ସେପ୍ଟେମ୍ବରରେ ଲକ୍ଷେରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୩୫୦ ମୃତ

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ପୂର୍ବ ଅପେକ୍ଷା ସେପ୍ଟେମ୍ବରରେ କୋଭିଡ୍‌-୧୯ ଭୂତାଣୁ ଅଧିକ ସକ୍ରିୟ ରହିଛି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ୨,୧୯,୧୧୯ରେ ପହଞ୍ଚତ୍ଥିବାବେଳେ ଅଧାରୁ ଅଧିକ କେବଳ ଏହି ମାସରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜୁନ୍‌ ଓ ଜୁଲାଇକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କୁହାଯାଉଥିଲା। କିନ୍ତୁ ଏହାପରେ ଅଗଷ୍ଟରେ ମଧ୍ୟ ସଂକ୍ରମଣ ପୂର୍ବଠାରୁ ଢେର୍‌ ବଢ଼ିଯାଇଥିଲାବେଳେ ସେପ୍ଟେମ୍ବରରେ ତାହା ବହୁଗୁଣିତ ହୋଇଛି। ଗୋଟିଏ ମାସରେ ୧ଲକ୍ଷ ପାର୍‌ କରିଥିବାରୁ ରାଜ୍ୟରେ କରୋନା ସ୍ଥିତି ଜଟିଳ ଆଡକୁ ଗତି କରୁଥିବା ଜଣାପଡୁଛି।

ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଧୀରେ ଧୀରେ ସଂକ୍ରମଣ ଏପରି ବଢ଼ି ଚାଲିଲା ଯେ ତାକୁ କାବୁ କରିବା କଷ୍ଟକର ହୋଇପଡ଼ିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ପ୍ରଥମ ସାଢ଼େ ୪ ମାସରେ ଅର୍ଥାତ୍‌ ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ମାତ୍ର ୩୧,୮୭୭ରେ ଥିଲା। କିନ୍ତୁ ଅଗଷ୍ଟ ମାସରେ ୭୧,୬୫୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୦୩,୫୩୬ରେ ପହଞ୍ଚତ୍ଥିଲା। ଏବେ କେବଳ ସେପ୍ଟେମ୍ବରରେ ୧,୧୫,୫୮୩ ପଜିଟିଭ୍‌ ଚିହ୍ନଟ ହେଲେଣି। କେବଳ ପଜିଟିଭ୍‌ ସଂଖ୍ୟା ନୁହେଁ, ରାଜ୍ୟରେ ଗତ ଦୁଇମାସ ହେବ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇ ଶେଷ ସୁଦ୍ଧା କରୋନା ମୃତ୍ୟୁ ୧୭୭ ଥିବାବେଳେ କେବଳ ଅଗଷ୍ଟରେ ୩୧୫ଜଣଙ୍କ ମୃତ୍ୟୁ ହେବାପରେ ଏହି ସଂଖ୍ୟା ୪୯୨କୁ ବୃଦ୍ଧି ପାଇଥିଲା। ଏବେ ସେପ୍ଟେମ୍ବରରେ ଆଉ ୩୫୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୨ରେ ପହଞ୍ଚତ୍ଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୪୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬୦୧ଜଣ ରହିଥିବାବେଳେ କଟକ ୩୫୯, ବାଲେଶ୍ୱର ୧୫୨, ମୟୂରଭଞ୍ଜ ୧୪୧, ପୁରୀ ୧୩୨, ସମ୍ବଲପୁର ୧୩୧, ଯାଜପୁର ୧୩୦, ବଲାଙ୍ଗୀର ୧୧୪, ବରଗଡ଼ ୧୧୧, କନ୍ଧମାଳ ୧୦୩, କେନ୍ଦ୍ରାପଡ଼ା ୧୦୧ ଓ ଅନୁଗୋଳରୁ ୧୦୦ଜଣ ରହିଛନ୍ତି। ସେପଟେ ରାଜ୍ୟରେ ଆଉ ୧୪ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ନୟାଗଡ଼ ଓ ଖୋର୍ଦ୍ଧାରୁ ୩ଜଣ ଲେଖାଏ ମରିଥିବାବେଳେ ପୁରୀରୁ ୨, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏ ରହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଉ ୪,୨୧୯ ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆରୋଗ୍ୟ ସଂଖ୍ୟା ୧,୮୫,୭୦୦କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri