Categories: ବାଣିଜ୍ୟ

ନୂଆଦିଲ୍ଲୀରେ ପେଟ୍ରୋଲ ଉପରେ ଟିକସ ୫୦%କୁ ହ୍ରାସ

ନୂଆଦିଲ୍ଲୀ, ୮।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରାଯାଇଛି। ଏହି ଟିକସ ହ୍ରାସ ପରେ ପେଟ୍ରୋଲ ଉପରେ ଟିକସ ୫୦%କୁ କମିଛି। ପୂର୍ବରୁ ପେଟ୍ରୋଲର ଖୁଚୁରା ମୂଲ୍ୟ ଉପରେ ନୂଆଦିଲ୍ଲୀରେ ୫୪% ଟିକସ ଲାଗୁ ହେଉଥିଲା। ସେହିଭଳି ପ୍ରାୟ ୨୩ ରାଜ୍ୟ ତେଲ ଉପରେ ଭାଟ୍‌ କମାଇଛନ୍ତି। କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ, ରାଜ୍ୟ ସ୍ତରର ଭାଟ୍‌ ଏବଂ ପେଟ୍ରୋଲିୟମ ଡିଲରଙ୍କୁ ପ୍ରଦାନ କରାଯାଉଥିବା କମିଶନ ପରେ ଯାଇ ତେଲର ଖୁଚୁରା ଦର ନିର୍ଦ୍ଧାରଣ କରାଯାଇଥାଏ। ମୋଟାମୋଟି ଭାବେ କହିବାକୁ ଗଲେ ମୂଳ ଦର ଉପରେ ଏଭଳି ଟିକସ ଲାଗୁ କରାଯାଉଛି। ଅନ୍ତର୍ଜାତୀୟ ବଜାରର ତେଲ ଦର ଏବଂ ପରିବହନ ଖର୍ଚ୍ଚ ଯୋଡ଼ିବା ପରେ ତୈଳ ବିପଣନ କମ୍ପାନୀଗୁଡ଼ିକ ମୂଳ ଦର ନିର୍ଦ୍ଧାରଣ କରିଥାନ୍ତି। ଟିକସ ହ୍ରାସ ପୂର୍ବରୁ ପେଟ୍ରୋଲ ଲିଟର ପିଛା ୩୨.୯୦ ଟଙ୍କା ଉତ୍ପାଦ ଟିକସ ଏବଂ ୩୦ ଟଙ୍କାର ଭାଟ୍‌ ଲାଗୁ ହେଉଥିଲା। ଯାହା ସେଠାରେ ତେଲର ଖୁଚୁରା ମୂଲ୍ୟର ୫୪% ରହିଥିଲା। ସେହିଭଳି ଡିଜେଲ ଉପରେ ଯଥାକ୍ରମେ ୩୧.୮୦ ଟଙ୍କା ଏବଂ ୧୬.୭ ଭାଟ୍‌ ଲାଗୁ ହେଉଥିଲା।

Share