କାମରେ ଲାଗୁନି ଜଳଯୋଗାଣ ପ୍ରକଳ୍ପ

ପାରଳାଖେମୁଣ୍ଡି,୨୫ା୯ (ଗିରିଧାରୀ ପରିଛା):ସବୁ ଲୋକଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅନେକ ସ୍ଥାନରେ ଏହି ପାନୀୟ ଜଳ ପ୍ରକଳ୍ପ କାମରେ ଆସୁନାହିଁ। କେଉଁଠି ପାଇପ ପୁରୁଣା ହୋଇଯାଇଛି ତ ଆଉ କେଉଁଠି ପାଣିଟାଙ୍କି ନିର୍ମାଣ ହୋଇ ସାରିଥିଲେ ସୁଦ୍ଧା ଲୋକଙ୍କୁ ପାଇପ ଯୋଗାଯାଇନାହିଁ। ଅନେକ ସ୍ଥାନରେ ପାଇପ ସଂଯୋଗ ହୋଇଥିଲେ ମଧ୍ୟ ଟାଙ୍କି ନିର୍ମାଣ ହୋଇସାରି ନାହିଁ। ଜିଲାରେ ଏଭଳି ଅନେକ ଗାଁ ଅଛି ଏଭଳି ସମସ୍ୟା ପାଇଁ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗଜପତି ଜିଲା ଗୋଷାଣି ବ୍ଲକ ପ୍ରଶାସନିକ କାଗଜପତ୍ରରେ ଅତି ଉନ୍ନତ ତଥା ବିକଶିତ ବ୍ଲକ ଭାବେ ପରିଗଣିତ ହେଉଥିଲେ ମଧ୍ୟ ଅନେକ ଗ୍ରାମରେ ଆଜି ଯାଏଁ ଲୋକେ ବିଶୁଦ୍ଧ ପିଇବା ପାଣି ପାଇପାରୁନାହାନ୍ତି। ଗ୍ରାମାଞ୍ଚଳଗୁଡିକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲେ ମଧ୍ୟ ପାନୀୟ ଜଳ ପ୍ରକଳ୍ପଗୁଡିକ ଏଭଳି ଅଦରକାରୀ ହୋଇ ପଡିରହିଛି।
ଯେ, ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଢାମୁଣିଗାଁ ସହ ତାଟିପାଟି, ବଡକତ୍ତୁରୁ, ସାନ କତ୍ତୁରୁ, ଛତ୍ରପୁର, ଏସ. ଉରୁଡା, କେ.ଉରୁଡାଠାରେ ପାନୀୟ ଜଳ ସଙ୍କଟ ରହିଛି। ଢାମୁଣୀଗାଁରେ ଓଭର ହେଡ ପାଣି ଟାଙ୍କି ର୍ନିମାଣ ହୋଇସାରିଛି । କେରାଣ୍ଡି ପଞ୍ଚାୟତ ତରଫରୁ ପମ୍ପ ଡ୍ରାଇଭର ନିଯୁକ୍ତି ନ ହୋଇଥିବାରୁ ସେଠାରେ ପ୍ରାୟ ସପ୍ତାହ ହେଲା ପାଣି ଆସୁନାହିଁ । ପୂର୍ବରୁ ବିଭାଗ ପକ୍ଷରୁ କିଛି ଦିନ ନିମନ୍ତେ ଜଣେ ପମ୍ପ ଡ୍ରାଇଭର ନିଯୁକ୍ତ ଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ସ୍ଥାୟୀ ପମ୍ପ ଡ୍ରାଇଭର ନିଯୁକ୍ତ କରିବା କଥା । ହେଲେ ପମ୍ପ ଡ୍ରାଇଭର ନିଯୁକ୍ତ ହୋଇ ନଥିବାରୁ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ସେହିଭଳି ବଡ କତ୍ତୁରୁ ଗ୍ରାମ ସମେତ ସାନ କତ୍ତୁରୁ, ଛତ୍ରପୁର ଠାରେ ପାଇପ ଲାଇନ ବିଛା ଯାଇଛି ହେଲେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇନାହିଁ । ସେହିପରି ତାଟିପାଟି ଗ୍ରାମରେ ପ୍ରାୟ ପାଞ୍ଚ ମାସ ହେଲା ଜଳକଷ୍ଟ ଭୋଗୁଛନ୍ତି ଲୋକେ। ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ସମସ୍ତ ଘରକୁ ପାଇପ ଲାଇନ ବିଛାଯାଇଛି। ହେଲେ ପୁରୁଣା ହୋଇଯାଇଥିବାରୁ ସେଗୁଡ଼ିକରେ କଳଙ୍କି ଲାଗିଗଲାଣି। ନୂତନ ଓଭରହେଡ ପାଣି ଟାଙ୍କି ନିର୍ମାଣ ପାଇଁ ବିଭାଗ ପକ୍ଷରୁ କାମ ଆରମ୍ଭ କରିଥିଲେ ମଧ୍ୟ ଜାଗାକୁ ନେଇ ବିବାଦ ଦେଖାଦେଇଥିବାରୁ ତାହା ବର୍ତ୍ତମାନ ସ୍ଥଗିତ ରହିଛ। ଏପରି ସ୍ଥଳେ ଲୋକେ ଗ୍ରାମରେ ଥିବା ଏକ ମାତ୍ର କୁଅରୁ ପିଇବା ପାଣି ବ୍ୟବହାର କରୁଛନ୍ତି। ଏହି କୁଅକୁ ବର୍ଷା ଦିନରେ ଦୂଷିତ ଜଳ ପ୍ରବେଶ କରୁଥିବାରୁ ଗୋଳିଆ ହେଉଥିଲେ ମଧ୍ୟ ଲୋକେ ବାଧ୍ୟ ହୋଇ ଏହି ପାଣି ପିଉଥିବା ପ୍ରକାଶ କରିଛନ୍ତି। ସେହିପରି ଏସ.ଉରୁଡା, କେ. ଉରୁଡା ଗ୍ରାମରେ ପାନୀୟ ଜଳ ନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଦୀର୍ଘ ୬ ବର୍ଷ ପୂର୍ବେ ହୋଇସାରିଛି। ହେଲେ ତିତଲି ବାତ୍ୟାରେ ପାଣି ମୋଟର ନଷ୍ଟ ହୋଇଯାଇଛି। ଏନେଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ପାଳ କହିଛନ୍ତି, ଢାମୁଣୀଗାଁରେ ପମ୍ପ ଡ୍ରାଇଭର ସମସ୍ୟା ଦେଖାଦେଇଛି। ପଞ୍ଚାୟତ ତରଫରୁ ସେଠାରେ ପମ୍ପ ଡ୍ରାଇଭର ନିଯୁକ୍ତ କରିବା କଥା। ସେହିପରି ବଡକତ୍ତୁରୁ, ସାନକତ୍ତୁରୁ ଓ ଛତ୍ରପୁର ଗ୍ରାମାଞ୍ଚଳରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ନିମନ୍ତେ ଜାଗାର ଅଭାବ ଦେଖାଦେଇଥିଲା। ଏବେ ଏହି ସମସ୍ୟାର ସମାଧାନ ହୋଇ ସାରିଛି ଏବଂ ଖୁବଶୀଘ୍ର ସେଠାରେ ପାଣିଟାଙ୍କି ନିର୍ମାଣ ଆରମ୍ଭ କରାଯିବ। ତାଟିପାଟି ଗ୍ରାମରେ ଜାଗା ବିବାଦ ଥିବାରୁ ସେଠାରେ ଓଭର ହେଡ ପାଣି ଟାଙ୍କି ନିର୍ମାଣରେ ସମସ୍ୟା ଦେଖାଦେଇଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ଦାରିଙ୍ଗବାଡିରେ ପ୍ରଥମଥର ପାଇଁ ସ୍କାଉଟସ-ଗାଇଡ଼ସ ପ୍ରତିଯୋଗିତା: ପଞ୍ଜିକରଣ ଆରମ୍ଭ

ଦାରିଙ୍ଗବାଡି,୫।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ସର ପ୍ରଥମଥର ପାଇଁ…

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri