Posted inରାଜ୍ୟ

ସ୍ମୃତିରେ …୨୦୨୧

ପାଣି ପାଇଁ ଲଢ଼େଇ-

ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଅଗଷ୍ଟ ୧୨ରେ ଉଗ୍ରରୂପ ନେଇଥିଲା। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ନେତୃତ୍ୱରେ ସ୍ଥାନୀୟ ଲୋକମାନେ ୧୪୪ ଧାରା ସତ୍ତ୍ୱେ ବରୁଣାଡିହାରେ ନିର୍ମାଣାଧୀନ ପ୍ରକଳ୍ପର ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ରଣକ୍ଷେତ୍ର ପାଲଟି ଥିଲା ସେହି ସ୍ଥାନ। ପୋଲିସ ଓ ଆନ୍ଦୋଳନକାରୀ ମୁହଁାମୁହିଁ ହୋଇଥିଲେ। ଏହି ଘଟଣାରେ ୨୪ ଜଣଙ୍କୁ ପୋଲିସ ଗିରଫ ସହ ୮ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା।

ମଉଳିଗଲା ଝରାଫୁଲ-

ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୧)ଙ୍କୁ ହତ୍ୟା କରି ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ମୂଳାପାଳ ଛକ ନିକଟସ୍ଥ ଦିଆଲଖଣ୍ଡି ଗ୍ରାମ ନିକଟ ଏକ ବାଦାମ କିଆରିରେ ଫୋପାଡି ଦିଆଯାଇଥିଲା। ଚଳିତ ବର୍ଷ ପ୍ରାରମ୍ଭ ଅର୍ଥାତ୍‌ ଜାନୁୟାରୀ ୨୭ରେ ଝରାଫୁଲଙ୍କ ମୃତଦେହକୁ କୁଆଖିଆ ଥାନା ପୋଲିସ ଜବତ କରିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିବା ପରେ ଝରାଫୁଲ ମୃତ୍ୟୁ ରହସ୍ୟ ସାମ୍‌ନାକୁ ଆସିଥିଲା।

ଇଣ୍ଡିଆନ୍‌ ଅଏଲ ଟର୍ମିନାଲରେ ଅଗ୍ନିକାଣ୍ଡ-

ସେପ୍ଟେମ୍ବର ୧୯ରେ ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ ଟର୍ମିନାଲରେ ଥିବା ତେଲ ଟାଙ୍କିର ପାଇପ୍‌ଲାଇନ ପାଖରେ ନିଆଁ ଲାଗିଯାଇଥିଲା। ତୈଳଭଣ୍ଡାରକୁ ସଂଯୋଗ କରୁଥିବା ପାଇପଲାଇନ୍‌ରେ କଣା ହୋଇଥିବା ଯୋଗୁ ତେଲ ନିର୍ଗତ ହୋଇଥିଲା। ସେହି ସମୟରେ ନିକଟରେ ଯାଇଥିବା ଟ୍ରେନ୍‌ ଲାଇନରେ କୌଣସି କାରଣବଶତଃ ନିଆଁ ଲାଗି ତେଲରେ ପଡ଼ିଯିବାରୁ ଏହା ଅନ୍ୟ ଆଡ଼େ ବ୍ୟାପି ଯାଇଥିଲା।

ପୋଲାମଲକ୍ଷ୍ମୀ ପାରାଦୀପ ବନ୍ଦର ଅଧ୍ୟକ୍ଷ-

ପାରାଦୀପ ବନ୍ଦର ଅଧ୍ୟକ୍ଷଭାବେ ପୋଲାମଲକ୍ଷ୍ମୀ ରାଜୁ ହାରାନ୍ଧ ଅକ୍ଟୋବର ୧୨ରୁ ଯୋଗଦେଇଛନ୍ତି। ପୂର୍ବରୁ ସ୍ଥାୟୀ ଅଧ୍ୟକ୍ଷ ଥିବା ରିଙ୍କେଶ ରାୟଙ୍କ କାର୍ଯ୍ୟକାଳ ୨୦୨୦ ଡିସେମ୍ବର ୨୨ରେ ଶେଷ ହୋଇଥିଲା। ମଝିରେ କଲିକତା ବନ୍ଦର ଅଧ୍ୟକ୍ଷ ଭିନିତ୍‌ କୁମାରଙ୍କୁ ୯ ମାସକାଳ ଏହି ବନ୍ଦରର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ସ୍ବାସ୍ଥ୍ୟକର୍ମୀଙ୍କୁ ରାଷ୍ଟ୍ରପତି ପୁରସ୍କାର-

ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରାଦୀପର ସ୍ବାସ୍ଥ୍ୟକର୍ମୀ ପ୍ରେମଲତା ବାରିକଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ୮ ମାର୍ଚ୍ଚରେ ଚୟନ କରାଯାଇଥିଲା। ରାଜ୍ୟର ଏକମାତ୍ର ମହିଳା ସେବିକା ଭାବେ ଅକ୍ଟୋବରରେ ଭିଡିଓ କନ୍‌ଫରେନ୍ସ ଜରିଆରେ ନ୍ୟାଶନାଲ ଫ୍ଲୋରେନ୍ସ ନାଇଟେଙ୍ଗଲ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

ହାଇଦରଙ୍କୁ ଏନ୍‌କାଉଣ୍ଟର-

ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ସାଜିଥିବା ସେକ୍‌ ହାଇଦରଙ୍କ ଏନ୍‌କାଉଣ୍ଟର ଜୁଲାଇ ୨୪ର ପ୍ରମୁଖ ଖବର ଥିଲା। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହାଇଦର ଜେଲରେ ରହୁଥିଲେ। ଅସୁସ୍ଥ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଏପ୍ରିଲ ୧୦ରେ ସେ ମେଡ଼ିକାଲରୁ ଫେରାର ହୋଇ ଯାଇଥିଲେ। ପୋଲିସ ତାଙ୍କୁ ତେଲଙ୍ଗାନାରୁ ଗିରଫ କରିଥିଲା। ଜୁଲାଇ ମାସରେ ତାଙ୍କୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସିମୁଳିଆଠାରେ ସେ ଫେରାର ହେବାକୁ ଉଦ୍ୟମ କରିବାରୁ ପୋଲିସ ଏନକାଉଣ୍ଟର କରିଥିଲା।

ମାଖନା ହାତୀକୁ ଟ୍ରାଙ୍କୁଲାଇଜ୍‌-

ଯାଜପୁରରୁ ଆସିଥିବା ମାଖନା ହାତୀର ଉତ୍ପାତ କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁର ଜିଲାବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଥିଲା। ଏହି ହାତୀଯୋଗୁ ବହୁ ଏକର ଜମିର ଧାନ ଫସଲ ନଷ୍ଟ ହୋଇଥିଲା। ବହୁ ବ୍ୟକ୍ତି ଆହତ ହୋଇଥିଲେ। ଅକ୍ଟୋବର ୩୧ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗଡ଼ରୋମିତ ପଞ୍ଚାୟତର ସୋବଳା ଗଁା ଗହୀର ପାଟ ଚାଷ ଜମିରେ ହାତୀଟି ପହଞ୍ଚତ୍ ଥିଲା। ଶେଷରେ ନନ୍ଦନକାନନର ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଟିମ୍‌ ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ। ପରଦିନ ତାକୁ ଢେଙ୍କାନାଳକୁ ନିଆଯାଇଥିଲା।

ସାବାସ ସିଲୁ-

ଫେବୃୟାରୀ ୨୮ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକଙ୍କୁ ସାବାସୀ ଦେଇଛନ୍ତି। ସିଲୁ ବେରୋଜଗାର ଯୁବକମାନଙ୍କୁ ମାଗଣାରେ ତାଲିମ ଦେଇ ସୈନ୍ୟ ବାହିନୀ, ପୋଲିସ ଓ ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) ଆଦିରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି, ଯାହାକି ଅନ୍ୟମାନଙ୍କୁ ପ୍ରେରଣା ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଖେଳ ବେଳେ ଖେଳାଳି ମୃତ-

ଡିସେମ୍ବର ୧୯ରେ ଘଟିଥିଲା ଏକ ଅଭାବନୀୟ ଘଟଣା। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳରେ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିଲା। ଏଥିରେ ଭାଗ ନେଇଥିଲେ ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତ ବାଲିବିଲି ଗ୍ରାମର କାହ୍ନୁ ଚରଣ ପରିଡ଼ା(୧୮)। ସେ ପ୍ରତିପକ୍ଷ ଖେଳାଳିଙ୍କୁ ବୋଲିଂ କରୁଥିବା ବେଳେ ହଠାତ୍‌ ପଡ଼ିଯାଇଥିଲେ। ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହା ଚଳିତ ବର୍ଷର ଦୁଃଖଦ ଘଟଣା ଥିଲା।

ଚଣ୍ଡିପ୍ରସାଦଙ୍କୁ ସ୍ଥଳସେନାର ଉପମୁଖ୍ୟ ଦାୟିତ୍ୱ-

ଚଳିତବର୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଭାରତୀୟ ସେନାର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଅର୍ଥାତ୍‌ ଭାଇସ୍‌ ଚିଫ୍‌ ବା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଗତ୍‌ସିଂହପୁର ସହର ଜୟବଡ଼ର ପୁଅ ଚଣ୍ଡିପ୍ରସାଦ ବାଗସାହି ୟୁପି ସ୍କୁଲରେ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ସେ ଡେରାଡୁନ୍‌ସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ପୁଣେର ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ।

ନନ୍ଦ ସାର୍‌ଙ୍କୁ ପଦ୍ମଶ୍ରୀ-

ଯାଜପୁର ଜିଲା ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମର ଚାଟଶାଳୀ ଗୁରୁ ନନ୍ଦ ପୃଷ୍ଟିଙ୍କୁ ଗତ ନଭେମ୍ବର ୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ନିଃସ୍ବାର୍ଥପର ଭାବେ ଦୀର୍ଘ ୭୫ ବର୍ଷ ଧରି ଛାତ୍ରୀଛାତ୍ରଙ୍କୁ ମାଗଣାରେ ଶିକ୍ଷାଦାନ କରିଥିବାରୁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିଥିଲା। ପଦ୍ମଶ୍ରୀ ଗ୍ରହଣ କରିବା ପରେ ଏହି ଶତାୟୁ ଗୁରୁ ରାଷ୍ଟ୍ରପତି ରାମନାଥ କୋବିଦଙ୍କୁ ଦୁଇହାତ ଟେକି ଆଶୀର୍ବାଦ ଦେଉଥିବା ଫଟୋ ବିଭିନ୍ନ ଗଣମାଧ୍ୟମରେ ସ୍ଥାନ ପାଇଥିଲା। ହେଲେ ଚଳିତ ମାସ ୭ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ୧୦୪ ବର୍ଷ ବୟସରେ ନନ୍ଦ ସାରଙ୍କ ପରଲୋକ ଘଟିଛି। ପଦ୍ମଶ୍ରୀ ପାଇବାର ୧ ମାସ ନ ପୁରୁଣୁ ଏହି ଦୁଃଖଦ ଖବର ରାଜ୍ୟବାସୀଙ୍କୁ ମର୍ମାହତ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri