲେ। ତାଙ୍କ ସ୍ମୃତିରେ ଏଠାରେ କାହିଁ କେଉଁ କାଳରୁ ମା’ ସୀତାଙ୍କ ସହିତ ଲବକୁଶ ପୂଜା ପାଇ ଆସୁଛନ୍ତି।
ନାମ ଅନୁସାରେ ସ୍ଥାନର ନାମ ସୀତାବିଞ୍ଜ୍‌ ହୋଇଥିବା କୁହାଯାଉଥିବା ବେଳେ ଏଠାରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମ ରହିଛି। ଏଠାରେ ହିଁ ଦସ୍ୟୁ ରତ୍ନାକର ତପସ୍ୟା କରି ବାଲ୍ମୀକି ଋଷି ହୋଇଥିଲେ ବୋଲି ଲୋକକଥା ରହିଛି। ଏଠାରେ ଏକ ବିଶାଳକାୟ ଅର୍ଦ୍ଧ ବର୍ତ୍ତୁଳାକାୟ ପଥର ରହିଛି, ଯାହା ଦସ୍ୟୁ ରତ୍ନାକରଙ୍କ ଭଣ୍ଡାରଘର ବୋଲି କୁହାଯାଏ। ମା’ ସୀତା ବନବାସ ସମୟରେ ଏହି ସ୍ଥାନକୁ ଆସିଥିବା ବେଳେ ଏଠାରେ ଲବକୁଶଙ୍କୁ ଜନ୍ମ ଦେଇଥିଲେ। ଲବକୁଶଙ୍କ ଅନ୍ତୁଡିଶାଳ ରହିଥିବା ବେଳେ ୩ ବୃତାକାୟ ପଥର ମା’ ସୀତା, ଲବ ଓ କୁଶଙ୍କ ପ୍ରତୀକ ଭାବରେ ପୂଜା ପାଇଆସୁଛନ୍ତି। ଏଠାରେ ଶୁଦ୍ଧ ମନରେ ପୂଜାର୍ଚ୍ଚନା କଲେ ପୁତ୍ରବତୀ ହେବା ନେଇ ବିଶ୍ୱାସ ରହିଛି ବୋଲି ସ୍ଥାନୀୟ ସ୍ବେଚ୍ଛାସେବୀ ମନୋଜ ନାୟକ କୁହନ୍ତି। ଏଣୁ ବହୁସଂଖ୍ୟାରେ ଭକ୍ତ ଏଠାକୁ ଆସିଥାନ୍ତି। ସେହିପରି ବାଲ୍ମୀକି ଆଶ୍ରମରେ ରହି ଲବକୁଶ ପାଠ ପଢୁଥିବା ସମୟର ଅନେକ ଶୀଳାଲେଖ ରହିଛି। ଏହି ପ୍ରସ୍ତର ଉପରେ ଲିଖିତ ଲିପିକୁ ନେଇ ଗବେଷଣା ଚାଲିଛି। ଏଠାରେ ରହିଥିବା ବିରଳ ରାବଣଛାୟା ତୈଳଚିତ୍ରରେ ମଧ୍ୟ ବହୁ ଲୋକକଥା ଛପି ରହିଛି। ସାଧାରଣତଃ ରାବଣଛାୟାର ଅର୍ଥ ଅସୁର ରାଜା ରାବଣଙ୍କ ଛାୟା। ତେବେ ଏହାର ଏଭଳି ନାମକରଣ କିଭଳି ହୋଇଛି, ତାହାର ଠିକ୍‌ ତଥ୍ୟ କାହାପାଖରେ ନାହିଁ। ୨୨ ଫୁଟ ଉଚ୍ଚରେ ଛତା ଭଳି ଅର୍ଦ୍ଧବର୍ତ୍ତୁଳାକାୟ ପ୍ରାୟ ୧୨୫୦ ବର୍ଗ ସେଣ୍ଟିମିଟର ପରିସୀମା ପଥରର ତଳ ପାର୍ଶ୍ୱରେ ଏହି ଚିତ୍ର ଅଙ୍କିତ ହୋଇଛି। ବିରଳ ତୈଳଚିତ୍ର ଦେଖିବାକୁ ବହୁ ପର୍ଯ୍ୟଟକ ତଥା ଗବେଷକ ଆସିଥାନ୍ତି।
କେନ୍ଦୁଝରଠାରୁ ପ୍ରାୟ ୩୨ କି.ମି. ଦୂର ଏବଂ ଘଟଗାଁ ବ୍ଲକ୍‌ କଟରାବେଡ଼ା ଗ୍ରାମ (ଏନ୍‌ଏଚ୍‌ ୨୦) ଠାରୁ ପ୍ରାୟ ୬ କି.ମି. ଦୂର ଡାଙ୍ଗୁଆପଶି ନିକଟରେ ଏହି ରମଣୀୟ ସ୍ଥାନ ଅବସ୍ଥିତ ା ରଜ ସମୟରେ ୭ ଦିନ ଧରି ମେଳା ହୋଇଥାଏ। ଏହାର ବିକାଶ ଓ ସୁରକ୍ଷା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଖାପାଖି ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri