ଦର୍ଶନ ଶାସ୍ତ୍ରରେ ନୂଆପଡ଼ାର ଗଜିନ୍ଦ୍ର ଟପ୍ପର

ନୂଆପଡ଼ା ଅଫିସ,୧୦ା୮: ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ଶେଷ ବର୍ଷ ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦର୍ଶନ ଶାସ୍ତ୍ର ବିଭାଗରେ ନୂଆପଡା ନ୍ୟାଶନାଲ ମହାବିଦ୍ୟାଳୟ ଛାତ୍ର ଗଜିନ୍ଦ୍ର ରଣା ବିଶ୍ୱ ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ପ୍ରାପ୍ତ ସୂଚନା ମୁତାବକ ନ୍ୟାଶନାଲ ମହାବିଦ୍ୟାଳୟ ଛାତ୍ର ଗଜିନ୍ଦ୍ର ରଣା ଦର୍ଶନ ଶାସ୍ତ୍ରରେ ସର୍ବମୋଟ ୯.୫ ସିଜିପିଏ ନମ୍ବର ସହିତ ବିଶ୍ୱ ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଛାତ୍ରୀ ତନୁଜା ସାହୁ ୯.୧ ସିଜିପିଏ ନମ୍ବର ସହିତ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ, ଛାତ୍ରୀ ପଦ୍ମାବତୀ ସାହୁ ୮.୭୧ ସିଜିପିଏ ନମ୍ବର ସହିତ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଏହି ମହାବିଦ୍ୟାଳୟ ଛାତ୍ର ରୋଶନ ପାଣ୍ଡେ ଭୁଗୋଲ ବିଭାଗରେ ବିଶ୍ୱ ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ବର୍ଷା ରାଉତ, ଛାତ୍ର କିଷନ ରାଉତ ଓ ପୁଷ୍ପା ସାହୁ ଯଥାକ୍ରମେ ତୃତୀୟ, ଷଷ୍ଠ ଓ ଦଶମ ସ୍ଥାନ ଅଧିକାର କରିଛନ୍ତି। ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ଏହି କୃତୀ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷା କବିତା ରଥ, ଦର୍ଶନ ବିଭାଗ ଅଧ୍ୟାପକ ନୃସିହ ଚରଣ ସାହୁ, ଅଧ୍ୟାପକ ସଚିନ ବାବୁ, ଅଧ୍ୟାପକ ରବିନ୍ଦ୍ର ସିଂ ମାଝି, ଅଧ୍ୟାପିକା ରୋଜାଞ୍ଜଳି ସାହୁ, ଭୁଗୋଳ ବିଭାଗ ପୂର୍ବତନ ପ୍ରଧ୍ୟାପକ ଭୂଖନ ରାମ ଅହିର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ଲଗାତାର ଦୁଇ ବର୍ଷ ଧରି ନ୍ୟାଶନାଲ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଦର୍ଶନ ଶାସ୍ତ୍ର ବିଭାଗରେ ବିଶ୍ୱ ବିଦ୍ୟାଳୟର ଟପ୍ପର ହୋଇ ଆସୁଛନ୍ତି। ମହାବିଦ୍ୟାଳୟର ଏହି କୃତୀ ପାଇଁ ନୂଆପଡାର ବୃଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି।